ଥାନାରେ ଖତ ଖାଉଛିି ଜବତ ଗାଡ଼ି

ଭବାନୀପାଟଣା,୧୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଥାନାଗୁଡିକରେ ବିଭିନ୍ନ ମାମଲାରେ ଜବତ ଦୁଇ, ଚାରିଚକିଆ ଗାଡ଼ିଗୁଡିକଦୀର୍ଘ ବର୍ଷ ହେବ ଥାନା ପରିସରରେ ପଡିରହିଛି। ମାମଲାର ଫଇସଲା ହେଉ ନ ଥିବାରୁ ସେଗୁଡିକ ଦୀର୍ଘ ବର୍ଷ ହେଲା ଖୋଲା ଆକାଶ ତଳେ ଖରା ବର୍ଷାରେ ପଡିରହି ଖତ ଖାଉଥିବା ଦେଖିବାକୁ ମିଳିଛି। ଜିଲାରେ ୧୯ଟି ଥାନା ରହିଥିବାବେଳେ ପ୍ରାୟ ଥାନାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଥାନାଗୁଡିକରେ ଚୋରି, ଏମଭିଆଇ ଯାଞ୍ଚ, ଗଞ୍ଜେଇ ଚାଲାଣ, ଦୁର୍ଘଟଣା ଆଦି ବିଭିନ୍ନ ମାମଲାରେ ଜବତ ହୋଇଥିବା ଶହ ଶହ ୨ ଚକିଆ ଯାନ ସମେତ ଚାରିଚକିଆ ଯାନ ପଡିରହିଛି। ଥାନାଗୁଡିକରେ ପଡିରହିଥିବା ଏହି ସବୁ ଯାନର ମୋଟ ମୂଲ୍ୟ ପ୍ରାୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏତେ ଟଙ୍କା ମୂଲ୍ୟର ଯାନବାହନ ପଡିପଡି ନଷ୍ଟ ହେଉଥିବାବେଳେ ତାହାର ସୁରକ୍ଷା ଦିଗରେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ମାମଲାର ଫଇସଲା ହେଉ ନ ଥିବାରୁ ମାଲିକଙ୍କୁ ହସ୍ତାନ୍ତର କରାଯାଉନାହିଁ । ଚାରିଚକିଆ ଯାନ ମଧ୍ୟରେ ବସ୍‌, ଟ୍ରକ, ଟ୍ରାକ୍ଟର, କାର, ବୋଲେରୋ, ଟାଟା ମ୍ୟାଜିକ ଆଦି ରହିଥିବାବେଳେ ମୋଟରସାଇକେଲ ମଧ୍ୟରେ ବିଭିନ୍ନ କମ୍ପାନୀର ବାଇକ୍‌ ଓ ସ୍କୁଟି ରହିଛି। କେତେକ ଚାରିଚକିଆ ଓ ଦୁଇ ଚକିଆ ଯାନ ଦୀର୍ଘ ବର୍ଷ ହେଲା ପଡିପଡି ନଷ୍ଟ ମଧ୍ୟ ହୋଇଗଲାଣି। ଏପରିକି କିଛି ଯାନବାହନ ଉପର ଦେଇ ଗଛ ମଧ୍ୟ ଉଠିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଦୀର୍ଘ ବର୍ଷ ହେବ ଥାନା ପରିସରରେ ପଡିରହିଥିବା ଗାଡିଗୁଡିକୁ ପୋଲିସ ପ୍ରଶାସନ ପକ୍ଷରୁ ନିଲାମ କରାଗଲେ ସାଧାରଣ ଲୋକ ଉପକୃତ ହେବା ସହ ସରକାରଙ୍କ ରାଜସ୍ବ ବିଭାଗକୁ ମଧ୍ୟ କିଛି ଟଙ୍କା ଯାଇପାରନ୍ତା। ନଚେତ ଏମିତି ଥାନା ଆଗରେ ଫଇସଲା ବାହାନାରେ ଗାଡିଗୁଡିକ ପଡି ରହି ଖତ ଖାଇ ଚାଲିବ ଏଥିରେ ସନ୍ଦେହ ନାହିଁ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। ଉଦାହରଣ ଭାବେ ଭବାନୀପାଟଣା ସଦର ଥାନା ପରିସରରେ ଜବତ ହୋଇଥିବା ଗାଡିଗୁଡିକ ଦେଖିଲେ ମନେହୁଏ। ଏ ନେଇ ଏସ୍‌ପି ଅଭିଳାଷ ଜି.ଙ୍କୁ ପଚାରିବାରୁ ଯେଉଁ ମାମଲାଗୁଡିକର ସମାଧାନ ହେଉଛି ସେହି କ୍ଷେତ୍ରରେ ମାଲିକଙ୍କୁ ଶୀଘ୍ର ତାଙ୍କ ଗାଡି ହସ୍ତାନ୍ତର କରାଯାଉଛି। ଯେଉଁ ମାମଲାଗୁଡିକର ସମାଧାନ ହେଉନି ତଥା ବିଳମ୍ବିତ ହେଉଛି, ସେହି କ୍ଷେତ୍ରରେ ଗାଡିଗୁଡିକ ହସ୍ତାନ୍ତର ହୋଇ ନ ପାରି ରହିଯାଉଛି। ପୋଲିସ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଉଛି ଶୀଘ୍ର ମାମଲାଗୁଡିକର ଫଇସଲା କରାଯାଇ ମାଲିକଙ୍କୁ ତାଙ୍କ ଗାଡି ହସ୍ତାନ୍ତର କରିବା ପାଇଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri