Posted inଖେଳ

ଆଇପିଏଲ୍‌ ଖେଳିବାକୁ ଶୁଭ୍ରାଂଶୁଙ୍କୁ ସୁଯୋଗ

ଭୁବନେଶ୍ୱର,୧୮।୧୨(ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବାକୁ ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଟ୍ରାଏଲ୍ସରେ ଯୋଗ ଦେବା ପାଇଁ ୨୪ ବର୍ଷୀୟ ଶୁଭ୍ରାଂଶୁଙ୍କୁ ଶନିବାର ଡକାଯାଇଛି। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଏହି ସୁଚନା ଦିଆଯାଇଛି। ଭାରତୀୟ କ୍ରିକେଟ କଣ୍ଟୋଲ ବୋର୍ଡ (ବିସିସିଆଇ) ଦ୍ୱାରା ଆୟୋଜିତ ଦିନିକିଆ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫି ଗ୍ରୁପ୍‌ ପର୍ଯ୍ୟାୟରେ ସେ ଓଡ଼ିଶାର ନେତୃତ୍ୱ ନେଇଥିଲେ। ବିଜୟ ହଜାରେ ଟ୍ରଫି ଓ ସୟଦ ମୁସ୍ତାକ ଅଲି ଟ୍ରଫିରେ ଆକର୍ଷଣୀୟ ପ୍ରଦର୍ଶନ କରିଥିବାରୁ ଆଇପିଏଲ୍‌ ଗତ ସଂସ୍କରଣର ଚାମ୍ପିୟନ ଚେନ୍ନାଇ ପକ୍ଷରୁ ତାଙ୍କୁ ଏହି ସୁଯୋଗ ପ୍ରଦାନ କରାଯାଇଛି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଲ୍‌ପିଏଲ୍‌ ପୂର୍ବରୁ ତନ୍‌ଭୀର, ରବିନ୍ଦରପାଲ ପଜିଟିଭ୍‌

କଲମ୍ବୋ, ୨୧ା୧୧ (ପି.ଟି.): ନଭେମ୍ବର ୨୬ରୁ ଲଙ୍କାନ ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌) ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ପେସ୍‌ ବୋଲର ସୋହେଲେ ତନଭୀର ଏବଂ କାନାଡିଆନ...

ବିବାହ ବନ୍ଧନରେ ବାନ୍ଧିହେଲେ ଏହି ଭାରତୀୟ କ୍ରିକେଟର

ହାଇଦ୍ରାବାଦ, ୨୦।୫: ଭାରତୀୟ କ୍ରିକେଟର ହନୁମା ବିହାରୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଫେଶନ୍‌ ଡଜାଇନର୍‌ ପ୍ରୀତି ରାଙ୍କୁ ନିଜ ଜୀବନ ସାଥୀ ଭାବେ ବାଛିଛନ୍ତି...

ପୂର୍ବତନ ଅଲିମ୍ପିକ୍ସ ଚାମ୍ପିୟନଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ

ବୁଦାପେଷ୍ଟ,୧୬।୧୦- ହଙ୍ଗେରୀର ଏକ ସହରର ମେୟର ଭାବେ ପୁନଃ ନିର୍ବାଚିତ ହୋଇଥିବା ପୂର୍ବତନ ଅଲିମ୍ପିକ୍‌ ଚାମ୍ପିୟନ ଜୋଲ୍ଟ ବୋର୍କାଇ ନିଜ ରାଜନୈତିକ ଦଳ ଫିଡେଜରୁ ଇସ୍ତଫା...

୬୦ ରନ୍‌ରେ ଅଲଆଉଟ୍‌

ଢାକା,୧।୯: ସ୍ଥାନୀୟ ଶେରେ ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ବୁଧବାର ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ମାତ୍ର ୬୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।...

୧୪୫ କିମି ବେଗରେ ପଡିଲା ବଲ୍‌, ବ୍ୟାଟ୍ସମ୍ୟାନ୍‌ଙ୍କ ହେଲା ଏମିତି ଅବସ୍ଥା

କଲମ୍ବୋ,୧୫।୧: ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଇଂଲଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା। ଇଂଲଣ୍ଡର ପେସ ବୋଲର ମାର୍କ...

କଫି ଅଫର୍‌ କଲେ ‘ହିଟ୍‌ମ୍ୟାନ୍‌’

ଧର୍ମଶାଳା,୨୭।୨: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆ ଶ୍ରୀଲଙ୍କାକୁ ୭ ଉଇକେଟ୍‌ରେ ପରାସ୍ତ କରିଛି।...

ଆଇପିଏଲ୍‌: ପୁରୁଣା ସଫଳତା ଦୋହରାଇବା ଲକ୍ଷ୍ୟରେ କୋଲକାତା

କୋଲକାତା,୩।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦୁଇଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା କୋଲକାତା ନାଇଟ ରାଇଡର୍ସ (କେକେଆର) ଏଥର ପୁରୁଣା ପ୍ରଦର୍ଶନ ଦୋହରାଇବା...

କରୋନା ଭାଇରସ ପ୍ରଭାବ: ରୁଦ୍ଧଦ୍ୱାରରେ ହେବ ସୁମୋ ଟୁର୍ନାମେଣ୍ଟ

ଟୋକିଓ,୧ା୩(ଏଏଫ୍‌ପି)-କରୋନା ଭାଇରସ ପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ସୁମୋ ସ୍ପ୍ରିଙ୍ଗ୍‌ ଟୁର୍ନାମେଣ୍ଟ ରୁଦ୍ଧଦ୍ୱାର ମଧ୍ୟରେ ହେବ। ଏହି ଖେଳର ପରିଚାଳନା ପରିଷଦ ରବିବାର ପ୍ରକାଶ...

Advertisement
Archives

Model This Week