Posted inଜାତୀୟ

ବିରୋଧୀଙ୍କ ଜେପିସି ଦାବି ଯଥାର୍ଥ, ରାହୁଲ ମାଗିବେନି କ୍ଷମା: କଂଗ୍ରେସ…

ନୂଆଦିଲ୍ଲୀ,୧୮।୩ : ଆଦାନୀ ମାମଲାରେ ଜେପିସି ଗଠନ ଲାଗି ବିରୋଧୀ ଦଳର ଦାବି ଏବଂ ବ୍ରିଟେନରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ପାଇଁ ସେ କ୍ଷମା ମାଗିବା ଦାବି ନେଇ ସଂସଦ ଅଚଳ ହୋଇଯାଇଛି। ଅନ୍ୟପକ୍ଷରେ, ଏହି ପ୍ରସଙ୍ଗରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଆଦାନୀ ମାମଲାରେ ଜେପିସି ଗଠନ ପାଇଁ ବିରୋଧୀଙ୍କ ଦାବି ସମ୍ପୂର୍ଣ୍ଣ ଯଥାର୍ଥ । ସଂସଦରେ ଅଚଳାବସ୍ଥା ଶେଷ କରିବାର ଉପାୟ ହେଉଛି ବିରୋଧୀଙ୍କ ଦାବି ମାନିନେବା। ଆଦାନୀ ପ୍ରସଙ୍ଗରେ ମିଳିତ ସଂସଦୀୟ କମିଟି ଗଠନ ପାଇଁ ୧୬ ବିରୋଧୀ ଦଳ ଏକାଠି ହେବା ଯୋଗୁ ସରକାରଙ୍କ ଅକଲଗୁଡୁମ ହୋଇ ଯାଇଛି। ଏହାକୁ ଏଡାଇବା ପାଇଁ ଶାସକ ଦଳ ବିଭିନ୍ନ କୌଶଳ ଅବଲମ୍ବନ କରୁଛି।

ବ୍ରିଟେନରେ ଦେଇଥିବା ମନ୍ତବ୍ୟ ଉପରେ ରାହୁଲ ଗାନ୍ଧୀଙ୍କ ଲୋକସଭାର ସଦସ୍ୟତାକୁ ରଦ୍ଦ କରିବାକୁ ଭାଜପା ଏମ୍‌ପି ନିଶିକାନ୍ତ ଦୁବେଙ୍କ ବିବୃତ୍ତିକୁ ଟାର୍ଗେଟ କରି ସେ କହିଛନ୍ତି, ଏହା ଦ୍ୱାରା ପ୍ରକୃତ ପ୍ରସଙ୍ଗରୁ ଭାଜପା ଭୟଭୀତ ହୋଇ ଅନ୍ୟ ଆଡେ ଧ୍ୟାନ ଆକର୍ଷଣ କରିବାର ପ୍ରୟାସ କରୁଛି।

କଂଗ୍ରେସର ମହିଳା ୱିଙ୍ଗ ଶନିବାର ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ଅପମାନଜନକ ମନ୍ତବ୍ୟକୁ ନେଇ ଭାଜପା ରାଷ୍ଟୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନ ବାହାରେ ଧାରଣାରେ ବସିଥିଲେ। ଏହି ବିକ୍ଷୋଭ ସମୟରେ ୱିଙ୍ଗ ମୁଖ୍ୟ ଅମୃତା ଧାୱନଙ୍କ ସମେତ ଦିଲ୍ଲୀ ପ୍ରଦେଶ ମହିଳା କଂଗ୍ରେସର ଅନେକ ସଦସ୍ୟଙ୍କୁ ଗିରଫ କରାଯାଇଥିଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ମୋତି ଲାଲ ନେହେରୁ ପ୍ଲେସରୁ ପ୍ରାୟ ୧୫ ଜଣ ମହିଳାଙ୍କୁ ଅଟକ ରଖାଯାଇଥିଲା। ପରେ ତାଙ୍କୁ ମୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ମମତା, ହ୍ବିଲ୍‌ ଚେୟାରରେ ବସି ଘରକୁ ଫେରିଲେ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ସ୍ଥିତ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରୁ ଶୁକ୍ରବାର ଡିସ୍‌ଚାର୍ଜ ହୋଇଛନ୍ତି। ମମତା ଏକ ହ୍ବିଲ୍‌ ଚେୟାରରେ ବସି କାଳିଘାଟ ସ୍ଥିତ...

ଲାଉଡ୍‌ ସ୍ପିକରରେ ମୁସଲିମ ମହିଳାଙ୍କୁ ବଳାତ୍କାର ଧମକ ଦେଲେ ପୂଜାରୀ

ଲକ୍ଷ୍ନୌ,୮।୪: ମସଜିଦ ବାହାରେ ଏକତ୍ରିତ ମୁସଲିମ ମହିଳାଙ୍କୁ ଅପହରଣ କରି ବଳାତ୍କାର ଧମକ ଦେଇଛନ୍ତି ଜଣେ ହିନ୍ଦୁ ପୂଜାରୀ। ଘଟଣାଟି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରୁ ୧୦୦...

ଅଗଷ୍ଟ ୧୫ରେ ଲଞ୍ଚ୍‌ ହୋଇପାରେ କରୋନା ଔଷଧ

ନୂଆଦିଲ୍ଲୀ,୩।୭: କରୋନାର ସଂକ୍ରମଣ ବୃଦ୍ଧି ମଧ୍ୟରେ ଏକ ଖୁସି ଖବର ଆସୁଛି। କରୋନା ଟିକା କୋଭାକ୍ସିନ ଅଗଷ୍ଟ ୧୫ରେ ଲଞ୍ଚ୍‌ ହୋଇପାରେ। ଫାର୍ମାସ୍ୟୁଟିକାଲ କମ୍ପାନୀ ଭାରତ...

ଏମିତି ଗାଁ ଯେଉଁଠି ଘରେ ଘରେ ଭିନ୍ନକ୍ଷମ

ଉତ୍ତରପ୍ରଦେଶର ଆଗ୍ରାଠାରୁ ୨୦ କିଲୋମିଟର ଦୂର ଗ୍ବାଲିୟର ରୋଡରେ ବରୋଲି ଅହିର ବ୍ଲକ୍‌ର ୧୧ଟି ଗାରଁ ଦୁଃଖ କହିଲେ ନ ସରେ। ଏହି ସବୁ ଗାଁରେ...

କେନ୍ଦ୍ରୀୟ ଯୋଜନା ଟଙ୍କା ଠିକ୍‌ ସମୟରେ ଖର୍ଚ୍ଚ ନ କଲେ ଲାଗିବ ୭ ପ୍ରତିଶତ ଜରିମାନା

ଶିମଲା,୨୮।୨: କେନ୍ଦ୍ରୀୟ ଯୋଜନାର ଟଙ୍କା ଖର୍ଚ୍ଚ କରିବା ମାମଲାରେ କେନ୍ଦ୍ର ସରକାର ରାଜ୍ୟର ସୁଖୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ଚେତାବନୀ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଯୋଜନାଗୁଡିକର...

ପେପର ଲିକ କରୁଥିବା ସରକାରଙ୍କର ଆଉ ଦରକାର ନାହିଁ, ଯୁବବର୍ଗଙ୍କୁ ରୋଜଗାର,ବର୍ଷକୁ ୧୫ ଲକ୍ଷ ନିଯୁକ୍ତି ଦେବାକୁ କହିଲା ଏଏପି…

ଅହମଦାବାଦ, ୨୪।୮ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି ଯେ ଯଦି ଏଏପି ସରକାର ଗୁଜରାଟକୁ ଆସନ୍ତି ତେବେ ପ୍ରତିବର୍ଷ ୧୫ ଲକ୍ଷ...

ବିଶ୍ୱବିଦ୍ୟାଳୟରେ ପ୍ରଦାନ କରାଯାଉଥିବା ଶିକ୍ଷା ସମାଜରେ ହୋଇଥାଏ ପ୍ରତିଫଳିତ: ପ୍ରଧାନ ବିଚାରପତି

ନାଗପୁର,୧୮।୧: ବିଶ୍ୱବିଦ୍ୟାଳୟ ଇଟା ଏବଂ ସିମେଣ୍ଟରେ ନିର୍ମାଣ କରାଯାଇଥିବା ଏକ ଉତ୍ପାଦନ କେନ୍ଦ୍ର ନୁହେଁ। ଏଠାରେ ପ୍ରଦାନ କରାଯାଉଥିବା ଶିକ୍ଷା ହିଁ ପରବର୍ତ୍ତୀ ସମୟରେ ଶିକ୍ଷାର୍ଥୀଙ୍କ...

ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅନିଲ

ନୂଆଦିଲ୍ଲୀ,୩।୧: ବରିଷ୍ଠ ରେଳ ପ୍ରଶାସନିକ ଅଧିକାରୀ ଅନିଲ କୁମାର ଲାହୋଟି ନିକଟରେ ଭାରତୀୟ ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।...

Advertisement
Archives

Model This Week