ପୁଣି ଥରେ ସିଦ୍ଧାର୍ଥ ହେଲେ ‘ମୋଷ୍ଟ ଡିଜାରେବଲ ମ୍ୟାନ-୨୦୨୦’

ମୁମ୍ବାଇ,୧୧।୬: ଟେଲି ପପୁଲାର ଶୋ’ ବିଗ୍‌ ବସ୍‌-୧୩ର ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲା ପୁଣି ଥରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ପ୍ରଶଂସକଙ୍କ ମନକୁ ଜିଣିପାରି ସେ ପୁଣି ଥରେ ଶ୍ରେଷ୍ଠ ଅଭିନେତା ତାଲିକାରେ ସାମିଲ ହୋଇଛନ୍ତି। ନିକଟରେ ‘ଦ ଟାଇମ୍ସ ମୋଷ୍ଟ ଡିଜାରେବଲ ମ୍ୟାନ ଅନ୍‌ ଟେଲିଭିଜନ ୨୦୨୦’ର ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଶ୍ରେଷ୍ଠ ୨୦ ଜଣ ଅଭିନେତାଙ୍କ ସ୍ଥାନ ପାଇଛି। ଏଥିରେ ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଶୀର୍ଷରେ ରହିଥିବା ଜଣାପଡ଼ିଛି। ଛୋଟ ପରଦାରେ ଲୋକପ୍ରିୟତା, ଅନ୍‌ଲାଇନ ଭୋଟିଂ ଓ ଜୁରି ଭୋଟ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ତେବେ ଚଳିତ ବର୍ଷ ଏହି ତାଲିକାର ଶୀର୍ଷରେ ରହିଥିବା ସିଦ୍ଧାର୍ଥ ଗତ ବର୍ଷ ମଧ୍ୟ ‘ଦ ଟାଇମ୍ସ ମୋଷ୍ଟ ଡିଜାରେବଲ ମ୍ୟାନ’(The Times Most Desirable Man On TV) ତାଲିକାରେ ସାମିଲ ହୋଇଥିଲେ। ସେ ନିଜର ଚରିତ୍ର, ବ୍ୟକ୍ତିତ୍ୱ ଏବଂ ନିଜର ଭିନ୍ନ ଅନ୍ଦାଜ ପାଇଁ ଦର୍ଶକଙ୍କ ହୃଦୟକୁ ବେଶ୍‌ ଜିତି ପାରିଛନ୍ତି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଟିଭିରେ ଟାଇମ୍ସ ମୋଷ୍ଟ ଡିଜାରେବଲ ମ୍ୟାନ ହୋଇଛନ୍ତି ସିଦ୍ଧାର୍ଥ। ଏନେଇ ସିଦ୍ଧାର୍ଥ ଖୁସିବ୍ୟକ୍ତ କରିବା ସହ ଏତେ ମାତ୍ରାରେ ଭଲପାଇବା ପାଇଁ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିକଟରେ ସେ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କର ଅଭିନୟ ବେଶ୍‌ ଚର୍ଚ୍ଚା ସାଉଁଟିଛି। ଅନ୍ୟପଟେ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପାର୍ଥ ସମ୍‌ଥାନ। ସେହିପରି ତୃତୀୟରେ ଅଲି ଗୋନି ଓ ଚତୃର୍ଥରେ ଶାହିର ଶେଖ ରହିଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିପାରେ କଂଗ୍ରେସର ‘ଭାରତ ବଚାଓ’ ରାଲିର ତାରିଖ

ନୂଆଦିଲ୍ଲୀ,୧୯।୧୧: ଆସନ୍ତା ୩୦ ତାରିଖରେ କଂଗ୍ରେସ ପକ୍ଷରୁ ‘ଭାରତ ବଚାଓ’ ରାଲି କରାଯିବାର ତାରିଖ ଧାର୍ଯ୍ୟ କରାଯାଇଥିଲା। ହେଲେ ଏବେ ଏଥିରେ ପରିବର୍ତ୍ତନ କରାଯିବ ବୋଲି...

ପୂଜାଙ୍କ ସ୍ଥାନ ନେଲେ ପରିଧି

ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ‘ଜଗତ୍‌ ଜନନୀ ମା’ ବୈଷ୍ଣୋ ଦେବୀ’ କାହାଣୀ ପୁଣିଥରେ ଛୋଟ ପରଦାକୁ ଫେରୁଛି। ଶୋ’ରେ ବୈଷ୍ଣୋ ଦେବୀ ଚରିତ୍ରରେ ବର୍ତ୍ତମାନ...

