ଆବାସ ଯୋଜନା ଅଛି, ଘର ମିଳୁନାହିଁ

ଜେନାପୁର,୨୭ା୯(ଡି.ଏନ.ଏ.):ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଥିବା ପରିବାରକୁ ସରକାର ଗ୍ରାମୀଣ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ହେଲେ ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଭିନ୍ନ ପଞ୍ଚାୟତରେ ସେହି ଯୋଜନା ଯେମିତି ପହଞ୍ଚି ପାରିନାହିଁ। ଏଥିପାଇଁ ଆର୍ଥିକ ଅନଟନ ମଧ୍ୟରେ ରହୁଥିବା ପରିବାର ଏବେ ବି ଭଙ୍ଗା ଦଦରା ଝାଟିମାଟି ଚାଳ ଛପର ତଳେ ଦିନ କାଟୁଛନ୍ତି। ଆବାସ ଯୋଜନାରେ ଘର ପାଇଁ ହିତାଧିକାରୀମାନେ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଘର ମିଳୁ ନାହିଁ ବୋଲି ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଧର୍ମଶାଳ ବ୍ଳକ ବୃନ୍ଦାଦେଇପୁର ପଞ୍ଚାୟତ ଅଧୀନ ରଘୁନାଥପୁର ଗ୍ରାମର ରୁହନ୍ତି ଚେମା ମଳିକ( ୪୫)ଙ୍କ ପରିବାର। ସେ ଗରିବ ଦଳିତ ପରିବାର ସଦସ୍ୟ ହୋଇଥିଲେ ମଧ୍ୟ ଆବାସ ଯୋଜନା ତାଙ୍କ ପାଇଁ ସାତସପନ ହୋଇଛି। ଘରଟିଏ ପାଇଁ ସେ ବାରମ୍ବାର ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଚେମା ଜଣେ ଦିନ ମଜୁରିଆ। ତାଙ୍କ ପରିବାର କହିଲେ ସ୍ତ୍ରୀ ଓ ୨ ପୁଅ। ସେମାନେ ଏକ ବଖରା ଝାଟିମାଟି ଚାଳ ଘରେ ରହୁଛନ୍ତି। ସେହି ଘରେ ରୋଷେଇ କରିବା ସହିତ ପାର୍ଶ୍ୱରେ ଗୃହପାଳିତ ପ୍ରାଣୀ ବି ଆଶ୍ରୟ ନେଇଛନ୍ତି। ବର୍ଷା ଦିନେ ଘର ଭିତରେ ପାଣି ଝରୁଛି। ଏପରି ପରିସ୍ଥିତିରେ ଖାଇବା, ଶୋଇବା ଓ ରୋଷେଇ କରିବା ବହୁ କଷ୍ଟକର ହୋଇଛି। ଯଦି କେବେ ଲଗାଣ କି ମୂଷଳ ଧାରରେ ବର୍ଷା ହୁଏ ଚେମାଙ୍କ ପରିବାର ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଉଛନ୍ତି। ଏଭଳି ସ୍ଥିତିରେ ପକ୍କା ଘର ଖଣ୍ଡେ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରୁ ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସେ ବହୁ ଥର ଦୌଡିଛନ୍ତି। ଏକାଧିକଥର ଦାୟିତ୍ୱରେ ଥିବା ବାବୁମାନଙ୍କ ପାଖରେ ଆବେଦନ କରିଛନ୍ତି। ନେହୁରା ବି ହୋଇଛନ୍ତି। ହେଲେ ସେହି ବାବୁମାନେ ତଦନ୍ତ ପାଇଁ ଆସୁଛନ୍ତି କିନ୍ତୁ ଘର ମିଳୁ ନାହିଁ। ଏପରି ପରିସ୍ଥିତିରେ ଘର ପାଇଁ ସ୍ବପ୍ନ ଦେଖିବା ଛଡା ଆମ ପାଖରେ ଆଉ କିଛି ଉପାୟ ନାହିଁ ବୋଲି କୋହଭାର କଣ୍ଠରେ ଚେମା ପ୍ରକାଶ କରିଛନ୍ତି।
ବୃନ୍ଦାଦେଇପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର ସେକ୍‌ ମନିରୁଉଦ୍ଦିନ (୫୮)। ସେ ବି ଜଣେ ଦିନ ମଜୁରିଆ। ଦୁଃଖକଷ୍ଟରେ ତାଙ୍କ ପରିବାର ଲୋକେ ଦିନ କାଟନ୍ତି। ଦିନେ କାମକୁ ନ ଗଲେ ଘରେ ଚୂଲି ଜଳେ ନାହିଁ। ଘର ଖଣ୍ଡେ କରିବାକୁ ସେ ବହୁ ଦିନରୁ ସ୍ବପ୍ନ ଦେଖିଥିଲେ। ହେଲେ ଯାହା ରୋଜଗାର ହୁଏ ସେଥିରେ ପରିବାର ଲୋକଙ୍କ ପେଟ ଠିକ୍‌ ଭାବେ ପୁରେ ନାହିଁ। ଘର କରିବା ତ ତାଙ୍କ ପକ୍ଷେ ସମ୍ଭବ ନୁହେଁ। ସେଥିପାଇଁ ସେ ଆବାସ ଯୋଜନାରେ ଘର କରିବା ପାଇଁ ଆଶା ବାନ୍ଧି ଥିଲେ। ପ୍ରତିଥର ସେ ଆବେଦନ କରି ଚାଲିଛନ୍ତି। ପଞ୍ଚାୟତକୁ କେତେଥର ସେ ଦୌଡ଼ିଛନ୍ତି ତା’ର ହିସାବ ନାହିଁ। ହେଲେ ଦାୟିତ୍ୱରେ ଥିବା ବାବୁମାନେ ତାଙ୍କୁ କେବଳ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ହେଲେ କୌଣସି ସୁବିଧା ତାଙ୍କୁ ମିଳିନାହିଁ। ଏଥିରେ ଜିଲାପାଳ ହସ୍ତକ୍ଷେପ କରନ୍ତୁ, ଚେମା, ସେକ୍‌ ମନିରୁଉଦ୍ଦିନଙ୍କ ପରି ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ମଣ୍ଡଳ ଦମ୍ପତି, ତାଙ୍କ ସହିତ…

ଭୁବନେଶ୍ୱର,୧ା୭: ଭାଜପାରେ ବୁଧବାର ସାମିଲ ହୋଇଛନ୍ତି ବିଜେଡିର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ। ଶଙ୍ଖ ଛାଡ଼ି ଏହି ଦମ୍ପତି ଏବେ…

ବଡ଼ ଘୋଷଣା କଲେ ସରକାର; ଏତିକି ମାସ ଯାଏ WFH କରିବେ ୫୦% କର୍ମଚାରୀ, ଗାଡ଼ି ପାର୍କିଂ…

ନୂଆଦିଲ୍ଲୀ,୧।୭: ଶୀତକାଳୀନ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ସରକାର ଏକ ମାଷ୍ଟର ପ୍ଲାନ ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ନଭେମ୍ବର ୧ ରୁ ଫେବୃଆରୀ ୨୮…

ସଚେତନ ନାଗରିକ ମଞ୍ଚର ନୂତନ କର୍ମକର୍ତ୍ତା: ଗୋବିନ୍ଦ ବନଛୋରନ ସଭାପତି, ଉପସଭାପତି ହେଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂଆ କମିଟି ଆର୍‌ଏମ୍‌ସିର ସଭାଗୃହରେ ପୂର୍ବତନ ସଭାପତି ଚିତ୍ତରଞ୍ଜନ ଭୋଇଙ୍କ ସଭାପତିତ୍ୱରେ ସଭା…

ଡାକ୍ତର ଦିବସ; କଳାହାଣ୍ଡିରେ ସ୍ୱାସ୍ଥ୍ୟ ସେବା ଠପ୍, ରୋଗୀ ହନ୍ତସନ୍ତ

ଭବାନୀପାଟଣା,୧।୭(ଉତ୍ତମ କୁମାର ଦାଶ): ଜାତୀୟ ଡାକ୍ତର ଦିବସରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବୁଧବାର ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ…

ଚାଇନାର କୃତିମ ସୂର୍ଯ୍ୟ! ବିଶ୍ୱର ସବୁଠାରୁ ବଡ଼ ଚୁମ୍ୱକ ଦେଖି ସମସ୍ତେ ତାଜୁବ

ନୂଆଦିଲ୍ଲୀ,୧।୭: ଚୀନ୍ ନିଜର ‘କମ୍ପ୍ରିହେନ୍‌ସିଭ୍ ରିସର୍ଚ୍ଚ ଫାସିଲିଟି ଫର୍ ଫ୍ୟୁଜନ୍ ଟେକ୍ନୋଲୋଜି’ (CRAFT) ପାଇଁ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ମ୍ୟାଗ୍ନେଟ୍ (ଚୁମ୍ବକ) ପ୍ରସ୍ତୁତ କରିଛି ଏବଂ ଏହାର…

WhatsAppର ନୂଆ ଫିଚର୍ସରୁ ବଢ଼ୁଛି ସାଇବର ଠକେଇ! ରୋକିବାକୁ କେନ୍ଦ୍ର ସରକାରଙ୍କ ମାଷ୍ଟର ପ୍ଲାନ୍

ନୂଆଦିଲ୍ଲୀ,୧।୭:  ଦେଶରେ ସାଇବର ଅପରାଧ ବୃଦ୍ଧି ପାଉଥିବା ଘଟଣା ଉପରେ ରୋକ ​​ଲଗାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ପଦକ୍ଷେପର…

ମନ୍ତ୍ରୀଙ୍କ ହାଇ ଆଲର୍ଟ, ଜରୁରୀ ପରିସ୍ଥିତିରେ ସଜାଗ ରହିବାକୁ ୟୁଏଲ୍‌ବିକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୭: ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

ମୋଦି କ୍ୟାବିନେଟ୍‌ରେ ବଡ଼ ବୈଠକ: ରାସନ ସମେତ ୪ଟି ବଡ଼ ନିଷ୍ପତ୍ତି ସମ୍ଭବ, ସିଧାସଳଖ ପ୍ରଭାବିତ ହେବେ ସାଧାରଣ ଜନତା!

ନୂଆଦିଲ୍ଲୀ,୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବୁଧବାର ଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦେଶହିତ, ଆର୍ଥିକ ସୁଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri