Posted inଜାତୀୟ

ନ୍ୟାଶନାଲ ଜିଓଗ୍ରାଫିକ୍‌ର କଭର ପେଜ୍‌ରେ ଶିମିଳିପାଳ କଳାବାଘ

ନୂଆଦିଲ୍ଲୀ,୧୯ା୯(ପି.ଟି.):ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନରେ ଭାରତୀୟ ଫଟୋଗ୍ରାଫର ପ୍ରସନ୍‌ଜିତ ଯାଦବଙ୍କ ଦ୍ୱାରା ନିଆଯାଇଥିବା ଏକ ଦୁର୍ଲଭ କଳାବାଘର ଫଟୋ ନ୍ୟାଶନାଲ ଜିଓଗ୍ରାଫିକ୍‌ ମାଗାଜିନର ଆଗାମୀ ଅକ୍ଟୋବର ମାସର ସଂସ୍କରଣ ପାଇଁ କଭର ପେଜ୍‌ ଭାବେ ସ୍ଥାନିତ ହୋଇଛି। ଉକ୍ତ କଭର ପେଜ୍‌ ଫଟୋ ପାଇଁ ପ୍ରସନ୍‌ଜିତଙ୍କୁ ଶିମିଳିପାଳର ଘନ ଜଙ୍ଗଲ ମଧ୍ୟରେ ଅନେକ ମାସ ଧରି ବାଘଗୁଡ଼ିକଙ୍କ ଉପରେ ନଜର ରଖିବାକୁ ପଡ଼ିଥିଲା। କଭର ପେଜ୍‌ରେ ସ୍ଥାନିତ ହୋଇଥିବା ବାଘଟି ସ୍ୟୁଡୋ ମେଲାନିଷ୍ଟିକ୍‌ ଟାଇଗର ପ୍ରଜାତିର ହୋଇଥିବା ବେଳେ ଏହା ବିଶ୍ୱର
ସବୁଠାରୁ ଦୁର୍ଲଭ ବାଘ ମଧ୍ୟରୁ ଅନ୍ୟତମ। ଏହି ପ୍ରକାରର କଳାବାଘ କେବଳ ଶିମିଳିପାଳରେ ଦେଖାଯାଆନ୍ତି ବୋଲି ପ୍ରସନ୍‌ଜିତ କହିଛନ୍ତି। ସେ କହିଛନ୍ତି, ଜଣେ ଏକ୍ସପ୍ଲୋରର ଏବଂ ନ୍ୟାଶନାଲ ଜିଓଗ୍ରାଫିକ୍‌ର ଫଟୋଗ୍ରାଫର ଭାବେ ଦୀର୍ଘ ମାସ ଧରି ଶିମିଳିପାଳ ଜଙ୍ଗଲରେ ବୁଲିବା ତାଙ୍କ ପାଇଁ ଏକ ନିଆରା ଅନୁଭୂତି ଥିଲା।

