ରୋଗଣା ମନ

ପ୍ରତିବର୍ଷ ଆମ ଭିତରୁ ପ୍ରତି ଚାରିଜଣରେ ଜଣେ ମାନସିକ ସ୍ବାସ୍ଥ୍ୟ ଦୃଷ୍ଟିରୁ ବିଶେଷ ନିରାପଦ ରହିପାରୁନାହାନ୍ତି। ସେହି ଜଣକ ବି ହୋଇପାରନ୍ତି ଆମ ପରିବାରର ସଦସ୍ୟ, ଆମର ଅନ୍ତରଙ୍ଗ ବନ୍ଧୁ, ସହକର୍ମୀ କିମ୍ବା ହୋଇପାରନ୍ତି ଆପଣ ନିଜେ। ସମାଜରେ ପାରସ୍ପରିକ ସହଯୋଗର ବାତାବରଣ ସୃଷ୍ଟି କରି ଘନିଷ୍ଠ ବନ୍ଧନରେ ସଂଯୁକ୍ତ ହୋଇପାରିଲେ ମାନସିକ ସୁସ୍ଥତା ଲାଭ ସୁଗମ ହୋଇଯିବ।“

ଶରୀର ଚଳନକ୍ଷମ। କିନ୍ତୁ ମନ ସର୍ବଦା ଚଞ୍ଚଳ ଓ ଅସ୍ଥିର। ଏହାକୁ ଅଚଞ୍ଚଳ ତଥା ସ୍ଥିର ରଖିବା ଅଧିକାଂଶଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ। ପୁନଶ୍ଚ ଶରୀର ଦୃଶ୍ୟମାନ। ତେଣୁ ଶରୀରକୁ ସହଜରେ ନିୟନ୍ତ୍ରଣ କରାଯାଇପାରେ ଓ ଏହାର ଯତ୍ନ ନେଇହୁଏ। ଅଥଚ ମନଟି ଅଦୃଶ୍ୟମାନ ହୋଇଥିବାରୁ ଏହାର ନିୟନ୍ତ୍ରଣ ତଥା ଯତ୍ନ ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର। ଶରୀର ପରି ମନ ମଧ୍ୟ ସୁସ୍ଥ ରହିପାରେ। ଶରୀରର ଅସୁସ୍ଥତା ପରି ମନ ମଧ୍ୟ ହୋଇପଡ଼େ ଅସୁସ୍ଥ। ମନ ଅସୁସ୍ଥ ହୋଇପଡ଼ିଲେ ବିପନ୍ନ ହୋଇପଡ଼େ ଶାରୀରିକ ସ୍ବାସ୍ଥ୍ୟ, ସାମାଜିକ ସ୍ବାସ୍ଥ୍ୟ ଏବଂ ଅର୍ଥନୈତିକ ସ୍ବାସ୍ଥ୍ୟ। ଆମ ଜୀବନ ଉପରେ ମାନସିକ ଅସୁସ୍ଥତାର ପ୍ରଭାବ ବଡ଼ ପ୍ରତିକୂଳ।
ବଡ଼ ବିସ୍ମୟର କଥା ଯେ, ଆମ୍ଭେମାନେ ସାଧାରଣତଃ ଶରୀରକୁ ସୁସ୍ଥ ରଖିବା ପ୍ରତି ଅଗ୍ରାଧିକାର ଦେଇଥାଉ। କିନ୍ତୁ ମନର ସ୍ବାସ୍ଥ୍ୟକୁ ଯେ ସୁରକ୍ଷିତ ରଖିବା ଅପରିହାର୍ଯ୍ୟ, ଏହା ଆମ ଭାବନାରେ ଆସି ନ ଥାଏ। ତେଣୁ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ଆମେ ଅନେକେ ଅଜ୍ଞ। ଏହି କାରଣରୁ ମାନସିକ ରୋଗକୁ ଆମେ ବଡ଼ ଉପେକ୍ଷିତ ଦୃଷ୍ଟିରେ ଦେଖିଥାଉ। ମାନସିକ ରୋଗୀକୁ ଅଭିଶପ୍ତ ବିଚାରି ଘୃଣା କରୁ। ମାତ୍ର ଆମେ ଜାଣିରଖିବା ଆବଶ୍ୟକ ଯେ ମାନସିକ ସ୍ବାସ୍ଥ୍ୟ ଦୃଷ୍ଟିରୁ ହୁଏତ ଆମେ ପ୍ରତ୍ୟେକେ ମାନସିକ ସ୍ତରରେ ଅସୁସ୍ଥ!
ଚାପ ବା ଷ୍ଟ୍ରେସ୍‌ ସମ୍ପ୍ରତି ଅଧିକାଂଶଙ୍କ ମନକୁ ସର୍ବଦା ଅସ୍ଥିର ଓ ଆନ୍ଦୋଳିତ କରି ରଖିଛି। କିନ୍ତୁ ମାନସିକ ରୋଗୀମାନଙ୍କୁ ଆଧୁନିକ ଚିକିତ୍ସା ଦ୍ୱାରା ଯେ ଯଥେଷ୍ଟ ଉପଶମ କରି ସମାଜର ମୁଖ୍ୟସ୍ରୋତକୁ ଆଣିହେବ, ଅନେକେ ଏହା ଜାଣନ୍ତି ନାହିଁ। ଫଳରେ ପରିବାରର କେହି ମାନସିକ ରୋଗଗ୍ରସ୍ତ ହୋଇପଡ଼ିଲେ ଅନ୍ଧବିଶ୍ୱାସ ଓ କୁସଂସ୍କାରର ଶିକାର ହୋଇ ପରିବାରର ଲୋକେ ଗୁଣିଗାରେଡ଼ି, ଟୁଟୁକାଟୁଣୁକି, ମନ୍ତ୍ରତନ୍ତ୍ର, ଝଡ଼ାଫୁଙ୍କା ଇତ୍ୟାଦି ଉପଚାର କରିଥା’ନ୍ତି। ରୋଗୀର ଚିକିତ୍ସା ପାଇଁ ବିଶେଷଜ୍ଞ ଡାକ୍ତରଙ୍କ ସହାୟତା ନ ଲୋଡ଼ି ସେମାନେ ଜ୍ୟୋତିଷ, ଗୁଣିଆ ଓ ବାବା ଇତ୍ୟାଦିଙ୍କ ସହାୟତା ଲୋଡ଼ିଥା’ନ୍ତି। ଏହାଫଳରେ ସଅଳ ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ବହୁ ମୂଲ୍ୟବାନ୍‌ ସମୟ ନଷ୍ଟ ହୋଇଯାଏ। ସଅଳ ଚିକିତ୍ସାରୁ ଯେଉଁ ସୁଫଳ ମିଳିଥା’ନ୍ତା, ତାହା ବହୁଳାଂଶରେ ହାତଛଡ଼ା ହୋଇଯାଏ। ଏହି ପ୍ରକାରେ ଆମ ଦେଶର ମାନସିକ ରୋଗଗ୍ରସ୍ତ ୮୦ ପ୍ରତିଶତରୁ ବେଶି, ଆଧୁନିକ ମାନସିକ ସ୍ବାସ୍ଥ୍ୟସେବା ଉପଭୋଗ କରିବାରୁ ବଞ୍ଚତ୍ତ। ଜାଣିରଖିବା ଆବଶ୍ୟକ ଯେ, ମାନସିକ ଅସୁସ୍ଥତା ବା ମାନସିକ ବ୍ୟାଧି ହେଉଛି ଏକ ଧରଣର ଅସ୍ବାଭାବିକ ମାନସିକ ଅବସ୍ଥା। ଏପରି ଅବସ୍ଥା ଉପୁଜିଲେ ବ୍ୟକ୍ତି ଅଦ୍ଭୁତ ଆଚରଣ କରେ। ମାତ୍ର ସମସ୍ତେ ଜାଣିରଖିବା ଉଚିତ ଯେ ରୋଗଗ୍ରସ୍ତ ହୋଇପଡ଼ିବାରେ ରୋଗୀଟିର କୌଣସି ଦୋଷ ନ ଥାଏ। ପୁଣି ସବୁ ପ୍ରକାରର ମାନସିକ ଅସୁସ୍ଥତା ସମାନ ନୁହେଁ। ମାନସିକ ଅସୁସ୍ଥତା ଅନେକ ପ୍ରକାରର ଏବଂ ପ୍ରତ୍ୟେକଟିର କାରଣ, ଲକ୍ଷଣ ଓ ଚିକିତ୍ସା ଭିନ୍ନ।
ରୋଗ ଆଜି ସମାଜର ଏକ ବିରାଟ ସ୍ବାସ୍ଥ୍ୟ ସମସ୍ୟା। ସମ୍ପ୍ରତି ବିଶ୍ୱର ଅନ୍ତତଃ ୪୫ କୋଟି ଲୋକ କୌଣସି ନା କୌଣସି ମାନସିକ ବିକୃତିର ଶିକାର। ଏହାର ସମାଧାନ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ପାଳିତ ହୋଇଆସୁଛି ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ବା