ଶିକ୍ଷାନୀତି, ସ୍ଥାୟୀ ବିକାଶ ଓ ବିଶ୍ୱବିଦ୍ୟାଳୟ

ଡ. ପ୍ରୀତିଶ ସାହୁ

ଆଲବର୍ଟ ଆଇନଷ୍ଟାଇନ କହିଥିଲେ- ଶିକ୍ଷା କେବଳ ଜ୍ଞାନ ଅର୍ଜନ କରିବା ପାଇଁ ନୁହେଁ ବରଂ ମାନସିକ ବିକାଶ, ଚିନ୍ତାକରିବାର ଶକ୍ତି ଏବଂ ତାଲିମ ପାଇବା ପାଇଁ ଉଦ୍ଦିଷ୍ଟ ହେବା ଦରକାର। ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ-୪ ଅନୁଯାୟୀ ସମସ୍ତଙ୍କ ପାଇଁ ସମାନତା ଗୁଣାମତ୍କ ନ୍ୟାୟସଙ୍ଗତ ଶିକ୍ଷା ସୁନିଶ୍ଚିତ କରିବା ଏବଂ ସାରା ଜୀବନ ଶିଖିବାର ସୁଯୋଗ ପାଇଁ ପ୍ରୋତ୍ସାହନ ଦେବା ଦରକାର। ଏଭଳି ଅତି ଉଚ୍ଚ ଲକ୍ଷ୍ୟକୁ ହାସଲ କରିବାକୁ ହେଲେ ଆମର ଶିକ୍ଷା ବ୍ୟବସ୍ଥାରେ ଏକ ବୃହତ୍‌ ପରିବର୍ତ୍ତନର ଆବଶ୍ୟକତା ଥିଲା; ଯାହା କି ଶିକ୍ଷା ପଦ୍ଧତି ଓ ପ୍ରଣାଳୀରେ ଆବଶ୍ୟକୀୟ ପରିବର୍ତ୍ତନ ଦ୍ୱାରା ସ୍ଥାୟୀ ବିକାଶ ଲକ୍ଷ୍ୟର ସମସ୍ତ ୧୭ଟି ଲକ୍ଷ୍ୟକୁ ପୂରଣ କରିବାରେ ସାମର୍ଥ୍ୟ ସୃଷ୍ଟି କରିବ। ତାହା ସହିତ ନୂତନ ଶିକ୍ଷା ନୀତି ଓ ଶିକ୍ଷା ବ୍ୟବସ୍ଥାକୁ ନୂଆରୂପ ଦେବା ଏବଂ ଏହାର ନିୟମାବଳୀ, ସତର୍କତା, ନୀତିଗତ ପରିବର୍ତ୍ତନରେ ମଧ୍ୟ ଆବଶ୍ୟକତା ଥିଲା; ଯାହା କି ଏକବିଂଶ ଶତାବ୍ଦୀର ଶିକ୍ଷା ସହିତ ସ୍ଥାୟୀ ବିକାଶ, ଭାରତୀୟ ପରମ୍ପରା ଓ ମୂଲ୍ୟ ପ୍ରଣାଳୀକୁ ମଜଭୁତ କରି ଏକ ଧାଡ଼ିରେ ରଖିପାରିବ। ଏଭଳି ଏକ ନୂଆ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନାକୁ ଆଖି ଆଗରେ ରଖି ଜାତୀୟ ଶିକ୍ଷାନୀତି ୨୦୨୦ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ଦ୍ୱାରା ଜୁଲାଇ ୨୯ରେ ପାରିତ ହେବାପରେ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଥିଲା। ନୂତନ ଶିକ୍ଷା ନୀତିକୁ ଆଣିବା ପୂର୍ବରୁ ଏହା ବିଭିନ୍ନ ମହଲରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ଏବଂ ପ୍ରାୟ ୨ ଲକ୍ଷରୁ ଅଧିକ ମତକୁ ବିଭିନ୍ନ ବର୍ଗର ଲୋକମାନଙ୍କ ପାଖରୁ ମଧ୍ୟ ସଂଗ୍ରହ କରାଯାଇଥିଲା। ଯେତେବେଳେ ସମଗ୍ର ବିଶ୍ୱର ଚାହିଦା ଓ ଶିକ୍ଷାବ୍ୟବସ୍ଥା ଏକରକମ ସମୟ ହିସାବରେ ବଦଳିଛି ସେତେବେଳେ ଭାରତର ପୂର୍ବ ଶିକ୍ଷାନୀତି-୧୯୮୬ରେ ପରିବର୍ତ୍ତନର ଆବଶ୍ୟକ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଏଭଳି ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟରେ ପହଞ୍ଚିବାକୁ ହେଲେ ବିଶ୍ୱବିଦ୍ୟାଳୟର ଭୂମିକା କ’ଣ ହେବା ଦରକାର? ଯେତେବେଳେ ଭାରତବର୍ଷରେ ପ୍ରାୟତଃ ୧୦୪୩ ବିଶ୍ୱବିଦ୍ୟାଳୟ, ୪୨,୩୪୩ ମହାବିଦ୍ୟାଳୟ, ୧୧,୭୭୯ ସ୍ବୟଂଚାଳିତ ଶିକ୍ଷାସଂସ୍ଥାନ ଅଛି ସେ ସମୟରେ ଏହା ନିଶ୍ଚିତ ଏକ ବଡ଼ ପ୍ରଶ୍ନ ଯେ ଏହି ସବୁ ଶିକ୍ଷାନୁଷ୍ଠାନ ଏବେ ବିଶ୍ୱସ୍ତରରେ କେଉଁ ସ୍ଥାନରେ ଅଛି। ଯଦି ଆଜି ଆମେ ସ୍ବଳ୍ପ ସମୟ ମଧ୍ୟରେ ଭାରତର ଅର୍ଥନୀତିକୁ ୫ ଟ୍ରିଲିଅନ ଡଲାର ଅର୍ଥାତ୍‌ ତୃତୀୟ ସର୍ବବୃହତ୍‌ ଅର୍ଥ ବ୍ୟବସ୍ଥାରେ ପରିଣତ କରିବାକୁ ଯାଉଛନ୍ତି, ସେ ସମୟରେ ଆମ ବିଶ୍ୱବିଦ୍ୟାଳୟଗୁଡ଼ିକର ଭୂମିକାକୁ ଆହୁରି ପ୍ରଶସ୍ତ ଓ ମଜଭୁତ କରିବାର ଆବଶ୍ୟକତା ଅଛି। ଆଜି ଯେତେବେଳେ ଆମେ ବିଶ୍ୱଗୁରୁ ହେବାର ସ୍ବପ୍ନ ଦେଖୁଛନ୍ତି ସେ ସମୟରେ ବିଶ୍ୱବିଦ୍ୟାଳୟର ଆଭିମୁଖ୍ୟ, ମୌଳିକ, ଗୁଣାମତ୍କ, ସମାଲୋଚନାମୂଳକ ଶିକ୍ଷା ପ୍ରକ୍ରିୟା ଓ ପ୍ରଣାଳୀରେ କ୍ରମାଗତ ପରିବର୍ତ୍ତନକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଯେତେବେଳେ ଆମେ ଅଭିନବୀକରଣ, ପ୍ରତିଯୋଗିତା ଓ ବ୍ୟାପାର ସରଳୀକରଣ ପ୍ରକ୍ରିୟାରେ ଊର୍ଦ୍ଧ୍ୱଗାମୀ ହୋଇଛୁ ତାହାଲେ ନୂଆ ଶିକ୍ଷା ବ୍ୟବସ୍ଥା ଏହାକୁ ଆଉ କେତେ ଦୂର ଅଗ୍ରଗତି କରାଇବାରେ ସକ୍ଷମ ହେବ। ଜଣେ ଶିକ୍ଷାବିତ୍‌ ହିସାବରେ ଏଭଳି ଅନେକ ପ୍ରଶ୍ନ ମନକୁ ଆସିବା ସ୍ବାଭାବିକ। କିନ୍ତୁ ଏହା ସତ୍ୟ ଯେ ଭାରତର ପ୍ରାଚୀନ ନାଳନ୍ଦା ଓ ତକ୍ଷଶିଳା ପରି ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରରେ ନାମ କମାଇଥିବା ସମୟରେ ଆଜିର ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥାନ ବିଶ୍ୱସ୍ତରରେ ଦୁର୍ବଳ ଅଛି। ‘ଟାଇମ୍ସ ହାୟର ଏଜୁକେଶନ ଓ କ୍ୱାକ୍‌କ୍ୱାରେଲିି ସାଇମଣ୍ଡସ’ (କ୍ୟୁଏସ୍‌)ର ରାଙ୍କିଙ୍ଗକୁ ଦେଖିବାକୁ ଗଲେ ଏହା ସ୍ପଷ୍ଟ ଯେ ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥାନ ଏକବିଂଶଶତାବ୍ଦୀରେ ଅନେକ ପଛରେ ଅଛି। କିନ୍ତୁ ଏକବିଂଶଶତାବ୍ଦୀର ପ୍ରଥମ ଶିକ୍ଷାନୀତି ହିସାବରେ ନୂତନ ଶିକ୍ଷାନୀତି ଏକ ମହତ୍ତ୍ୱପୂର୍ଣ୍ଣ ପ୍ରଭାବ ପକାଇବାରେ କେତେ ଦୂର ସଫଳ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ। ସରକାର ଏବଂ ଶିକ୍ଷାମନ୍ତ୍ରୀଙ୍କ ଉପସ୍ଥାପନା ଓ ଦାୟିତ୍ୱବୋଧତାକୁ ଦେଖି ଲାଗେ ଯେ ଜାତୀୟ ଶିକ୍ଷାନୀତିର ପ୍ରଭାବ ଦେଶର ସ୍ଥାୟିତ୍ୱ ସମ୍ବଳ ବୃଦ୍ଧି ତଥା ବିଶ୍ୱ ଦରବାରରେ ଭାରତର ସ୍ଥିତିକୁ ମଜଭୁତ କରି ରାଷ୍ଟ୍ରର ଭାଗ୍ୟ ନିର୍ଦ୍ଧାରଣ ଓ ରୂପାୟନରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ।
ଭାରତବର୍ଷରେ ୧୮୫୭ ମସିହାରେ କଲିକତା, ବମ୍ବେ, ମାଡ୍ରାସ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବା ସମୟରେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକର ସିଦ୍ଧାନ୍ତ ଥିଲା ଯେ ଜ୍ଞାନ ଲାଭ ସହିତ ଦକ୍ଷତା ଅର୍ଜନ କରିବା ଓ ଶିକ୍ଷା ମାଧ୍ୟମରେ ପ୍ରାକୃତିକ ମେଧା ଶକ୍ତିକୁ ପ୍ରୋତ୍ସାହନ କରିବ। ସେହିପରି ୧୯୬୪-୬୬ ମସିହାର କୋଠାରି କମିଶନ ସୁପାରିସ ଅନୁଯାୟୀ ଜିଡିପିର ୬ ପ୍ରତିଶତ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚହେବା ଦରକାର; ଯାହା କି ଭାଷାଶିକ୍ଷା, ସାମାଜିକ ଦାୟିତ୍ୱବୋଧତା, ଧନ୍ଦାମୂଳକ ପ୍ରଶିକ୍ଷଣ, ଶିକ୍ଷକ ପ୍ରଶିକ୍ଷଣ, ଗବେଷଣା ଓ ଅନୁସନ୍ଧାନ ପ୍ରଭୃତି ଲକ୍ଷ୍ୟକୁ ହାସିଲ କରିବା ସହିତ ଏହା ଏକ ସମୃଦ୍ଧ ଦେଶ ନିର୍ମାଣରେ ସହାୟକ ହେବ। କିନ୍ତୁ ଏହା ତିକ୍ତ ସତ୍ୟ ଯେ ଦୀର୍ଘବର୍ଷ ପରେ ମଧ୍ୟ ଆଜି ନୂତନ ଶିକ୍ଷାନୀତିରେ ଏହି ସବୁ ମୌଳିକ କଥାକୁ ମଧ୍ୟ ପୁନଶ୍ଚ ସୂଚିତ କରାଯାଇଛି। ନୂଆ ଶିକ୍ଷା ବ୍ୟବସ୍ଥା ଅନୁଯାୟୀ ଏକ ବିଶ୍ୱବିଦ୍ୟାଳୟ ଉଚ୍ଚଶିକ୍ଷା ପାଇଁ ବହୁ ବିଷୟକ ସଂସ୍ଥା ହେବ; ଯାହା କି ଗୁଣାମତ୍କ ଶିକ୍ଷା, ପ୍ରଶିକ୍ଷଣ, ଗବେଷଣା ସହିତ ସବୁଗୋଷ୍ଠୀ ଓ ସାମୂହିକ ଯୋଡ଼ିବାର କେନ୍ଦ୍ର ମଧ୍ୟ ପାଲଟିବ। ବିଶ୍ୱବିଦ୍ୟାଳୟର ସଂଜ୍ଞା ଉଭୟ ‘ଗବେଷଣା କେନ୍ଦ୍ରିତ ବିଶ୍ୱବିଦ୍ୟାଳୟ’ ଅର୍ଥାତ୍‌ ମୁଖ୍ୟତଃ ଗବେଷଣା ସହିତ ଅଧ୍ୟାପନାକୁ ସେତିକି ପ୍ରାଧାନ୍ୟ ଦିଆଯିବ ଓ ‘ଅଧ୍ୟାପନା କେନ୍ଦ୍ରିତ ବିଶ୍ୱବିଦ୍ୟାଳୟ’ ଅର୍ଥାତ୍‌ ଅଧ୍ୟାପନା ଉପରେ ପ୍ରଧାନ ଗୁରୁତ୍ୱ ଦେବା ସହିତ ଅର୍ଥବୋଧକ ଓ ତାତ୍ପର୍ଯ୍ୟପୂର୍ଣ୍ଣ ଗବେଷଣା ମଧ୍ୟ କରିବ। ନୂତନ ଶିକ୍ଷା ବ୍ୟବସ୍ଥାରେ ବର୍ତ୍ତମାନର ‘ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ’ (ଆଫିଲିଏଟିଂ ୟୁନିଭର୍ସିଟି) ‘ଡିମ୍‌ଡ ଟୁ ବି ୟୁନିଭର୍ସିଟି’, ଐକିକ ବିଶ୍ୱବିଦ୍ୟାଳୟ (ୟୁନିଟାରି ୟୁନିଭର୍ସିଟି) ପ୍ରଭୃତି ସଂଜ୍ଞାକୁ ବଦଳାଇ ସମୟାନୁକ୍ରମେ ଏଗୁଡ଼ିକୁ କେବଳ ବିଶ୍ୱବିଦ୍ୟାଳୟ ନାମରେ ନାମିତ କରାଇବାର କଳ୍ପନା ନିଶ୍ଚିତ ଭାବରେ ଆଗାମୀ ଦିନରେ ଅନେକ ତାରତମ୍ୟ ଦୂରୀଭୂତ କରିବ। ବିଶ୍ୱବିଦ୍ୟାଳୟଗୁଡ଼ିକର ଏଭଳି ବିଶେଷୀକରଣ ଓ ସରକାରଙ୍କ ଆବଶ୍ୟକୀୟ ସହଯୋଗ ନିଶ୍ଚିତ ଭାବରେ ଅଧ୍ୟାପନା ଓ ଗବେଷଣାକୁ ଅଧିକ ତୀବ୍ରକରିବା ସହିତ ଆଗାମୀ ଦିନରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥାନ ବିଶ୍ୱସ୍ତରୀୟ ହୋଇପାରିବ ବୋଲି ବିଶ୍ୱାସ। ଏହା ଅନୁବନ୍ଧିତ ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରୋତ୍ସାହନ ଦେବା ସହିତ ଅଭିନବକରଣର ସ୍ଥାୟିତ୍ୱ ମଧ୍ୟ ଭାରତ ଓ ଯୁବ ପିଢ଼ିକୁ ଦକ୍ଷ କରିବ ବୋଲି ବିଶ୍ୱାସ।
ଏହିସବୁ ଲକ୍ଷ୍ୟ ହାସଲ କରିବାକୁ ଗଲେ ଶିକ୍ଷାକ୍ଷେତ୍ରରେ ସରକାରୀ ଖର୍ଚ୍ଚକୁ ଅଭିବୃଦ୍ଧି କରାଇବାର ଆବଶ୍ୟକତା ଅଛି। ଅର୍ଥାତ୍‌ ଅନେକ ସରକାର ଆସିଲେ, ଗଲେ କିନ୍ତୁ ଶିକ୍ଷାକ୍ଷେତ୍ରରେ ଏବଂ ସରକାରଙ୍କ ଶିକ୍ଷା ବ୍ୟୟ ୬ ପ୍ରତିଶତ ପରିବତ୍ତେର୍ର୍ ପ୍ରାୟତଃ ୩ ପ୍ରତିଶତ ପାଖାପାଖି ରହିଲା; ଯାହା ଏହି ସବୁ ଲକ୍ଷ୍ୟ ପୂରଣ କରିବାରେ ଅସମର୍ଥ ହେଲା। କିନ୍ତୁ ନୂତନ ଶିକ୍ଷାନୀତି ଅନୁଯାୟୀ ଶିକ୍ଷାକ୍ଷେତ୍ରରେ ଏହି ଖର୍ଚ୍ଚ ଯଥାଶୀଘ୍ର ଜିଡିପିର ୩ ପ୍ରତିଶତରୁ ବୃଦ୍ଧି ହୋଇ ୬ ପ୍ରତିଶତରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି। ଏପରି କି ଭାରତକୁ ଅନ୍ୟ ସମୃଦ୍ଧି ଦେଶ ସହିତ ତୁଳନା ନ କରି ଯଦି ବିକାଶଶୀଳ ଦେଶ ସହିତ ମଧ୍ୟ ତୁଳନା କରାଯାଏ ତା’ହେଲେ ଏହା ସତ୍ୟ ଯେ ଅନେକ ଦେଶ ଆମକୁ ଶିକ୍ଷା ଓ ସାକ୍ଷରତାରେ ଏହି ସମୟସୀମା ମଧ୍ୟରେ ଅତିକ୍ରମ କରିଥିବା ବେଳେ ଆମେ ଆଶାନୁରୂପକ ସଫଳତା ପାଇପାରିନାହୁଁ। ଉଦାହରଣ ସୂରୂପ, ଯେତେବେଳେ କୋଠାରି କମିଶନ ତାହାର ରିପୋର୍ଟ ସୁବିମ୍ବିତ କରିଥିଲା ସେହି ସମୟରେ ଭାରତ ଓ ଇଣ୍ଡୋନେସିଆ ଭଳି ଦେଶର ସାକ୍ଷରତା ପ୍ରାୟତଃ ସମାନ ଥିଲା, ମାତ୍ର ୨୦୨୦ରେ ଇଣ୍ଡୋନେସିଆର ସାକ୍ଷରତା ୯୫ ପ୍ରତିଶତ ପହଞ୍ଚିଥିବା ବେଳେ ଭାରତର ସାକ୍ଷରତା ପ୍ରାୟତଃ ୭୭ ପ୍ରତିଶତ ପାଖରେ ପହଞ୍ଚିଛି। ଏହି ବ୍ୟବସ୍ଥାକୁ ଊର୍ଦ୍ଧ୍ୱକୁ ଉଠାଇବାକୁ ହେଲେ ସରକାର, ଶିକ୍ଷାମନ୍ତ୍ରଣାଳୟ ଓ ଶିକ୍ଷାମନ୍ତ୍ରୀଙ୍କର ଦୂରଦୃଷ୍ଟି ଏବଂ ପ୍ରତିବନ୍ଧିତା ନିତାନ୍ତ ଆବଶ୍ୟକ। ଏହି ପ୍ରତିବଦ୍ଧତା ନୂତନ ଶିକ୍ଷାନୀତିର ପ୍ରକୃତ ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କୋଟି କୋଟି ଭାରତୀୟଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବ। ଏହା ସହିତ ଭାରତ ୨୦୪୦ ସୁଦ୍ଧା ନ୍ୟାୟସଙ୍ଗତ, ଅଦ୍ୱିତୀୟ, ଉଚ୍ଚକୋଟୀର ଗୁଣାମତ୍କ ଶିକ୍ଷାବ୍ୟବସ୍ଥାର ଯେଉଁ ଲକ୍ଷ୍ୟ ରଖିଛି ତାହା ଯେକୌଣସି ସାମାଜିକ ଓ ଆର୍ଥିକ ବର୍ଗର ଲୋକ ପାଇପାରିବେ ବୋଲି ଆମର ବିଶ୍ୱାସ।
ପ୍ରାଧ୍ୟାପକ, ବିର୍ଲା ଗ୍ଲୋବାଲ
ୟୁନିଭର୍ସିଟି, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri