ପାର୍ଶ୍ୱସ୍ଥ ପ୍ରବେଶକାରୀ

ପୂର୍ବରୁ ଅନେକଥର ଶୁଣାଯାଇଛି ଏବଂ ଏବେ ପୁନର୍ବାର କେନ୍ଦ୍ର ସରକାର ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ୩୧ ଜଣ ଅଭିଜ୍ଞ ବ୍ୟକ୍ତିଙ୍କୁ ବିଭିନ୍ନ ମନ୍ତ୍ରଣାଳୟରେ ଲାଟେରାଲ ବା ପାର୍ଶ୍ୱସ୍ଥ ପ୍ରବେଶ କରାଇ ଚାକିରି ଦେବେ। ଆଗରୁ ଏଭଳି ମଧ୍ୟ କେତେକଙ୍କୁ ନିଆଯାଇଛି। କିନ୍ତୁ ବର୍ତ୍ତମାନ ହଠାତ୍‌ ଏପରି ପଦକ୍ଷେପ ପଛରେ ଉଦ୍ଦେଶ୍ୟ ବୁଝିବା କଷ୍ଟକର ନୁହେଁ। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରର ୧୦ ବର୍ଷ ପୂରିବ ୨୦୨୪ରେ। ସମୟ ମାଡ଼ିଚାଲିଛି। ନିର୍ବାଚନର ମୃଦୁ ଆଭାସ ଏବେଠାରୁ ମିଳିଲାଣି। ସମସ୍ତଙ୍କ ଆଖି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଉପରେ। ସେଠାରେ ଯଦି ଭାଜପା ଅତ୍ୟଧିକ ଭଲଭାବେ ଜିତିବ, ତେବେ ଏହାର କେନ୍ଦ୍ରରେ ପ୍ରଭାବ ବୃଦ୍ଧି ପାଇପାରେ। ଅନ୍ୟପଟେ ଯଦି ଆଣ୍ଠେଇକରି ଜିତେ ବା ପରାଜିତ ହୁଏ, ତେବେ ସ୍ଥିତି ଅସମ୍ଭାଳ ହୋଇଯାଇପାରେ। ଦରଦାମ୍‌ ବୃଦ୍ଧି, ସୀମାରେ ବାରମ୍ବାର ଜଟିଳ ସ୍ଥିତି, ବହିର୍ବ୍ୟାପାର ନୀତିରେ ଭାରତର ଅସଫଳତା, ସବୁ ସରକାରୀ ଉଦ୍ୟୋଗର ଘରୋଇକରଣ ଭଳି ଅନେକ କଣ୍ଟା ଜନସାଧାରଣଙ୍କ ଆଖିଆଗରେ ନାଚୁଥିବା ବେଳେ ସମସ୍ତେ ନୀରବ ବସିଛନ୍ତି।
ମୋଦି ଜଣେ ଅତି ଚତୁର ରାଜନୀତିଜ୍ଞ। ଲଖିମପୁର ଖେରୀରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଦ୍ୱାରା ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇଦେବା ଘଟଣା ସୂଚାଉଛି ଯେ, ଭାଜପା ସଦସ୍ୟଙ୍କ ଅହଂକାର ସୀମା ଟପିଗଲାଣି। ପ୍ରଧାନମନ୍ତ୍ରୀ ନିଶ୍ଚିତଭାବେ ବୁଝିପାରୁଥିବେ ଯେ ଏହା ତାଙ୍କ ଛବି ପାଇଁ କ୍ଷତିକାରକ ହେଉଛି। ତାଙ୍କର ଦୀର୍ଘ ଅଭିଜ୍ଞତାରୁ ମୋଦି ଏହା ମଧ୍ୟ ବୁଝୁଥିବେ ଯେ ଖୁବ୍‌ ନିକଟ ଭବିଷ୍ୟତରେ ସରକାରୀ ବ୍ୟବସ୍ଥା ହାତଛଡ଼ା ହୋଇଯିବାର ଆଶଙ୍କା ରହିଛି। ବିଶେଷକରି ଉତ୍ତରପ୍ରଦେଶ ନିର୍ବାଚନର ଫଳାଫଳ ଭାଜପାକୁ ଅତ୍ୟନ୍ତ ସୁହାଇଲା ଭଳି ନ ହେଲେ କେନ୍ଦ୍ରର ସରକାରୀ ବାବୁମାନେ ଡରିକରି ରହିବା ପରିବର୍ତ୍ତେ ନିଜ ନିଜର ରୂପ ଓ ରଙ୍ଗ ଦେଖାଇବାକୁ ଆରମ୍ଭ କରିବେ। ମୋଦି ମଧ୍ୟ ଜାଣିଥିବେ ଯେ ଭାରତର ଅମଲାତନ୍ତ୍ରୀ କାହାରି ନୁହନ୍ତି। ଏପରିକି ସେହି ଗୋଷ୍ଠୀ ଭାରତର ଜନସାଧାରଣଙ୍କ ସପକ୍ଷରେ ମଧ୍ୟ ନୁହେଁ। ଅର୍ଥାତ୍‌ ସେମାନେ ନିଜ କ୍ଷମତାରେ ନିଜେ ମତ୍ତ। ହୁଏତ ସେଇଥିପାଇଁ ନିର୍ବାଚନ ପର୍ଯ୍ୟନ୍ତ ସରକାରୀ କଳକୁ ନିୟନ୍ତ୍ରଣରେ ରଖିବା ସକାଶେ ଏଭଳି ପାର୍ଶ୍ୱସ୍ଥ ପ୍ରବେଶର ବ୍ୟବସ୍ଥା କରାଯାଉଛି। ଆଶା ରଖାଯାଇପାରେ ଯେ ସରକାରୀ ଅଫିସର ବାଁଖେଡ଼ା ମାରିଲେ ଏହି ଗୋଷ୍ଠୀ ଅନେକାଂଶରେ ସରକାରୀ କଳକୁ ସମ୍ଭାଳି ନେଇପାରିବେ। ତେବେ ଉଚ୍ଚପଦସ୍ଥ ଅମଲାତନ୍ତ୍ରୀଙ୍କଠାରୁ କ୍ଷମତା ଛଡ଼ାଇନେବା ସହଜ କାର୍ଯ୍ୟ ନୁହେଁ। କନିଷ୍ଠ ଅଧିକାରୀମାନେ ତାଙ୍କର ନିର୍ଦ୍ଦେଶ କେଉଁଠାରୁ ନେବେ ତାହା ସ୍ପଷ୍ଟଭାବେ ଜାଣିଛନ୍ତି। ରାଜନୈତିକ ନିଯୁକ୍ତିରେ ଆସିଥିବା ପାର୍ଶ୍ୱସ୍ଥ ପ୍ରବେଶକାରୀଙ୍କ ପ୍ରଭାବ କେବେହେଲେ ଦୀର୍ଘମିଆଦୀ ହେବ ନାହିଁ। କେନ୍ଦ୍ରରେ ସରକାର ବଦଳିଲେ ରାଜ୍ୟପାଳଙ୍କ ଚାକିରି ପଳାଉଛି। ସେଭଳିସ୍ଥଳେ କେନ୍ଦ୍ରରେ ରାଜନୈତିକ ନେତୃବୃନ୍ଦଙ୍କ ପରିବର୍ତ୍ତନ ଘଟିଲେ ଏହି ପ୍ରବେଶକାରୀମାନେ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ପ୍ରସ୍ଥାନକାରୀ ହୋଇଯିବେ। ଯେଉଁ ସରକାର ସେମାନଙ୍କ ସାଙ୍ଗରେ ଚୁକ୍ତି କରିଥିବେ, ସେହି ସରକାର ତାଙ୍କ ଚୁକ୍ତିକୁ ରଦ୍ଦ ମଧ୍ୟ କରିଦେଇପାରିବେ। ଭବିଷ୍ୟତରେ ଯେଉଁ ଦଳ କ୍ଷମତାସୀନ ହେବ ତାହାର ନେତୃବୃନ୍ଦଙ୍କୁ ଏଭଳି ରଦ୍ଦ କରିବାର ବୁଦ୍ଧି ତତ୍‌କ୍ଷଣାତ ଅମଲାତନ୍ତ୍ରୀ ଦେବେ।
ଏହା ବ୍ୟତୀତ ଧରିନିଆଯାଉ ଏଭଳି ପ୍ରବେଶକାରୀମାନେ ସରକାରୀ ଅଫିସରଙ୍କଠାରୁ ଅଧିକ କାମ କରି ଦେଖାଇବେ। ସବୁ ଚିନ୍ତାଧାରା ସକାରାତ୍ମକ ହୋଇପାରେ। କିନ୍ତୁ ଏହିସବୁ ପଦବୀରେ ଯେଉଁମାନେ ବସିବେ ତାଙ୍କୁ ପରୀକ୍ଷା କରି କିଏ ବାଛିବ। ଏବେ ଶୁଣାଯାଉଛି, କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ସୁପାରିସ କରିଛି ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ସରକାର ନିଅନ୍ତୁ। ଏଥିରୁ ପ୍ରଶ୍ନ ଉଠିପାରେ ରାଜନୈତିକ ନିଯୁକ୍ତି ପାଇଥିବା ଦକ୍ଷ ଘରୋଇ ବୃତ୍ତିଧାରୀ (ପ୍ରଫେସନାଲ୍ସ) ଏକ ଅନିଶ୍ଚିତ ଭବିଷ୍ୟତ ଥିବା ପଦବୀକୁ ଡେଇଁବାରେ ଆଗ୍ରହ ରଖିବେ କି। ଏହାର ଉତ୍ତର ହୋଇପାରେ ଯେ ଉଚ୍ଚକୋଟୀର ଘରୋଇ କାର୍ଯ୍ୟକର୍ତ୍ତା ଏଭଳି ନିଆଁକୁ ଡେଇଁବେ ନାହିଁ। ସମ୍ଭବତଃ ଯେଉଁମାନେ ଘରୋଇ କମ୍ପାନୀ ଯଥା- ଟାଟା, ଅମ୍ବାନୀ ଓ ଜିନ୍ଦଲ ଇତ୍ୟାଦିର ଉଚ୍ଚପଦବୀକୁ ଯିବାରେ ଅସଫଳ ହୋଇଛନ୍ତି ଓ ସେମାନଙ୍କ ଦକ୍ଷତା ପ୍ରଶ୍ନବାଚୀରେ ରହିଛି, କେବଳ ସେଭଳି ବ୍ୟକ୍ତି ଏହି ସରକାରୀ ଜାଲରେ ପଡ଼ିବେ। ଏହାଦ୍ୱାରା ନିର୍ବାଚନ ପୂର୍ବରୁ ସରକାରୀ କଳକୁ କବ୍‌ଜାରେ ରଖିବାର ଉଦ୍ଦେଶ୍ୟ ଥାଇପାରେ। ଏକ୍‌ଜିକ୍ୟୁଟିଭ ଅର୍ଥାତ୍‌ ମନମୁଖି ନିଷ୍ପତ୍ତି ଯାହା ପାର୍ଲାମେଣ୍ଟ ମାଧ୍ୟମରେ ବିଧିବଦ୍ଧ ଆସି ନ ଥିବ, ସେସବୁକୁ ଏମାନଙ୍କ ଦ୍ୱାରା କାର୍ଯ୍ୟକାରୀ କରାଇବାର ଲକ୍ଷ୍ୟ ଥାଇପାରେ। ତାହା କେତେଦୂର ସଫଳ ହେବ କେବଳ ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri