Posted inଜାତୀୟ

ସିଦ୍ଧୁଙ୍କର ବୁଦ୍ଧି ନାହିଁ: ଅମରିନ୍ଦର

ଚଣ୍ଡିଗଡ଼, ୨୪ ।୧: ଆସନ୍ତା ମାସରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ହେଲାଣି ସରଗରମ । ରବିବାର ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କର ବୁଦ୍ଧି ନାହିଁ । ପ୍ରାୟ ୫ ବର୍ଷ ପୂର୍ବେ ସେ ଏହି ଅକ୍ଷମ(ସିଦ୍ଧୁ) ବ୍ୟକ୍ତିଙ୍କୁ ଦଳରେ ସାମିଲ ନ କରିବା ପାଇଁ କହିଥିବା ପ୍ରକାଶ କରିଛନ୍ତି । କ୍ୟାପଟେନ କହିଛନ୍ତି ବର୍ତ୍ତମାନ ରାଜ୍ୟରେ ଅବୈଧ ବାଲି ଖନନ ମାମଲାରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଓ ଅନ୍ୟ କେତେଜଣ କଂଗ୍ରେସ ନେତା ସଂଶ୍ଳିଷ୍ଟ ଅଛନ୍ତି । ଏହି ସୂଚନା ମିଳିବା ପରେ ବି ଦଳ ପ୍ରତି ସେମାନଙ୍କର ନିଷ୍ଠା ଭାବନାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା ଫଳରେ ସୋନିଆ ଗାନ୍ଧୀଙ୍କ ପକ୍ଷରୁ ଏମାନଙ୍କୁ ସବୁଜ ସଙ୍କେତ ମିଳି ନ ଥିଲା । ଏଥର ପିଏଲ୍‌ସି, ଭାରତୀୟ ଜନତା ପାର୍ଟି(ଭାଜପା) ଓ ଅନ୍ୟ କିଛି ଦଳ ସହ ମିଶି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛି ।
କ୍ୟାପଟେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନିଜର ଏକ ଦଳ ‘ପଞ୍ଜାବ ଲୋକ କଂଗ୍ରେସ(ପିଏଲ୍‌ସି)’ ଗଠନ କରିଛନ୍ତି । ଆସନ୍ତା ନିର୍ବାଚନ ପାଇଁ ପିଏଲ୍‌ସି ପ୍ରଥମ ପର୍ଯ୍ୟାୟରେ ୨୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ବି ପଟିୟାଲା ରାଜପରିବାରର ଏହି ୭୯ ବର୍ଷୀୟ ରାଜନେତା କ୍ୟାପଟେନ ଅମରିନ୍ଦର ସିଂ କହିଥିଲେ, ସେ କେବେ ସିଦ୍ଧୁଙ୍କୁ ନିର୍ବାଚନରେ ବିଜୟି କରିଦେବେ ନାହିଁ,କାରଣ ସେ ସମ୍ପୂର୍ଣ୍ଣ ଭାବରେ ଅକ୍ଷମ ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦାଙ୍କ ମୃତଦେହକୁ ହିନ୍ଦୁ ରୀତିନୀତିରେ ସଂସ୍କାର କଲେ ୩ ମୁସଲମାନ ଭାଇ

ଅହମ୍ମଦାବାଦ,୧୬।୯: ଗୁଜରାଟ ଅମରେଲି ଜିଲା ସବରକୁଣ୍ଡଲା ସହରରେ ଦେଖିବାକୁ ମିଳିଛି ମାନବିକତାର ଏକ ଅନନ୍ୟ ଉଦାହରଣ। ଦେଶରେ ଯେତେବେଳେ ଧର୍ମ ନାଁରେ ଅପପ୍ରଚାର ଚାଲିଛି ସେତେବେଳେ...

ମାନସିକ ଚାପରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ମୁଠାଏ…

ସକାଳେ ମୁଠାଏ ସୋଲା ବୁଟ ଗଜା ଚୋବାଇ ଖାଇଲେ ମିଳିଥାଏ ଅନେକ ଫାଇଦା। ଏହା କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ। ଏଥିରେ ଥିବା ଟ୍ରିପ୍ଟାଫେନ୍‌ ମାନସିକ ଚାପ...

ଡୋମେଷ୍ଟିକ୍‌ ଫ୍ଲାଇଟ୍‌ରେ ମିଳିବ ନାହିଁ ଖାଦ୍ୟ

ନୂଆଦିଲ୍ଲୀ, ୧୨ା୪- ଦୁଇ ଘଣ୍ଟାରୁ କମ୍‌ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚୁଥିବା ଡୋମେଷ୍ଟିକ୍‌ ଫ୍ଲାଇଟ୍‌ରେ ଆଉ ଖାଦ୍ୟ ପରିବେଷଣ କରାଯିବ ନାହିଁ। କୋଭିଡ୍‌ ସଂକ୍ରମଣ ହାରକୁ କମ୍‌...

ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ

ଛତିଶଗଡ,୩।୩: ଛତିଶଗଡର ଭିଲାଇରେ ଜଣେ ୫ ବର୍ଷର ନାବାଳିକାକୁ ଦୁଇ ଜଣ ନାବାଳକ ବଳାତ୍କାର କରଥିବା ଅଭିଯୋଗ ହୋଇଛିି। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ...

ଖଲିସ୍ତାନୀ ହରବିନ୍ଦର ସିଂଙ୍କ ସମେତ ୬ ପଳାତକ ଅପରାଧୀ ଘୋଷିତ…

ନୂଆଦିଲ୍ଲୀ,୧।୮ : ନୂଆଦିଲ୍ଲୀରେ ଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସିର ସ୍ବତନ୍ତ୍ର କୋଟ ୬ ଜଣ ଗ୍ୟାଙ୍ଗଷ୍ଟରକୁ ଅପରାଧୀ ବୋଲି ଘୋଷଣା କରିଛନ୍ତି। ଏହି ଗ୍ୟାଙ୍ଗଷ୍ଟରମାନେ କାନାଡା...

ସମ୍ପୂର୍ଣ୍ଣ ମୋବାଇଲ ଟାଓ୍ବାର ଚୋରି କଲେ ଚୋର…

ପାଟନା,୧୫।୪ : ମୋବାଇଲ ଚୋରି ହେବା କଥା ଶୁଣିବାକୁ ମିଳିଥାଏ। କିନ୍ତୁ ବିହାରର ମୁଜାଫରପୁରରେ ଚୋରମାନଙ୍କର ଏକ ଅଦ୍ଭୁତ କାର୍ଯ୍ୟ ସାମ୍ନାକୁ ଆସିଛି। ଏହା ଯେ...

ବ୍ୟାଙ୍କ ଋଣ ଦୁର୍ନୀତି: ଆରବିଆଇ ଅଧିକାରୀଙ୍କ ସିବିଆଇ ଯାଞ୍ଚ ଆବେଦନର ବିଚାର କରିବେ ଏସସି…

ନୂଆଦିଲ୍ଲୀ,୧୭।୧୦ : ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ଆରବିଆଇ ଅଧିକାରୀଙ୍କ ଭୂମିକାର ସିବିଆଇ ଯାଞ୍ଚ ପାଇଁ କରାଯାଇଥିବା ଆବେଦନର ବିଚାର ସୁପ୍ରିମକୋର୍ଟ(ଏସସି) କରିବେ। ଏନେଇ ଶୀର୍ଷକୋର୍ଟ...

କଶ୍ମୀର ମାମଲାରେ ଟ୍ରମ୍ପକୁ ବି ହସ୍ତକ୍ଷେପ କରିବାକୁ ଦେଇ ନାହାଁନ୍ତି ମୋଦି: ଶାହ

ବୁଲଧାନା,୧୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାର ପ୍ରଚାରକୁ ଏବେ ଓହ୍ଲାଇଛନ୍ତି ବହୁ ହେଭିଓ୍ବେଟ ନେତା। ଶୁକ୍ରବାର ଭାଜପାର ପ୍ରଚାର କାର୍ଯ୍ୟକ୍ରମରେ ଯୋଗ...

Advertisement
Archives

Model This Week