ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ

 

ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’ ଏହିପରି ବିଶ୍ୱର ବହୁ ମନୀଷୀ ସାହିତ୍ୟର ବ୍ୟାଖ୍ୟା କରିଛନ୍ତି ଭିନ୍ନ ଭିନ୍ନ ଶବ୍ଦରେ। ସେ ଯାହା ବି ହେଉ ସାହିତ୍ୟ ହେଉଛି ତାହା, ଯାହା ସମାଜର ହିତ ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍‌ ସାହିତ୍ୟ ହେଉଛି ମାନବିକ କଲ୍ୟାଣର ମାପକାଠି। ସାହିତି୍ୟକମାନେ ଉଦ୍‌ବୋଧିତ କରିଥାନ୍ତି ଜନମାନସିକତାକୁ। ଏଭଳିସ୍ଥଳେ ଆଜି ଯେତେବେଳେ କଳ୍ପନା ପ୍ରସୂତ ସାହିତ୍ୟ ପ୍ରତି ପାଠକଙ୍କ ରୁଚି କମି କମି ଆସୁଥିବାର ଦେଖାଯାଉଛି, ସେତେବେଳେ ସ୍ତମ୍ଭ ସାହିତ୍ୟ ପାଠକଙ୍କୁ ସାହାରା ଦେଉଛି। ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହେଉଥିବା ସ୍ତମ୍ଭ ପ୍ରତି ପାଠକୀୟ ଶ୍ରଦ୍ଧା, ଅନୁରାଗ ଧୀରେ ଧୀରେ ବଢୁଥିବା ବେଳେ ସ୍ତମ୍ଭ-ସାହିତ୍ୟର ମହତ୍ତ୍ୱ ବଢ଼ି ବଢ଼ି ଚାଲିଛି। ଆଜି ଆମେ ଯାହାକୁ ସ୍ତମ୍ଭ ବୋଲି କହୁଛନ୍ତି, ତାହା ପ୍ରବନ୍ଧ ଶ୍ରେଣୀଭୁକ୍ତ। ପ୍ର- ଉପସର୍ଗ ବନ୍ଧ- ଧାତୁର ଅ- ପ୍ରତ୍ୟୟଯୁକ୍ତ ହୋଇ ପ୍ରବନ୍ଧ ଶବ୍ଦ ସୃଷ୍ଟି (ପ୍ର+ବନ୍ଧ+ଅ)। ବ୍ୟାକରଣ ଦୃଷ୍ଟିରୁ ବ୍ୟାଖ୍ୟା କଲେ, ପ୍ରକୃଷ୍ଟ ବନ୍ଧନଯୁକ୍ତ ପଦଯୋଜନାକୁ ପ୍ରବନ୍ଧ କୁହାଯାଏ। ପ୍ରବନ୍ଧ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯେଉଁଥିରେ ଚିନ୍ତା ଓ ଯୁକ୍ତିର ସୁନ୍ଦର ସମନ୍ବୟ ଦେଖିବାକୁ ମିଳେ। ସାହିତ୍ୟର ଅନ୍ୟାନ୍ୟ ବିଭାଗ (କବିତା, ଗଳ୍ପ, ଉପନ୍ୟାସ, ନାଟକ ଆଦି) କଳ୍ପନା, ଆବେଗ ଓ ତତ୍ତ୍ୱଜ୍ଞାନ ସମ୍ମିଶ୍ରଣରେ ସୃଷ୍ଟି ହେଉଥିବା ବେଳେ ସ୍ତମ୍ଭ/ପ୍ରବନ୍ଧଟିଏ କଳ୍ପନା, ଆବେଗ, ତତ୍ତ୍ୱ, ତଥ୍ୟ ସହିତ ବୁଦ୍ଧିର ସମ୍ମିଶ୍ରଣରେ ସୃଷ୍ଟି। କହିବାକୁ ଗଲେ ଏହା ସାହିତ୍ୟର ଗୋଟେ ଗମ୍ଭୀର ଓ ସମ୍ଭ୍ରାନ୍ତ ବିଷୟ। ସ୍ତମ୍ଭ ଲେଖିବା ବେଳେ ସମ୍ପୃକ୍ତ ପ୍ରସଙ୍ଗ ଉପରେ ଅଧ୍ୟୟନ ସହିତ ଗଭୀର ଅନୁଶୀଳନ, ଚିନ୍ତନ, ମନ୍ଥନ କରିବାକୁ ପଡ଼ିଥାଏ। ସେଇଥିପାଇଁ ତ ନୋବେଲ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଜର୍ମାନୀ ଲେଖକ ଥମାସ ମାନ୍‌ କହିଛନ୍ତି, ‘ସ୍ତମ୍ଭକାର ହେଉଛି ସେହି ଲୋକ, ଯିଏ ଲେଖିବା ବେଳେ ସାଧାରଣ ଲୋକଙ୍କ ଠାରୁ ଅଧିକ କଷ୍ଟ ପାଏ।’ ଡାକ୍ତରଙ୍କ ଭଳି ସ୍ତମ୍ଭକାରଟିଏ ହେଉଛି ସମାଜର ଜଣେ ଚିକିତ୍ସକ। ସମାଜର ସମସ୍ୟାଗୁଡ଼ିକର ସମାଧାନ ପାଇଁ ଜଣେ ଲେଖକକୁ ସେ ସମ୍ବନ୍ଧରେ ଖୁବ୍‌ ଅଧ୍ୟୟନ ସହିତ ଗଭୀର ଚିନ୍ତନ, ମନନ କରିବାକୁ ପଡ଼େ। ଦେଶ ଦୁନିଆର ସମସ୍ୟାଗୁଡ଼ିକୁ ଭଲଭାବେ ଚିହ୍ନଟ ଓ ଅନୁଧ୍ୟାନ କରି ତା’ର ସମାଧାନର ବାଟ ବତାଇଥାଏ। ଆହୁରି ବି ଖବରକାଗଜମାନଙ୍କରେ ସ୍ତମ୍ଭ ରଚନା ଏକ ଜଟିଳ ପ୍ରକ୍ରିୟା। ସୀମିତ ପରିସରରେ, ନିର୍ଦ୍ଦିଷ୍ଟ ଶବ୍ଦ ମଧ୍ୟରେ ସ୍ତମ୍ଭକାରଙ୍କୁ ଲେଖିବାକୁ ହୁଏ, ଠିକ୍‌ ଯେମିତି ଉପଯୁକ୍ତ ପରିମାଣର ଗ୍ୟାସ୍‌ ଭରିବାକୁ ପଡ଼େ ନିର୍ଦ୍ଦିଷ୍ଟ ଆୟତନର ସିଲିଣ୍ଡରରେ।
ସ୍ତମ୍ଭ ସବୁବେଳେ ତଥ୍ୟଯୁକ୍ତ, ପ୍ରାସଙ୍ଗିକ ଏବଂ ସଦ୍ୟ ଘଟଣାବଳୀ ଉପରେ ପର୍ଯ୍ୟବସିତ ହେବା ଉଚିତ। ସମାଜରେ ଘଟୁଥିବା ସମସ୍ୟା ସମ୍ପର୍କରେ ସଂକ୍ଷିପ୍ତରେ ଆଲୋଚନା କରି, କୌଶଳପୂର୍ବକ ବିଶ୍ଳେଷଣ କରି, ଯୁକ୍ତିଯୁକ୍ତ ସମାଧାନର ରାସ୍ତା ଦେଖାଇଥାଏ ସ୍ତମ୍ଭ। ଆହୁରି ଟିକେ ସରଳକରି କହିଲେ, ତିନୋଟି ‘ଆଇ’ (Information, Inspiration, Interest) ବଳିଷ୍ଠ କରିଥାଏ ସ୍ତମ୍ଭକୁ। ଅର୍ଥାତ୍‌ ତଥ୍ୟ ସହିତ ପ୍ରେରଣାଦାୟୀ ବାର୍ତ୍ତା ଏବଂ ପଠନର ରୁଚି ବଢ଼େଇପାରିବା ହେଉଛି ଗୋଟେ ସ୍ତମ୍ଭର ସାର୍ଥକତା। କୌଣସି ଅବାନ୍ତର ବା ଅଯୌକ୍ତିକ କଥା ଉଲ୍ଲେଖ ଥିଲେ କିମ୍ବା ବିଦ୍ୱେଷଭାବ ରଖି ଉଦ୍ଦେଶ୍ୟମୂଳକ ଭାବେ ବଦ ମିଜାଜ୍‌ଭିତ୍ତିକ କିଛି ଲେଖା ହୋଇଥିଲେ ତାହା ସ୍ତମ୍ଭ ପଦବାଚ୍ୟ ନୁହେଁ। ଶାସ୍ତ୍ର(ଶବ୍ଦ)କୁ ଶସ୍ତ୍ର ପରି ଉପଯୋଗ କରିବା ଉଚିତ ନୁହେଁ। କାରଣ ଶବ୍ଦକାର ଜଣେ ଋଷି ପରି ଏବଂ ଲେଖା ହେଉଛି ତା’ର ଯଜ୍ଞ। ସତ୍ୟ, ନ୍ୟାୟ ଓ ଧର୍ମର ରକ୍ଷା ହେଉଛି ଲେଖକର ସ୍ବରୂପ। ଦଷେଦର୍ଶୀ ନ ହୋଇ ଦୁନିଆର ଦିଶା ଓ ଦଶା ବଦଳାଇବା ହିଁ ବାହାଦୁରିପଣ। ଏଣୁ ସ୍ତମ୍ଭ ସର୍ବଦା ସତ୍ୟଦର୍ଶୀ, ବାର୍ତ୍ତା ଓ ବାସ୍ତବଧର୍ମୀ ତଥା ଚେତନଧର୍ମୀ ହେବା ତା’ର ମୌଳିକତା। ବିଶିଷ୍ଟ ସାହିତି୍ୟକ, ବିପ୍ଳବୀ ବଙ୍କିମ୍‌ ଚନ୍ଦ୍ର ଚାଟାର୍ଜୀଙ୍କ ଭାଷାରେ, ”ପ୍ରବନ୍ଧଗୁଡ଼ିକ ଏମିତି ଭାଷାରେ ଲେଖାଯିବା ଉଚିତ, ଯେମିତିକି ପାଠକମାନଙ୍କ ହୃଦୟକୁ ଛୁଇଁବ ଏବଂ ପାଠକମାନେ ତାକୁ ବାରମ୍ବାର ପଢ଼ିବାରେ ଆନନ୍ଦ ଉପଲବ୍ଧି କରିବେ। ଏଭଳି ଉତ୍କୃଷ୍ଟ ଲେଖା ଲେଖିବାରେ ଯେଉଁମାନେ କର୍ତ୍ତୃତ୍ୱ ହାସଲ କରିଥାନ୍ତି, ସେମାନଙ୍କ ସାରସ୍ବତ ସୃଷ୍ଟିକୁ ଦୁନିଆ ଏତେଶୀଘ୍ର ଭୁଲିପାରେନା। ମାତ୍ର, ଏମାନଙ୍କ ସଂଖ୍ୟା ଅତିସ୍ବଳ୍ପ, ଅତିବେଶିରେ ଅଧା ଡଜନ ହେବ।’
ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ସ୍ତମ୍ଭ ବଢ଼ାଇଥାଏ ପତ୍ରପତ୍ରିକାର ‘ମାନ’ କୁ ଏବଂ ବଢ଼ାଇଥାଏ ସମ୍ପାଦକଙ୍କ ମର୍ଯ୍ୟାଦାକୁ। ଯେଉଁ କାଗଜର ସ୍ତମ୍ଭ ଯେତିକି ବଳିଷ୍ଠ, ସେହି କାଗଜର ସଚେତନ ଶ୍ରେଣୀୟ ପାଠକ, ଛାତ୍ରୀ-ଛାତ୍ର ଓ ବୁଦ୍ଧିଜୀବୀମାନଙ୍କ ସଂଖ୍ୟା ସେତେ ଅଧିକ। ଭୌତ୍ତିକ ବିକାଶ ସହିତ ତାଳ ଦେଇ ଆଜି ଚାଲୁଛି ଅରାଜକତା ଓ ଅସାମାଜିକତା। ସେଥିପାଇଁ ସମସ୍ତେ ଉଦ୍‌ବିଗ୍ନ। ଏଭଳିସ୍ଥଳେ ସୁସ୍ଥ ଓ ସୁନ୍ଦର ସମାଜ ପାଇଁ ସାହିତ୍ୟର ଲୋକପ୍ରିୟତା ବଢ଼ିବା ନିହାତି ଜରୁରୀ। ବିଶେଷକରି ସ୍ତମ୍ଭର ଚାହିଦା ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖେ। ସେଇଥିପାଇଁ ତ ଜନସାଧାରଣଙ୍କ ମନରେ ସ୍ତମ୍ଭ ପ୍ରତି ଆଦର ଓ ଆଗ୍ରହ ବଢ଼ାଇବା ସହିତ ସ୍ତମ୍ଭକାରମାନଙ୍କୁ ଉତ୍ସାହିତ କରିବାକୁ ଜାତୀୟସ୍ତରରେ ପ୍ରତିବର୍ଷ ଏପ୍ରିଲ ୧୮ ରେ ପାଳିତ ହୋଇଆସୁଛି ‘ଜାତୀୟ ସ୍ତମ୍ଭକାର ଦିବସ।’ ସ୍ବଳ୍ପସଂଖ୍ୟାରେ ହେଲେ ବି ଖୁସିର କଥା ଯେ, ସ୍ତମ୍ଭ ସାହିତ୍ୟ ଓ ସ୍ତମ୍ଭକାରଙ୍କ ଉପରେ ଛାତ୍ରୀଛାତ୍ରମାନେ ପିଏଚ୍‌ଡି କରିବାକୁ ଆଗେଇ ଆସିଲେଣି ଆଜି। ଉତ୍କଳ ସାହିତ୍ୟ ସମାଜ, ଫକୀର ମୋହନ ସାହିତ୍ୟ ପରିଷଦ, ଭଦ୍ରାଣୀ ସାହିତ୍ୟ ସଂସଦ ଆଦି ରାଜ୍ୟର କେତେକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆଗେଇ ଆସିଲେଣି ସ୍ତମ୍ଭକାରମାନଙ୍କୁ ସ୍ବତନ୍ତ୍ରଭାବେ ସମ୍ବର୍ଦ୍ଧିତ କରି ଯଥୋଚିତ ଉତ୍ସାହିତ କରିବାକୁ। ଏଭଳିସ୍ଥଳେ ସାହିତ୍ୟର ଏକା ଭୂମିକା ନିରୁତ୍ସାହଜନକ। ସ୍ତମ୍ଭ ସାହିତ୍ୟ ଓ ସ୍ତମ୍ଭକାରମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେବାରେ ସାହିତ୍ୟ ଏକା ବିଫଳ; ଯାହାକି ଦୁର୍ଭାଗ୍ୟପୂର୍ଣ୍ଣ। ଆଜି ଦିନରେ ଆଗଧାଡ଼ିର ଦୈନିକ ଖବରକାଗଜଗୁଡ଼ିକରେ ଯେଉଁପ୍ରକାର ଉଚ୍ଚମାନର ସ୍ତମ୍ଭ ପ୍ରକାଶ ପାଉଛି, ସେସବୁକୁ ଯଦି ଛାତ୍ରୀଛାତ୍ରଙ୍କୁ ପଢ଼ିବାକୁ ବାଧ୍ୟ କରାଯା’ନ୍ତା, ସ୍କୁଲ କଲେଜରେ ସ୍ତମ୍ଭ ସାହିତ୍ୟ ଉପରେ ପ୍ରଶ୍ନପତ୍ର ତିଆରି ହୁଅନ୍ତା, ତେବେ ସମାଜରେ ଅନେକ ସୁଧାର ଆସିପାରନ୍ତା। ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କଥା ହେଲା ସ୍ତମ୍ଭ କେବଳ ଚେତନାର ସ୍ତରକୁ ପ୍ରସାରିତ କରି ନ ଥାଏ, ଇତିହାସର ଐତିହ୍ୟରୁ ପୁରାଣର ପେଡ଼ିଯାଏ ଆମ ଜ୍ଞାନଭଣ୍ଡାରକୁ ବୃଦ୍ଧି କରିଥାଏ। ଏଣୁ ଆସନ୍ତୁ ସଂଜୀବନୀ ସଦୃଶ ଉପଯୋଗୀ ସ୍ତମ୍ଭଗୁଡ଼ିକୁ ଆଗ୍ରହର ସହ ପଢ଼ିବା।
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri