Posted inଖେଳ

ଏବେ ଦେଶ ପାଇଁ ଖେଳିବେ ତେଜରାତି ଦୋକାନୀଙ୍କ ପୁଅ; ଅର୍ଥାଭାବ ସତ୍ତ୍ୱେ ବାପାଙ୍କ ସ୍ବପ୍ନକୁ ପୂରଣ କଲେ…

ଲକ୍ଷ୍ନୌ,୨୧।୧୨: ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ କୋଟଗାଓଁର ଏକ ଛୋଟ ତେଜରାତି ଦେକାନ ରବିବାରଠାରୁ ଚର୍ଚ୍ଚାରେ ରହିଛି। ଏହା ପଛରେ କାରଣଟି ହେଲା ଉକ୍ତ ଦୋକାନର ମାଲିକ ଶ୍ରବଣ ଯାଦବଙ୍କ ପୁଅ ସିର୍ଦ୍ଧାର୍ଥଙ୍କୁ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଚୟନ କରାଯାଇଛି। ଶୀର୍ଷକ୍ରମର ଏହି ବ୍ୟାଟ୍ସମ୍ୟାନ ଆଗାମୀ ଏସିଆ କପ୍‌ ପାଇଁ ଭାରତର ଅଣ୍ଡର-୧୯ ଟିମ୍‌ରେ ସାମିଲ ହୋଇଛନ୍ତି। ଏହାପରେ ଜାନୁୟାରୀରେ ବିଶ୍ୱକପ୍‌ ଖେଳାଯିବ। ଏଣୁ ଶ୍ରବଣ ପୁଅଙ୍କ ଏହି ଉପଲବ୍ଧିକୁ ନେଇ ଉତ୍ସାହିତ ଅଛନ୍ତି।

ଶ୍ରବଣ ନିଜ ପୁଅଙ୍କ ସଂଘର୍ଷକୁ ନେଇ କହିଛନ୍ତି, ଯେତେବେଳେ ସିଦ୍ଧାର୍ଥ ଛୋଟ ଥିଲେ, ସେତେବେଳଠାରୁ କ୍ରିକେଟ ଖେଳୁଥିବା ଦେଖିବା ମୋର ସ୍ବପ୍ନ ଥିଲା। ପ୍ରଥମ ଥର ଲାଗି ସେ ବ୍ୟାଟ୍‌କୁ ବାମ ହାତରେ ଧରିଥିଲେ। ଏହା ଦେଖି ତାର ଜେଜେ ମା’ କିଭଳି ଓଲଟା ଛିଡ଼ା ହୋଇଛି ବୋଲି କହିଥିଲେ। ହେଲେ ସେ ଏଭଳି ହିଁ ଖେଳିବ ବୋଲି ମୁଁ କହିଥିଲି। ସେବେଠାରୁ ସେ ବାମ ହାତରେ ବ୍ୟାଟିଂ କରୁଛି।

ଜଣେ ଗମ୍ଭୀର କ୍ରିକେଟର ଭାବେ ଆଠ ବର୍ଷ ବୟସରେ ସିଦ୍ଧାର୍ଥ ନିଜର ଯାତ୍ରା ଆରମ୍ଭ କରିଥିଲେ। ବାପାଙ୍କ ସ୍ବପ୍ନ ପୂରଣ କରିବା ଲାଗି ବହୁତ ପରିଶ୍ରମ ଏବଂ ତ୍ୟାଗର ଆବଶ୍ୟକତା ରହିଥିଲା। ପ୍ରତିଦିନ ଅପରାହ୍ନରେ ଶ୍ରବଣ ପୁଅଙ୍କୁ ପାଖରେ ଥିବା ପଡ଼ିଆକୁ ନେଇ ଯାଉଥିଲେ। ସେଠାରେ ତାଙ୍କୁ କ୍ରିକେଟ ଖେଳିବା ଶିଖାଉଥିଲେ। ଜେଜେ ମା’ କିନ୍ତୁ ସିଦ୍ଧାର୍ଥ ପାଠପଢ଼ାରେ ମନ ଦିଅନ୍ତୁ ବୋଲି ଚାହୁଁଥିଲେ। ହେଲେ ସିଦ୍ଧାର୍ଥ ବାପାଙ୍କ ସ୍ବପ୍ନକୁ ପୂରଣ କରିବା ଲାଗି ନିଶ୍ଚିତ କରିସାରିଥିଲେ।

ଭାରତର ପୂର୍ବ କ୍ରିକେଟର ଅଜୟ ଶର୍ମା ସିଦ୍ଧାର୍ଥଙ୍କ କୋଚ୍‌ ହୋଇଥିଲେ। ପରେ ସେ ଉତ୍ତରପ୍ରଦେଶ ଅଣ୍ଡର-୧୬ ଟିମ୍‌ରେ ସ୍ଥାନ ପାଇଥିଲେ। ସେଠାରେ ସେ ଭଲ ପ୍ରଦର୍ଶନ କରିଥିଲେ। ଏହାପରଠାରୁ ସେ ସଫଳତାର ଶିଢ଼ି ଚଢ଼ି ଶେଷରେ ଭାରତ ପାଇଁ ଖେଳିବା ଭଳି ଗୌରବ ଅର୍ଜନ କରିଛନ୍ତି।

ନିଜର ସଫଳତା ନେଇ ସିଦ୍ଧାର୍ଥ କୁହନ୍ତି, ମୋତେ କିଛି ରଣଜୀ ଖେଳାଳିଙ୍କର ନାମ ମନେ ନାହିଁ, ହେଲେ ସେ ମୋତେ କହୁଥିଲେ, ଭାଇ , ଆକୁ କଳା ସୁତା ବାନ୍ଧିଦି, ଏ ଟୋକା ଭାରତ ପାଇଁ ଖେଳିବ। ଆଜି ସେଇ କଥା କାନରେ ବାଜୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri