ବାପା-ପୁଅଙ୍କୁ ଛୁରାମାଡ଼, ନାବାଳକଙ୍କ ସମେତ ୩ ଅଟକ

ପୁରୁଷୋତ୍ତମପୁର,୧୧ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ପାରିବାରିକ ସମ୍ପତ୍ତିକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଛୁରାମାଡ଼ ହୋଇଥିଲା। ଏଥରେ ବାପା ବିପ୍ରଚରଣ ପ୍ରଧାନ ଓ ପୁଅ ଅରୁଣ ପ୍ରଧାନ ଗୁରୁତର ହୋଇଛନ୍ତି। ଏମାନଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି।

ଖବର ପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳକୁ ଯାଇ ଜଣେ ନାବାଳକଙ୍କ ସମେତ ୩ ଜଣଙ୍କୁ ଥାନାକୁ ଆଣି ଅଟକ ରଖି କେସ୍‌ ନଂ ୨୫୨/୨୧ ପ୍ରକାରେ ତଦନ୍ତ ଚଲାଇ ଥିବା ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ କହିଛନ୍ତି । ପାରିବାରିକ ସମ୍ପତ୍ତିକୁ ନେଇ ବିପ୍ରଚରଣ ପ୍ରଧାନ ଓ ତାଙ୍କ ଭାଇ ବିଜୟ ପ୍ରଧାନଙ୍କ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା। ଏହାକୁ ନେଇ ବିଜୟ ଓ ତାଙ୍କ ସ୍ତ୍ରୀ ଝୁନୁଙ୍କ ସହ ନାବାଳକ ପୁଅ ସଂଘବଦ୍ଧ ଭାବେ ମଙ୍ଗଳବାର ବିପ୍ର ଚରଣଙ୍କ ଘରେ ପଶି ପାଟିତୁଣ୍ଡ କରିଥିଲେ। ଏହି ସମୟରେ ନାବାଳକ ଜଣକ ପୂର୍ବ ଯୋଜନା ମୁତାବକ ଭାବେ ଧରିଥିବା ଛୁରିରେ ବଡ଼ବାପା ବିପ୍ରଚରଣ ଓ ଭାଇ ଅରୁଣଙ୍କୁ ଭୁସି ଦେଇଥିଲେ। ଉଭୟଙ୍କୁ ଗ୍ରାମବାସୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମାତ୍ର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ମେଡିକାଲକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁପତ୍ର ବୋଝେଇ ପିକଅପ ଭ୍ୟାନ ଜବତ: ଦୁଇ ଗିରଫ

କେନ୍ଦୁଝର,୨୨।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭୂୟାଁ ଓ ଜୁଆଙ୍ଗ ପିଢ ରେଞ୍ଜ ଅନ୍ତର୍ଗତ ସାନଘାଗରା ନିକଟରୁ ଏନଏଚ୍‌ ୪୯ରୁ ବନ ବିଭାଗ ଏକ ଚୋରା କେନ୍ଦୁପତ୍ର...

କଟକରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣା: ସାଇଣ୍ଟିଫିକ୍‌ ଟିମ୍‌ ସହ ପୋଲିସର ତଦନ୍ତ, ସନ୍ଦେହ ଘେରରେ ଘର ବାହାରେ ଥିବା ଜୋତା

କଟକ ଅଫିସ,୧୩।୧୨: କଟକ ନୂଆବଜାର ଅଞ୍ଚଳରେ ବୃଦ୍ଧ ଦମ୍ପତିଙ୍କ ହତ୍ୟା ଘଟଣାରେ ଶୁକ୍ରବାର ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ସହ ପହଞ୍ଚି ଯାଞ୍ଚ...

ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍‌

ଆସିକା,୧।୮(ଡି.ଏନ୍‌.ଏ): ଆସିକା-ବାଲିପଦର ମୁଖ୍ୟରାସ୍ତାର ଭେଟନୟୀ ପଲୀମାଳ ନିକଟରେ ଗୁରୁବାର ପୂର୍ବାହ୍ନ ସମୟରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ମହିଳା ଏଜେଣ୍ଟଙ୍କୁ ଦୁର୍ବୃତ୍ତ ବନ୍ଧୁକ ଦେଖାଇ...

‘ଧରିତ୍ରୀ’ ପ୍ରଭାବ: ବ୍ଲକ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୁଶାନ୍ତ ୮ ବର୍ଷ ପରେ ନ୍ୟାୟ ପାଇଲେ

କୋରୁକୋଣ୍ଡା,୫।୯(ଡି.ଏନ୍‌.ଏ.): ଶୁଣିଲେ ସରକାର, ମିଳିଲା ସହାୟତା । ୮ ବର୍ଷ ପରେ ନ୍ୟାୟ ପାଇଲେ ସୁଶାନ୍ତ। ଘଟଣାଟି ହେଉଛି ମାଲକାନଗିରି ଜିଲା ଅନ୍ତର୍ଗତ କୋରୁକୋଣ୍ଡା ବିଡିଓଙ୍କ...

ଲଗାଣ ବର୍ଷା: କାନ୍ଥ ପଡ଼ି ୪ ଆହତ

ପାଟପୁର,୫।୯(ଡି.ଏନ.ଏ.): ସାନଖେମୁଣ୍ଡି ବ୍ଲକ୍‌ ଟି.ଗୋବିନ୍ଦପୁର ପଞ୍ଚାୟତ ନବକୃଷ୍ଣପୁର ଗ୍ରାମରେ ଲଗାଣ ବର୍ଷାରେ ମଙ୍ଗଳବାର ରାତିରେ କାନ୍ଥ ପଡି ଗୋଟିଏ ପରିବାରର ୪ ଜଣ ଆହାତ ହୋଇଛନ୍ତି...

୪ ଅଫିସରଙ୍କୁ ବଡ଼ ଦାୟିତ୍ୱ: ଘଟଣାସ୍ଥଳକୁ ଯିବାକୁ ମନ୍ତ୍ରୀ ଏବଂ ସିଆରସିଙ୍କୁ ନିର୍ଦ୍ଦେଶ

ସୋର,୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନରେ ଶୁକ୍ରବାର ସନ୍ଧ୍ୟାରେ ୨ ଏକ୍ସପ୍ରେସ୍ ଟ୍ରେନ୍ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଏହି ଦୁର୍ଘଟଣାରେ...

ହାଜତରେ ମଦ ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା:୫ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପଟ୍ଟାମୁଣ୍ଡାଇ, ୨୦।୯ (ସ୍ବ.ପ୍ର):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ହାଜତରେ ମଦ ବ୍ୟବସାୟୀ ସୁଶାନ୍ତ ବେହେରାଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ...

‘ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମ ଶେଷ କର’

କେନ୍ଦୁଝର/ଯୋଡ଼ା,୧୫।୧(ଡି.ଏନ୍‌.ଏ./ସ୍ବ.ପ୍ର.):  ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଦାରଖ କରିବା ସହ ସମୀକ୍ଷା...

Advertisement
Archives

Model This Week