କ୍ଲିନ୍‌ ଚିଟ୍‌ ନେଇ ନିର୍ବାଚନ କମିଶନ ଦୁଇଫାଳ

ନୂଆଦିଲ୍ଲୀ,୧୮।୫: ଲୋକ ସଭା ନିର୍ବାଚନ ଶେଷ ପର୍ଯ୍ୟାୟ ମତଦାନ ମେ ୧୯ରେ ହେବ। ଏହା ପୂର୍ବରୁ ଆଚରଣ ବିଧି ଉଲ୍ଲଂଘନ ନେଇ କ୍ଲିନ୍‌ ଚିଟ୍‌ ପ୍ରସଙ୍ଗକୁ...

ଗିରଫ ଡିଏସ୍‌ପିଙ୍କୁ ଆତଙ୍କବାଦୀ ଭଳି ଜେରା କରାଯିବ

ଶ୍ରୀନଗର,୧୩ା୧: ହିଜବୁଲ ମୁଜାହିଦ୍ଦିନ ଓ ଲଶ୍କର-ଇ-ତୋଇବା ଆତଙ୍କବାଦୀଙ୍କ ସହ ଧରାପଡିଥିବା ଜମ୍ମୁ-କଶ୍ମୀରର ଡିଏସ୍‌ପି ଦେବୀନ୍ଦର ସିଂଙ୍କୁ ଗିରଫ କରାଯାଇଛି। ସେ ପୂର୍ବରୁ ସ୍ପେଶାଲ ଅପରେଶନ ଗ୍ରୁପ୍‌ରେ...

ଚଳନ୍ତା ସ୍କର୍ପିଓରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ଡ୍ରାଇଭର

ରାଞ୍ଚି,୧୭।୨: ଝାଡ଼ଖଣ୍ଡର ଜାମସେଦପୁର ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ସୋନାରୀ ଥାନା ଅନ୍ତର୍ଗତ ମେରାଇନ ଡ୍ରାଇଭ୍‌ସ୍ଥିତ ବାର୍‌ ନିକଟରେ ମଙ୍ଗଳବାର ରାତିରେ ଏହି...

ଶରଦ ପାଓ୍ବାରଙ୍କ ପାକିସ୍ତାନ ପ୍ରେମ: କହିଲେ ପାକ୍‌କୁ ନେଇ ମୋଦି ସରକାର ମିଛ କହୁଛନ୍ତି

ନୂଆଦିଲ୍ଲୀ,୧୫।୯: ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କ ପାକିସ୍ତାନ ପ୍ରେମ ଦେଖିବାକୁ ମିଳିଛି। ଶନିବାର ପାଓ୍ବାର କହିଛନ୍ତି ଶାସକ ଭାଜପା ବା ମୋଦି ସରକାର...

ଘରର ଇଏମ୍‌ଆଇ ଦେଇପାରୁ ନାହାନ୍ତି ବଲିଉଡ୍‌ର ଏହି ସୁନ୍ଦରୀ

ମୁମ୍ବାଇ,୧୧।୫ : ପୂରା ଦେଶରେ ହାହାକାର ଭଳି ସ୍ଥିତି ସୃଷ୍ଟି କରିଛି କରୋନା ମହାମାରୀ। ଦୈନିକ ହଜାର ହଜାର ଲୋକଙ୍କ ଜୀବନ ଯାଉଥିବାବେଳେ ବହୁ ସଂଖ୍ୟାରେ ...

ସ୍ବାମୀ ମାର୍‌ପିଟ କରିବାରୁ ବାପ ଘରକୁ ଚାଲିଗଲେ ସ୍ତ୍ରୀ:ସେଠାରେ କଲେ ଏମିତି କାମ

ଉତ୍ତରପ୍ରଦେଶର କାନପୁରରୁ ଏକ ଅଜବ ପ୍ରେମକାହାଣୀ ଶୁଣିବାକୁ ମିଳିଛି, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାନପୁରର ବାରାର ଗୁଞ୍ଜନ ଅଞ୍ଚଳର ଘଟଣା। ଗୋଟିଏ ଆପାର୍ଟମେଣ୍ଟରେ...

Seven Jackpot
Advertisement


Archives

Model This Week

Why Dharitri