ହରିୟାଣା ପୋଲିସ ହଟହଟା

ବାହାନଗା, ୨୪ା୧(ଡି.ଏନ.ଏ.): ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ଫେରାର ଥିବା ବାଲେଶ୍ୱର ବାହାନଗା ଅଞ୍ଚଳର ୨ଯୁବକଙ୍କୁ ଗିରଫ କରିବାକୁ ଆସି ହରିୟାଣା ପୋଲିସ ହଟହଟା ହୋଇଛି। ଅଭିଯୁକ୍ତଙ୍କୁ ନ ପାଇ ସେମାନଙ୍କ ପରିବାର ଲୋକଙ୍କୁ ଖନ୍ତାପଡ଼ା ଥାନାକୁ ଆଣିଥିବାରୁ ପୋଲିସ ଟିମ୍‌ ସ୍ଥାନୀୟ ଲୋକଙ୍କ ବିରୋଧର ଶିକାର ହୋଇଛି। ସ୍ଥିତି ଏପରି ହୋଇଥିଲା ଯେ, ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ ଖବରଦାତାଙ୍କୁ ପୋଲିସ ବନ୍ଧୁକ ଦେଖାଇ ଭୟଭୀତ କରିବାକୁ ପଛାଇ ନ ଥିତ୍ଲା। ଏହାକୁ ନେଇ ଥାନା ପରିସରରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହେବା ସହ ପୋଲିସ ଏବଂ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଖବରପାଇ ସଦର ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ। ଶେଷରେ ହରିୟାଣା ପୋଲିସ ଭୁଲ୍‌ ମାଗି ଥାନାକୁ ଆଣିଥିବା ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କୁ ଛାଡ଼ିଥିଲା। ଏହି ଘଟଣା ପରେ ହରିୟାଣା ପୋଲିସ ଟିମ୍‌ ଫେରି ଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଷଠୀ ଗ୍ରାମର ଲିପୁ ରାଉତ ନାମକ ଯୁବକ ହରିୟାଣାର ଏକ ଲୁଗା କମ୍ପାନୀରେ କାମ କରୁଥିଲେ। ସେହି କମ୍ପାନୀରୁ ଲକ୍ଷାଧିକ ଟଙ୍କା ହେରଫେର କରି ସେ ଏବେ ଫେରାର ଅଛନ୍ତି। ୨ମାସ ତଳେ ହରିୟାଣା ପୋଲିସ ଲିପୁଙ୍କୁ ଗିରଫ କରିବାକୁ ଆସିଥିଲା। ତାଙ୍କୁ ନ ପାଇ ତାଙ୍କ ମା’ ବାପାଙ୍କୁ ଧରି ଥାନାକୁ ନେଇ ପଚରାଉଚୁରା କରି ଛାଡ଼ିଦେଇଥିଲା। ଉକ୍ତ ଘଟଣାରେ ହରିୟାଣା ପୋଲିସର ଏକ ୪ଜଣିଆ ଟିମ୍‌ ପୁନର୍ବାର ରବିବାର ଭୋର ସମୟରେ ପହଞ୍ଚତ୍ ଲିପୁଙ୍କୁ ଖୋଜିଥିଲେ। ତାଙ୍କୁ ନ ପାଇବାରୁ ଖନ୍ତାପଡ଼ା ପୋଲିସ ସହାୟତାରେ ମା’ ହରପ୍ରିୟା ରାଉତଙ୍କୁ ଉଠାଇ ନେଇଥିଲେ। ଏହାସହ ଗ୍ରାମର ରଞ୍ଜନ ଦାସଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର ହୋଇଥିବାରୁ ତାଙ୍କୁ ମଧ୍ୟ ନ ପାଇ ତାଙ୍କ ୧୮ବର୍ଷର ପୁଅକୁ ଥାନାକୁ ନେଇଯାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଷଠୀ ଗ୍ରାମର କେତେଜଣ ଲୋକ ଥାନାରେ ପହଞ୍ଚତ୍ କେଉଁ ଆଧାରରେ ଏମାନଙ୍କୁ ସୂର୍ଯ୍ୟୋଦୟ ପୂର୍ବରୁ ଉଠାଇ ଅଣାଯାଇଛି ବୋଲି ପଚାରିବାରୁ ପୋଲିସ ଅଧିକାରୀ ଉତ୍ତ୍ୟକ୍ତ ହୋଇପଡିଥିଲେ। ଏପରି କି ଏକ ଓ୍ବେବଚ୍ୟାନେଲର ଖବରଦାତା ନାରାୟଣ ମହାନ୍ତି ଏ ସମ୍ପର୍କିତ ଖବର ସଂଗ୍ରହ କରୁଥିବାବେଳେ ହରିୟାଣା ପୋଲିସ ତାଙ୍କୁ ଗାଳିଗୁଲଜ କରି ବନ୍ଧୁକ ଦେଖାଇ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ। ଏହାକୁ ନେଇ ଥାନା ପରିସରରେ ପୋଲିସ ଓ ଲୋକଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଖବର ପାଇ ଅନ୍ୟ ଖବରଦାତାମାନେ ଘଟଣାସ୍ଥଳରେ ପହଞ୍ଚତ୍ ହଟ୍ଟଗୋଳ କରିଥିଲେ। ପରେ ନାରାୟଣ ହରିୟାଣାର ଗୁରୁଗାଁଓରୁ ଆସିଥିବା ପୋଲିସ ଅଧିକାରୀ ଏସ୍‌.କେ.ମଙ୍ଗଳଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଖନ୍ତାପଡା ପୋଲିସ୍‌ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବାଲେଶ୍ୱର ସଦର ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ, ସଦର ଥାନାଧିକାରୀ ପହଞ୍ଚତ୍ ତଦନ୍ତ କରିଥିଲେ। ହରିୟାଣା ପୋଲିସ୍‌ ଏସ୍‌.କେ ମଙ୍ଗଳ ସଦର ଏସ୍‌ଡିପିଓ ତ୍ରିପାଠୀଙ୍କ ଉପସ୍ଥିତିରେ ଖବରଦାତାଙ୍କୁ ଭୁଲ୍‌ ମାଗିବାରୁ ସମସ୍ୟାର ସମାଧାନ ହୋଇଥିଲା। ପରେ ପୋଲିସ ଲିପୁଙ୍କ ମା’ ହରପ୍ରିୟା ରାଉତ ଓ ରଞ୍ଜନଦାସଙ୍କ ପୁଅକୁ ସନ୍ଧ୍ୟାରେ ଛାଡି ହରିୟାଣା ଫେରି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?