ଓ୍ବାଲର୍‌ଡ ମେଣ୍ଟାଲ ହେଲ୍‌ଥ ଡେ’। ଦିବସଟିକୁ ପାଳନ କରିବାର ପ୍ରଧାନ ଉଦ୍ଦେଶ୍ୟ ହେଉଛି ସାମାଜିକ ସଚେତନତା ବୃଦ୍ଧି କରି ମାନସିକ ବିକାର ତଥା ରୋଗର ଯଥାସମ୍ଭବ ପ୍ରତିରୋଧ କରିବା। କାରଣ ଯଥାସମୟରେ ଯଥାର୍ଥ ଚିକିତ୍ସା ଦ୍ୱାରା ଯଥେଷ୍ଟ ସୁଫଳ ମିଳିଥାଏ। ମାତ୍ର ମାନସିକ ରୋଗଗ୍ରସ୍ତ ବ୍ୟକ୍ତିଟିର ସଠିକ୍‌ ଚିକିତ୍ସା ପାଇଁ ପରିବାରର ସଦସ୍ୟମାନଙ୍କ ସହଯୋଗିତା ଏକାନ୍ତ ଆବଶ୍ୟକ। ଏହି ଲକ୍ଷ୍ୟରେ ଉକ୍ତ ଦିବସଟିରେ ବିଭିନ୍ନ ଅନୁଷ୍ଠାନ ଏବଂ ଗଣମାଧ୍ୟମ ସାହାଯ୍ୟରେ ମାନସିକ ସ୍ବାସ୍ଥ୍ୟ ଏବଂ ମାନସିକ ରୋଗଗ୍ରସ୍ତମାନଙ୍କର ସୁଚିକିତ୍ସା ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରିବାର ପ୍ରୟାସ କରାଯାଇଥାଏ। ଚଳିତବର୍ଷର ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସର ଆଲୋଚ୍ୟ ପ୍ରସଙ୍ଗ ରହିଛି ଅସମାନତ୍ପର ବିଶ୍ୱରେ ମାନସିକ ସ୍ବାସ୍ଥ୍ୟ (ମେଣ୍ଟାଲ୍‌ ହେଲ୍‌ଥ ଇନ୍‌ ଆନ୍‌ ଅନ୍‌ଇକୁଆଲ ଓ୍ବାଲର୍‌ଡ)।
ରୋଗୀମାନଙ୍କ ଭେଷଜ ପକ୍ଷପାତିତ୍ୱ ଓ ଅପବାଦର ଶିକାର ହେଉଥିଲେ, ତାହା ସେମାନଙ୍କ ମାନସିକ ସ୍ବାସ୍ଥ୍ୟାବସ୍ଥାକୁ ଆହୁରି ଗୁରୁତର କରିପକାଏ। ଫଳରେ ସେମାନଙ୍କ ଶିକ୍ଷାଗ୍ରହଣ ଓ ନିଯୁକ୍ତି ଉପରେ ପ୍ରତିକୂଳ ପ୍ରଭାବ ପଡ଼େ। ରୋଗୀଙ୍କ ପରିବାରର ସଦସ୍ୟମାନେ ବିଭିନ୍ନ ପ୍ରକାରରେ କ୍ଷତିଗ୍ରସ୍ତ ହୁଅନ୍ତି। ଏହି ଅବସ୍ଥାକୁ ଅପରିବର୍ତ୍ତିତ ରଖିବା ଆଦୌ ଶୁଭଙ୍କର ନୁହେଁ। ସେଥିପାଇଁ ଏଭଳି ଅସମାନତାର ବିଲୋପ ନିମନ୍ତେ ଆଶୁ କାର୍ଯ୍ୟାନୁଷ୍ଠାନ ଲୋଡ଼ା। କୋଭିଡ୍‌-୧୯ ସଂକ୍ରମଣ ବ୍ୟାପିଥିବା ବେଳେ ବହୁ ପରିବାରର କେହି ନା କେହି ମୃତ୍ୟୁମୁଖରେ ପଡିଲେ। ଫଳରେ ଅନେକ ପରିବାରର ଆର୍ଥିକ ସ୍ଥିତି ଦୋହଲିଗଲା। କାହାର ଚାକିରି ଚାଲିଗଲା। କାହାକୁ ମିଳିଲା ଅଧା ଦରମା। ଶାରୀରିକ ଦୂରତ୍ୱ ରକ୍ଷା କରିବା ଯୋଗୁ ବଢ଼ିଗଲା ସାମାଜିକ ଦୂରତ୍ୱ। ବନ୍ଧୁ ଓ ଆତ୍ମୀୟମାନଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ରହି ନ ପାରିବାରୁ ବିପନ୍ନ ହୋଇପଡିଲା ମାନସିକ ସ୍ବାସ୍ଥ୍ୟ। ଜନସାଧାରଣଙ୍କ ମାନସିକ ସ୍ବାସ୍ଥ୍ୟକୁ ଅତୁଟ ରଖିବା ପାଇଁ ହେଲେ ବିଶ୍ୱ, ରାଷ୍ଟ୍ର ଏବଂ ସମାଜ ସ୍ତରରେ ଅସମାନତାକୁ ଦୂରୀଭୂତ କରିବା ପାଇଁ ପଡ଼ିବ। ସ୍ବାସ୍ଥ୍ୟ ଅର୍ଥନୀତି ଏବଂ ସମାଜ ସ୍ତରରେ ବ୍ୟବଧାନ ବୃଦ୍ଧି ପାଇଥିବାରୁ ଚଳିତବର୍ଷର ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସର ବାର୍ତ୍ତାକୁ ମାନି ସମସ୍ତେ ଆଗେଇ ଆସିବା ଦରକାର। ସମସ୍ତେ ମିଳିମିଶି ସମାଜରୁ ଅସମାନତା ଦୂର କରିପାରିଲେ ଉତ୍ତମ ମାନସିକ ସ୍ବାସ୍ଥ୍ୟ ଉପଭୋଗ ଆଉ ସମସ୍ୟା ହୋଇ ରହିବନି। ଏହି ବାର୍ତ୍ତାଟି ସପକ୍ଷରେ ଜନମତ ସୃଷ୍ଟି କରିବାରେ ରହିଛି ଅନୁକୂଳ ସୁଦୂରପ୍ରସାରୀ ପ୍ରଭାବ।
ସ୍ବାସ୍ଥ୍ୟ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଜାତୀୟ ଏବଂ ଅନ୍ତର୍ଜାତୀୟ ତାତ୍ପର୍ଯ୍ୟପୂର୍ଣ୍ଣ ଆଲୋଚ୍ୟ ବିଷୟ। ତେଣୁ ସମସ୍ତଙ୍କ ମାନସିକ ସ୍ବାସ୍ଥ୍ୟକୁ ସନ୍ତୋଷଜନକ ରଖିବାରେ ସମାଜରେ ସମସ୍ତଙ୍କର ସକ୍ରିୟ ସହଯୋଗ ଅପରିହାର୍ଯ୍ୟ।
ଆମ ଭିତରୁ ପ୍ରତି ଚାରିଜଣରେ ଜଣେ ମାନସିକ ସ୍ବାସ୍ଥ୍ୟ ଦୃଷ୍ଟିରୁ ବିଶେଷ ନିରାପଦ ରହିପାରୁନାହାନ୍ତି। ସେହି ଜଣକ ବି ହୋଇପାରନ୍ତି ଆମ ପରିବାରର ସଦସ୍ୟ, ଆମର ଅନ୍ତରଙ୍ଗ ବନ୍ଧୁ, ସହକର୍ମୀ କିମ୍ବା ହୋଇପାରନ୍ତି ଆପଣ ନିଜେ। ସମାଜରେ ପାରସ୍ପରିକ ସହଯୋଗର ବାତାବରଣ ସୃଷ୍ଟି କରି ଘନିଷ୍ଠ ବନ୍ଧନରେ ସଂଯୁକ୍ତ ହୋଇପାରିଲେ ମାନସିକ ସୁସ୍ଥତା ଲାଭ ସୁଗମ ହୋଇଯିବ। ବିଭିନ୍ନ ସାମାଜିକ ସମାରୋହରେ ଏବଂ ସାର୍ବଜନୀନ ପର୍ବପର୍ବାଣି ପାଳନରେ ଏକାଠି ହୋଇ ପରସ୍ପର ସହ ଭାବଆଦାନ ପ୍ରଦାନ ପୂର୍ବକ ସୁଖଦୁଃଖରେ ଭାଗୀଦାରି ହୋଇପାରିଲେ ସହଜ ହୋଇଯିବ ମାନସିକ ସ୍ବାସ୍ଥ୍ୟ ପ୍ରାପ୍ତି।
-ଅଭୀପ୍‌ସା, ସେକ୍ଟର-୬,
ପ୍ଲଟ ନଂ-୧୩୧୧,
ଅଭିନବ ବିଡାନାସୀ, କଟକ-୧୪
ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?