ନୂଆଦିଲ୍ଲୀ,୩।୧୧: ଯଦି ଆପଣ ମଧ୍ୟ ଦିଲ୍ଲୀର କୌଣସି ସରକାରୀ ବିଭାଗ, ସ୍ୱୟଂଶାସିତ ସଂସ୍ଥା କିମ୍ୱା ପବ୍ଲିକ ସେକ୍ଟର (PSU) ରେ ଆଉଟସୋର୍ସ କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ହସ ଫୁଟାଇଦେବ। ଦିଲ୍ଲୀ ସରକାର ପର୍ୱପର୍ୱାଣିର ଏହି ଋତୁରେ ଆଉଟସୋର୍ସ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ କଡ଼ା ତଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଶ୍ରମ ବିଭାଗ ସ୍ପଷ୍ଟ କରିଦେଇଛି ଯେ ସମସ୍ତ ଠିକାଦାରଙ୍କୁ ଆର୍ଥିକ ବର୍ଷ ୨୦୨୫-୨୬ର ବୋନସ ୩୦ ନଭେମ୍ୱର ୨୦୨୬ ସୁଦ୍ଧା ଯେକୌଣସି ପରିସ୍ଥିତିରେ ଦେବାକୁ ପଡ଼ିବ। ଯଦି କୌଣସି ଠିକାଦାର ଏଥିରେ ଟାଳଟୁଳ କରନ୍ତି, ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜାଣନ୍ତୁ ଏହି ନିୟମ କ’ଣ, କାହାକୁ ଏହାର ଲାଭ ମିଳିବ ଏବଂ କେତେ ବୋନସ ମିଳିବ।
Bonus Alert: ଏହି ବୋନସର ଲାଭ କାହାକୁ ମିଳିବ?
ଦିଲ୍ଲୀ ସରକାରଙ୍କ ନୂତନ ପରାମର୍ଶାବଳୀ (ଆଡଭାଇଜରୀ) ଅନୁଯାୟୀ, ପ୍ରତ୍ୟେକ ଆଉଟସୋର୍ସ କର୍ମଚାରୀଙ୍କୁ ଏହାର ଲାଭ ମିଳିବ ନାହିଁ, ଏଥିପାଇଁ କିଛି ସର୍ତ୍ତ ଧାର୍ଯ୍ୟ କରାଯାଇଛି। ଯେଉଁ କର୍ମଚାରୀମାନଙ୍କର ମାସିକ ଦରମା ୨୧,୦୦୦ ଟଙ୍କା ପର୍ଯ୍ୟନ୍ତ ଅଛି, ସେମାନେ ଏହି ବୋନସର ହକଦାର ହେବେ। କର୍ମଚାରୀ ଜଣକ ବର୍ଷ ମଧ୍ୟରେ ଅତି କମରେ ୩୦ ଦିନ କାମ କରିଥିବା ଆବଶ୍ୟକ। ଯେଉଁ କର୍ମଚାରୀମାନଙ୍କର ଦରମା ୨୧,୦୦୦ ଟଙ୍କାରୁ ଅଧିକ, ସେମାନଙ୍କୁ ବୋନସ ଦେବା ବା ନ ଦେବା କମ୍ପାନୀ ବା ନିଯୁକ୍ତିଦାତାଙ୍କ ଇଚ୍ଛା ଉପରେ ର୍ନିଭର କରିବ।
କେତେ ମିଳିବ ବୋନସ ଏବଂ କିପରି ହେବ ଗଣନା?
ନିୟମ ଅନୁଯାୟୀ କର୍ମଚାରୀମାନଙ୍କୁ ସର୍ୱନିମ୍ନ ୮.୩୩% ଏବଂ ସର୍ୱାଧିକ ୨୦% ପର୍ଯ୍ୟନ୍ତ ବୋନସ ମିଳିପାରିବ। ସର୍ୱନିମ୍ନ ବୋନସ ରାଶି ୧୦୦ ଟଙ୍କାରୁ କମ ହୋଇପାରିବ ନାହିଁ। ବୋନସର ଗଣନା ୭,୦୦୦ ଟଙ୍କା କିମ୍ୱା ସମ୍ପୃକ୍ତ କର୍ମଚାରୀଙ୍କ ସର୍ୱନିମ୍ନ ମଜୁରି, ଦୁଇଟି ମଧ୍ୟରୁ ଯାହା ଅଧିକ ହେବ ତାହା ଉପରେ ଆଧାରିତ ହେବ। ତଥାପି, ଏଥିପାଇଁ ୨୧,୦୦୦ ଟଙ୍କାର ଦରମା ସୀମା ଲାଗୁ ରହିବ।
ଦିଲ୍ଲୀ ସରକାର ଠିକାଦାରମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଯଦି ର୍ନିଦ୍ଧାରିତ ସମୟ ଅର୍ଥାତ ୩୦ ନଭେମ୍ୱର ୨୦୨୬ ସୁଦ୍ଧା ଯୋଗ୍ୟ କର୍ମଚାରୀମାନଙ୍କୁ ବୋନସ ନ ମିଳେ, ତେବେ ଠିକାଦାରମାନଙ୍କ ବିରୋଧରେ ଜରିମାନା ଏବଂ ବକେୟା ରାଶି ଆଦାୟ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଠିକାଦାର ପୈଠ କରିବାରେ ବିଫଳ ହୁଅନ୍ତି, ତେବେ ଅକୁପେସନାଲ ସେଫ୍ଟି, ହେଲ୍ଥ ଆଣ୍ଡ ୱାର୍କିଂ କଣ୍ଡିସନ୍ସ (OSH) କୋଡ ୨୦୨୦ ଅଧୀନରେ ସେହି ବିଭାଗର ମୁଖ୍ୟ ନିଯୁକ୍ତିଦାତା (Principal Employer) ଙ୍କୁ ମଧ୍ୟ ଦାୟୀ କରାଯିବ। ଏହି ସମ୍ପୂର୍ଣ୍ଣ ନିର୍ଦ୍ଦେଶ ନୂତନ ୱେଜ କୋଡ ୨୦୧୯ ଅନୁଯାୟୀ ଜାରି କରାଯାଇଛି, ଯାହା ୨୧ ନଭେମ୍ୱର ୨୦୨୫ରୁ ଲାଗୁ ହୋଇଛି ଏବଂ ପୁରୁଣା ପେମେଣ୍ଟ ଅଫ ବୋନସ ଆକ୍ଟ, ୧୯୬୫ର ସ୍ଥାନ ନେଇଛି।
ଅତିରିକ୍ତ ଶ୍ରମ କମିଶନର ୟୁ.କେ. ସିହ୍ନାଙ୍କ ଏହି ପରାମର୍ଶାବଳୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପାର୍ୱଣ ଋତୁରେ କୌଣସି ଗରିବ ବା ପରିଶ୍ରମୀ କର୍ମଚାରୀଙ୍କ ସହ ଟଙ୍କା ପଇସାକୁ ନେଇ ମନମାନୀ ନ ହେବା ଏବଂ ସେମାନଙ୍କୁ ଠିକ ସମୟରେ ସେମାନଙ୍କ ପ୍ରାପ୍ୟ ମିଳିବା ନିଶ୍ଚିତ କରିବା। ଯଦି ଆପଣ ମଧ୍ୟ ଧାର୍ଯ୍ୟ ମାନଦଣ୍ଡ ମଧ୍ୟକୁ ଆସୁଥିବା ଆଉଟସୋର୍ସ କର୍ମଚାରୀ, ତେବେ ନିଜ ଠିକାଦାର ବା ବିଭାଗରୁ ଠିକ ସମୟରେ ବୋନସ ବିଷୟରେ ସୂଚନା ନିଶ୍ଚୟ ନିଅନ୍ତୁ। ସରକାରଙ୍କ ଏହି ପଦକ୍ଷେପ କର୍ମଚାରୀମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ।

