ମହାରାଣୀଙ୍କୁ ହତ୍ୟା ପାଇଁ ଯାଇଥିଲେ ଶିଖ୍‌ ଯୁବକ

ଲଣ୍ଡନ, ୨୮ା୧୨: ଜାଲିଆନ୍‌ଓ୍ବାଲା ବାଗ୍‌ ଗଣହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଜଣେ ଭାରତୀୟ ଶିଖ୍‌ ଯୁବକ ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି। ଖ୍ରୀଷ୍ଟମାସ ପାଳନ ପାଇଁ ମହାରାଣୀ ଓ୍ବିଣ୍ଡସର୍‌ କାସ୍‌ଲେରେ ପହଞ୍ଚିଥିବାବେଳେ ଅଭିଯୁକ୍ତ ଯଶଓ୍ବନ୍ତ ସିଂ ଚେଲ୍‌ ସେଠାରେ ଧନୁ ତୀର ଭଳି ଅସ୍ତ୍ର ଧରି ପହଞ୍ଚି ଯାଇଥିଲେ। ସେଠାରୁ ତାଙ୍କୁ ଗିରଫ କରାଯାଇଥିଲା। ଯଶଓ୍ବନ୍ତଙ୍କ ବୟସ ୧୯ ବର୍ଷ। ବ୍ରିଟିଶ ଶାସନବେଳେ ୧୯୧୯ରେ ପଞ୍ଜାବର ଅମୃତସରଠାରେ ହୋଇଥିବା ଗଣହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଯଶଓ୍ବନ୍ତ ଏପରି କରିଥିଲେ ବୋଲି ଏକ ଭିଡିଓରେ କହିଛନ୍ତି। ଓ୍ବିଣ୍ଡସର କାସ୍‌ଲେକୁ ଯିବା ପୂର୍ବରୁ ସେ ଏହି ଭିଡିଓକୁ ସ୍ନାପ୍‌ଚାଟ୍‌ରେ ଅପ୍‌ଲୋଡ୍‌ କରିଥିଲେ। ଏହା ଜଣାପଡ଼ିବା ପରେ ସ୍କଟ୍‌ଲାଣ୍ଡ ୟାର୍ଡ ଘଟଣାର ତଦନ୍ତ ଆରମ୍ଭ କରିଛି। ମେଟ୍ରୋପଲିଟାନ୍‌ ପୋଲିସ ଯଶଓ୍ବନ୍ତଙ୍କ ମାନସିକ ସ୍ଥିତି ଯାଞ୍ଚ କରିବା ସହ ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି।
ଭିଡିଓରେ ଯଶଓ୍ବନ୍ତ କହିଛନ୍ତି, ‘ଯାହା ମୁଁ କରିଛି ଏବଂ କରିବାକୁ ଯାଉଛି ସେଥିପାଇଁ ମୋତେ କ୍ଷମା କର। ମୁଁ ରାଜ ପରିବାରର ମହାରାଣୀ ଏଲିଜାବେଥ୍‌ଙ୍କୁ ହତ୍ୟା ପାଇଁ ଉଦ୍ୟମ କରିବି। ଏହା ୧୯୧୯ ଜାଲିଆନ୍‌ଓ୍ବାଲା ବାଗ୍‌ ହତ୍ୟାକାଣ୍ଡର ପ୍ରତିଶୋଧ ହେବ। ଏଥିସହ ଜାତି, ବର୍ଣ୍ଣ ଯୋଗୁ ଭେଦଭାବର ଶିକାର ହୋଇଥିବା ଲୋକଙ୍କ ପାଇଁ ଏହା ନ୍ୟାୟ ହେବ। ମୁଁ ଜଣେ ଭାରତୀୟ ଶିଖ୍‌। ମୋ ନଁା ଯଶଓ୍ବନ୍ତ ସିଂ ଚେଲ୍‌ ଥିଲା। ଏବେ ମୁଁ ଡାର୍ଟ ଜୋନ୍ସ’। ଏଥିରେ ସେ ମୁହଁକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ରଖିବା ସହ ସ୍ବର ଚିହ୍ନଟ ନ ହେବା ପାଇଁ ଫିଲ୍ଟର ବ୍ୟବହାର କରିଛନ୍ତି। ଭିଡିଓଟି ଦ ସନ୍‌ ଓ୍ବେବ୍‌ସାଇଟ୍‌ରେ ପୋଷ୍ଟ କରାଯାଇଛି। ଏଥିରେ ଯଶଓ୍ବନ୍ତ ‘ଷ୍ଟାର ଓ୍ବାର’ ଫିଲ୍ମ ଭଳି ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଜାଲିଆନ୍‌ୱାଲା ବାଗ୍‌ଠାରେ ସ୍ବାଧୀନତା ସଂଗ୍ରାମ ଜାରି ରଖି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ବ୍ରିଟିଶ ସେନା ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା, ୧୨୦୦ରୁ ଅଧିକ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri