Posted inଜାତୀୟ

ଗର୍ଲଫ୍ରେଣ୍ଡ କଥା ନ ହେବାରୁ ଏମିତି କାଣ୍ଡ ଘଟାଇଲେ ଯୁବକ

ଗାଙ୍ଗଟକ(ସିକ୍କିମ),୧୪।୧୨: ଗର୍ଲଫ୍ରେଣ୍ଡ କଥା ହେବାକୁ ମନା କରି ଦେବାରୁ ଜଣେ ଡାକ୍ତରଙ୍କ ସମେତ ହସ୍ପିଟାଲରେ ଦୁଇ ଜଣଙ୍କୁ ଛୁରାମାଡ଼ କରିଛନ୍ତି ଜଣେ ଯୁବକ। ଏଭଳି ଘଟଣା ରାଜ୍ୟ ସରକାରଙ୍କ ଦ୍ୱାର ପରିଚାଳିତ ଏସ୍‌ଟିଏନ୍‌ଏମ୍‌ ହସ୍ପିଟାଲରେ ଘଟିଛି।

ଫୋନ ଉଠାଉ ନ ଥିବା ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ପାଇଁ ହସ୍ପିଟାଲକୁ ଆସିଥିଲେ ଅଭିଯୁକ୍ତ। ତାଙ୍କ ଗର୍ଲଫ୍ରେଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଆସିଥିଲେ ଏବଂ ଯୁବକଙ୍କ ସହ ରହିବାକୁ ସେ ମନା କରି ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସାଥିରେ ଆଣିଥିବା ଛୁରୀରେ ହୃଦରୋଗ ବିଶେଷଜ୍ଞ ଓ ହସ୍ପିଟାଲର ସଫେଇ କର୍ମୀଙ୍କୁ ଆକ୍ରମଣ କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଏହି ଘଟଣା ଯୋଗୁ କିଛି ସମୟ ପାଇଁ ହସ୍ପିଟାଲରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆଉ ଏଥିଯୋଗୁ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଆହତ ଡାକ୍ତରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଯୋଗୀ

କୋଲକାତା,୩।୩: ପଶ୍ଚିମବଙ୍ଗରେ ଭୋଟ ବ୍ୟାଙ୍କ ପାଇଁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାରଙ୍କ ତୁଷ୍ଟୀକରଣ ରାଜନୀତି କେବଳ ରାଜ୍ୟକୁ ନୁହେଁ, ସମଗ୍ର ଦେଶର ସୁରକ୍ଷା ଲାଗି ବିପଦ...

ଅହୋମ ମୈଦାନ ୟୁନେସ୍କୋ ବିଶ୍ୱ ଐତିହ୍ୟରେ ସାମିଲ କରିବାକୁ ପ୍ରସ୍ତାବ ପଠାଇବେ କେନ୍ଦ୍ର ସରକାର…

ଗୁଆହାଟୀ,୨୧।୧ : କେନ୍ଦ୍ର ସରକାର ଅହୋମ ସାମ୍ରାଜ୍ୟର ଚରାଇଦେବ ମୈଦାନକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ମନୋନୀତ କରିବାକୁ ୟୁନେସ୍କୋକୁ ଏକ ପ୍ରସ୍ତାବ ପଠାଇବାକୁ କେନ୍ଦ୍ର...

ଓଡ଼ିଶା ଟ୍ରେନ ଦୁର୍ଘଟଣା: ଗତବର୍ଷ ଅଡିଟ ରିପୋର୍ଟରେ ଚିନ୍ତା ବ୍ୟକ୍ତ କରାଯାଇଥିଲା…

ନୂଆଦିଲ୍ଲୀ,୪।୬ : ଓଡିଶା ହୋଇଥିବା ଟ୍ରେନ ଦୁର୍ଘଟଣାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର କହିଛନ୍ତି ଟ୍ରିପଲ ଟ୍ରେନ ମୁହାଁମୁହିଁ ହେବାର ମୂଳ କାରଣ ଚିହ୍ନଟ ହୋଇଛି...

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି ହେଲେ ଲାଭ ସହିତ କ୍ଷତି ବି ସହିବ ଭାଜପା !

ନୂଆଦିଲ୍ଲୀ,୧୦।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକୁ ନେଇ କେନ୍ଦ୍ର ସରକାର ଏଠାରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଚିନ୍ତା କରୁଥିବା କେତେକ ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।...

ଭାରତରେ ଅନୁପ୍ରବେଶ ପାଇଁ ପାକିସ୍ତାନୀ ଆତଙ୍କବାଦୀଙ୍କ ‘ମୁନ୍‌ ମିଶନ୍‌’

ଶ୍ରୀନଗର,୩୦।୯: ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ଡେଇଁ ଅନୁପ୍ରବେଶ ପାଇଁ ଆତଙ୍କବାଦୀମାନେ ‘ମୁନ୍‌ ମିଶନ୍‌’ ଯୋଜନା ପ୍ରସ୍ତୁତ କରିଛନ୍ତି। ଅନ୍ୟଦିନ ତୁଳନାରେ ପୂର୍ଣ୍ଣିମା ରାତିରେ ଆତଙ୍କବାଦୀମାନେ ଭାରତରେ...

୪୦୦ କୋଠରୀ ବିଶିଷ୍ଟ ଭବ୍ୟ ମହଲରେ ରହୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ…

ଗ୍ବାଲିୟର,୨୧।୧୧ : ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଜଣେ ଭଲ ନେତା ଭାବେ ଗଣାଯାଏ। ସେ ଗ୍ବାଲିୟରର ରାଜକୀୟ ପରିବାରର ବଂଶଧର ଭାବରେ ମଧ୍ୟ ଜଣାଶୁଣା। ରୟାଲ ପରିବାରରୁ...

ଆତଙ୍କବାଦକୁ ମୂଳପୋଛ କରିବାକୁ ଆମେରିକା ଭଳି ମଡେଲ ଆପଣେଇବାକୁ ପଡିବ: ବିପିନ ରାଓ୍ବତ

ନୂଆଦିଲ୍ଲୀ,୧୬।୧: ରାୟସିନା ଡାଏଲଗର ତୃତୀୟ ଦିନରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଗୁରୁବାର ଦିଲ୍ଲୀରେ ଆୟୋଜିତ ଏକ ସଭାରେ ଉଦ୍‌ବୋଧନ ଦେବା ସମୟରେ ଆତଙ୍କବାଦକୁ ନେଇ...

ରାଜ୍ୟ ସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ପାଶଓ୍ବାନ

ପାଟନା,୨୧।୬: କେନ୍ଦ୍ର ମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ରାମ ଭିଳାଶ ପାଶଓ୍ବାନ ରାଜ୍ୟ ସଭା ପାଇଁ ଏନ୍‌ଡିଏ ପ୍ରାର୍ଥୀ ଭାବେ ବିହାରରୁ ଶୁକ୍ରବାର...

Advertisement
Archives

Model This Week