୨ ସପ୍ତାହରେ ୪୯ ଫିଲ୍ମ କରିଥିଲେ ସାଇନ୍‌

ମୁମ୍ବାଇ: ହିନ୍ଦୀ ଫିଲ୍ମର ପ୍ରତ୍ୟେକ କଳାକାରଙ୍କ କ୍ୟାରିୟରରେ ଏକ ସମୟ ଆସିଥାଏ ଯେତେବେଳେ ସେ ବହୁତ ନାଁ କମାଇଥାନ୍ତି। ୯୦ ଦଶକରେ ବଲିଉଡ୍‌ର ହାସ୍ୟ ଅଭିନେତା ଗୋବିନ୍ଦା ମଧ୍ୟ ଅନେକ ପ୍ରଶଂସା ସାଉଁଟିଥିଲେ। ବର୍ତ୍ତମାନ ଲାଗୁଛି ଗୋବିନ୍ଦାଙ୍କ ଯୁଗ ଯେମିତି ଶେଷ ହେବାକୁ ଯାଉଛି। ଦୀର୍ଘ ସମୟ ଧରି ସେ କୌଣସି ବି ଫିଲ୍ମରେ ନଜର ଆସିନାହାନ୍ତି। ଗୋବିନ୍ଦା ତାଙ୍କ ସମୟରେ ଭଁସାଲୀ ଭଳି ନିର୍ମାତାଙ୍କ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ଗୋବିନ୍ଦା ନିଜେ ପ୍ରକାଶ କରିଛନ୍ତି।

ଗୋବିନ୍ଦା ତାଙ୍କ ସମୟରେ ଅନେକ ଶ୍ରେଷ୍ଠ ଫିଲ୍ମରେ କାମ କରିଛନ୍ତି। ତାଙ୍କର ଫିଲ୍ମ ଲୋକମାନଙ୍କୁ ବେଶ୍‌ ଆନନ୍ଦ ଦେଉଥିଲା। ତାଙ୍କର ନମ୍ବର ସିରିଜ ଫିଲ୍ମ ଚମତ୍କାର ହୋଇଥିଲା। ଏଥିରେ ହିରୋ ନମ୍ବର ଓ୍ବାନ, କୁଲି ନମ୍ବର ଓ୍ବାନ ଭଳି ଅନେକ ଫିଲ୍ମ ରହିଛି। ଗୋବିନ୍ଦା ଏବଂ କରିସ୍ମା କପୁରଙ୍କ ଯୋଡ଼ି ସେହି ସମୟରେ ସୁପରହିଟ୍‌ ହୋଇଥିଲା। ଉଭୟ ବ୍ଲକବଷ୍ଟର ଫିଲ୍ମରେ ଏକାଠି କାମ କରିଛନ୍ତି। କିନ୍ତୁ କିଛି ସମୟ ପରେ ତାଙ୍କର ଅନେକ ଫିଲ୍ମ ଫ୍ଲପ୍‌ ହୋଇଗଲା। ସେହି ସମୟରେ ସେ ରାଜନୀତିରେ ପାଦ ଦେଇଥିଲେ। ସେ ଥରେ ମୁମ୍ବାଇ ଅନ୍ଧେରୀର ଏମ୍‌ପି ବି ହୋଇଥିଲେ। ସେଠାରେ ବି ତାଙ୍କ କ୍ୟାରିୟର ଦୀର୍ଘ ସମୟ ରହିପାରିଲା ନାହିଁ।

ଏପରିକି ୨ ସପ୍ତାହରେ ସେ ୪୯ଟି ଫିଲ୍ମରେ ସାଇନ କରିଥିଲେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ଗୋବିନ୍ଦା। ତାଙ୍କ ଫିଲ୍ମର ଶୁଟିଂ ଶେଷ କରିବାକୁ ତାଙ୍କ ପାଖରେ ସମୟ ନ ଥିଲା। ନିର୍ମାତାମାନେ ସବୁବେଳେ ଗୋବିନ୍ଦାଙ୍କୁ ସେମାନଙ୍କର ପ୍ରତ୍ୟେକ ଫିଲ୍ମରେ ଦେଖିବାକୁ ଚାହୁଁଥିଲେ। ଆଜି ଯଦିଓ ଗୋବିନ୍ଦା ତାଙ୍କ ଫିଲ୍ମ କ୍ୟାରିୟରକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଛନ୍ତି, ତଥାପି ସେ ଥରେ ‘ତାଲ’ ଏବଂ ‘ଦେବଦାସ’ଭଳି ଫିଲ୍ମ ଛାଡିଥିଲେ। ଗୋବିନ୍ଦା କହିଥିଲେ, ଏହି ଫିଲ୍ମଗୁଡ଼ିକ କେବଳ ତାଙ୍କ ପାଇଁ ନୁହେଁ, ତାଙ୍କୁ ଦେବଦାସରେ ଚୁନିଲାଲ ଭୂମିକାରେ ଅଭିନୟ ପାଇଁ କୁହାଯାଇଥିଲା। ସେ କାଷ୍ଟିଂ ନିର୍ଦ୍ଦେଶକଙ୍କୁ ପଚାରିଥିଲେ ଯେ, ସେ କାହାକୁ ମଦ୍ୟପାନ କରି ଚୁନିଲାଲଙ୍କ ପରି ହତ୍ୟା କରିବେ? ଏହି ଭୂମିକା ପାଇଁ ମୁଁ ଠିକ୍‌ ନୁହେଁ। ‘ତାଲ’ରେ ଅନିଲ କପୁରଙ୍କ ଭୂମିକା ଗୋବିନ୍ଦାଙ୍କୁ ଦିଆଯାଇଥିଲା। ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତ୍ରୀଙ୍କୁ ବ୍ରେଷ୍ଟ୍‌ କ୍ୟାନସର

ମୁମ୍ବାଇ: ଅନେକ ଟିଭି ସିରିୟଲରେ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ଛବି ମିତ୍ତଲ ଏବେ କ୍ୟାନସର ସହ ଲଢୁଛନ୍ତି। ତାଙ୍କୁ ବ୍ରେଷ୍ଟ୍‌ କ୍ୟାନସର ହୋଇଛି। ଏନେଇ...

ପ୍ରିୟଙ୍କାଙ୍କ ଘରକୁ ଭଡାରେ ନେଲେ ଜ୍ୟାକଲିନ

ମୁମ୍ବାଇ:ବଲିଉଡ୍ ନାୟିକା ଜ୍ୟାକଲନ୍ ଫର୍ଣ୍ଣାଡିଜ ମୁମ୍ବାଇର ଜୁହୁରେ ନିଜର ଠିକଣା ବନାଇଛନ୍ତି । ସେଠାରେ ଥିବା ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଭଡାରେ...

ଗୋଟିଏ ଚାପୁଡା ବଦଳାଇଥିଲା ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ଜୀବନ

ବଲିଉଡ୍‌ରେ ନେଗେଟିଭ୍‌ ଭୂମିକାରେ ସୁନାମ ଅର୍ଜନ କରିଥିବା ଲଳିତା ପାୱାରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ମାତ୍ର ୯ ବର୍ଷ ବୟସରେ ଇଣ୍ଡଷ୍ଟ୍ରିରେ ପ୍ରବେଶ...

ରିଲିଜ ହେଲା ଲକ୍ଷ୍ମୀ ବମର ‘ବୁର୍ଜ ଖଲିଫା’ ଗୀତ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଓ କିୟାରା ଆଡଭାନିଙ୍କ ଅଭିନୀତ ‘ଲକ୍ଷ୍ମୀ ବମ’ ଫିଲ୍ମର ଯେଉଁ ଗୀତକୁ ଦର୍ଶକେ ଆଗ୍ରହର ସହ ଅପେକ୍ଷା...

ବଡ ପରଦାରେ ବିଗ ବି ଅମିତାଭଙ୍କ ସହ ନଜର ଆସିବେ ବାହୁବଳୀ ଷ୍ଟାର ପ୍ରଭାସ

ବଡ ପରଦାରେ ଖୁବଶିଘ୍ର ଏକାଠି ନଜର ଆସିବେ ବାହୁବଳୀ ଷ୍ଟାର ପ୍ରଭାସ ଓ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ। ପ୍ରଥମ ଥର ଲାଗି ଉଭୟେ ବଡ...

ବିବାହ ବାର୍ଷିକୀରେ ସ୍ତ୍ରୀଙ୍କ ସହ ପୂରୁଣା ଫଟୋ ଶେୟାର କଲେ ବିଗ୍‌ ବି

ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଆଜି ବିବାହ ବାର୍ଷିକୀ । ଅମିତାଭ ଜୟାଙ୍କୁ ୩ ଜୁନ ୧୯୭୩ରେ ବିବାହ କରିଥିଲେ। ଆଜି...

ବିରାଟ କୋହଲିଙ୍କ ଏହି କାମ ଦେଖି ଅନୁଷ୍କାଙ୍କ ଆଖିରେ ଆସିଯାଇଥିଲା ଲୁହ

ଲଣ୍ଡନ,୧୬।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଚାରି ମାସର...

ବିକିଙ୍କ ନାଁରେ ମାମଲା ରୁଜୁ

ନୂଆ ବର୍ଷ ଅଭିନେତା ବିକି କୌଶଲଙ୍କ ପାଇଁ ନୂଆ ଅସୁବିଧା ଆଣିଛି। ଭିକି ଏବଂ ଅଭିନେତ୍ରୀ ସାରା ଅଲି ଖାନ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ପରବର୍ତ୍ତୀ...

Advertisement
Archives

Model This Week