ଏହି ଅବସରରେ ଦୁର୍ଲଭ ବାଘମାନଙ୍କ ସୁରକ୍ଷା ଦିଗରେ ଓଡ଼ିଶା ବନ ବିଭାଗର ଉତ୍ସର୍ଗୀକୃତ ପରିଚାଳନା ଓ ଅଧିକାରୀମାନଙ୍କ ପ୍ରତିବଦ୍ଧତାକୁ ସେ ପ୍ରତ୍ୟକ୍ଷ ଭାବରେ ଦେଖିଥିଲେ। ଅନେକ ମାସର ଧୈର୍ଯ୍ୟ ଓ ପରିଶ୍ରମ ପରେ ବ୍ୟାଘ୍ର ଗବେଷକଙ୍କ ମଧ୍ୟରେ ଟି୧୨ ଭାବେ ପରିଚିତ ଥିବା ବାଘର ଏକ ଉତ୍କୃଷ୍ଟ ଫଟୋ ନେବା ତାଙ୍କ ପାଇଁ ଆନନ୍ଦଦାୟକ ମୁହୂର୍ତ୍ତ ଥିଲା। ତାଙ୍କ ଦ୍ୱାରା ନିଆଯାଇଥିବା ଏହି ଫଟୋ ଏବଂ ଷ୍ଟୋରି ନ୍ୟାଶନାଲ ଜିଓଗ୍ରାଫିକ୍‌ ମାଗାଜିନର କଭର ପେଜ୍‌ରେ ସ୍ଥାନିତ ହେବା ନିଶ୍ଚିତ ଭାବେ ତାଙ୍କ ପାଇଁ ସମ୍ମାନର ବିଷୟ ବୋଲି ପ୍ରସନ୍‌ଜିତ କହିଛନ୍ତି। ଉକ୍ତ କଭର ଫଟୋର ଷ୍ଟୋରିରେ ବ୍ୟାଘ୍ର ସଂରକ୍ଷଣର ଜଟିଳ ବାସ୍ତବତା ଏବଂ ସ୍ୟୁଡୋ ମେଲାନିଷ୍ଟିକ୍‌ ପ୍ରଜାତିର ବାଘଙ୍କ ବିରଳ ଜେନେଟିକ ମ୍ୟୁଟେଶନ ସମ୍ପର୍କିତ ବୈଶିଷ୍ଟ୍ୟ ବିଷୟରେ ଲୋକଙ୍କ ପାଇଁ ବିସ୍ତୃତ ସୂଚନା ରହିଥିବା ନେଇ ନ୍ୟାଶନାଲ ଜିଓଗ୍ରାଫିକ୍‌ର ମୁଖ୍ୟ ସମ୍ପାଦକ ନାଥନ ଲମ୍ପ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …

ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…

ଆଣ୍ଟାର୍କଟିକାର କୋନ୍‌କୋର୍ଡିଆରେ ୧୬ ବର୍ଷର ରେକର୍ଡ ଥଣ୍ଡା

ନୂଆଦିଲ୍ଲୀ, ୨ା୮: ଉତ୍ତର ଗୋଲାର୍ଦ୍ଧର ଦେଶଗୁଡ଼ିକ (ୟୁରୋପ, ଉତ୍ତର ଆମେରିକା, ଏସିଆ) ଗ୍ରୀଷ୍ମକାଳୀନ ପ୍ରଚଣ୍ଡ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ…

ଡାହାଣୀ ହୋଇ ଲାଗିବେ

ମୋର ଜଣେ ଆରକ୍ଷୀ ବନ୍ଧୁ ତାଙ୍କ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ନିଶା ନିବାରଣ ପାଇଁ ପୋଲିସ ବିଭାଗ ସହ ହାତ ମିଳାଇ କାମ କରିବା ପାଇଁ ତାଙ୍କର ସାଙ୍ଗସାଥୀ…

୨୦ ବର୍ଷ ପରେ କୋଲକାତା ଫେରିଲେ ତସଲିମା ନାସରିନ; ହେଲେ ପରିସ୍ଥିତି ହେଲା ଅଶାନ୍ତ, କାହିଁକି ଜାଣନ୍ତୁ

କୋଲକାତା,୨।୮: ପ୍ରାୟ ଦୁଇ ଦଶନ୍ଧି ପରେ ତସଲିମା ନାସରିନ ପୁଣି ଥରେ କୋଲକାତାରେ ପହଞ୍ଚିଛନ୍ତି। ସେ ମନ୍ତବ୍ୟ ଦେଇଥିଲେ ଯେ ତାଙ୍କର ପ୍ରତ୍ୟାବର୍ତ୍ତନ ପ୍ରମାଣ କରେ ଯେ…

ୟୁରୋପରେ ଗ୍ରୀଷ୍ମ ତାଣ୍ଡବ

ଶୀତପ୍ରଧାନ ମହାଦେଶ ୟୁରୋପରେ ଅତ୍ୟଧିକ ଉତ୍ତାପଜନିତ ବିପର୍ଯ୍ୟୟ ଯେ କେତେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିପାରେ, ଏହା ଅବିଶ୍ୱସନୀୟ ହେଲେ ମଧ୍ୟ ୨୦୨୬ ମସିହା ଗ୍ରୀଷ୍ମଋତୁ ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri