କ୍ଷୟକ୍ଷତି ଅନୁଧ୍ୟାନ କଲେ ଜିଲାପାଳ: ୧୫ ଦିନ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ…

ଭଞ୍ଜନଗର, ୩।୧୧ (ବାବୁଲା ପ୍ରଧାନ): ଗତ ୨୯ ତାରିଖରେ ହୋଇଥିବା ବାତ୍ୟା ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଭଞ୍ଜନଗର, ଆସିକା ଓ ସୋରଡ଼ା ଆଦି ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ଭଞ୍ଜନଗର ବାଇପାସ୍‌ ଛକରେ ପହଞ୍ଚି ମଶାଣି ସାହିରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ଏଥିସହ ଉପଖଣ୍ଡର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତିର ଆକଳନ କରିବା ସହ ସ୍ଥାନୀୟ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ଅନ୍ୟପକ୍ଷରେ ଗିଡ଼ିପାବାଲି ଯିବା ପୂର୍ବରୁ ଜିଲାପାଳ ଭଞ୍ଜନଗରଠାରେ ଗଣମାଧ୍ୟମକୁ କହିଥିଲେ ଯେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ବନ୍ୟାରେ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ଚିହ୍ନଟ କରାଯାଉଛି। ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ। କୌଣସି ଯୋଗ୍ୟ ହିତାଧିକାରୀ ଯେପରି ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ଦିଆଯିବ।

ସେ ଆହୁରି କହିଥିଲେ ଯେ ପ୍ରତ୍ୟେକ ବନ୍ୟା ପ୍ରଭାବିତ ପରିବାରକୁ ୫୦ କେଜି ଚାଉଳ ସହ ୨,୫୦୦ ଟଙ୍କା ପ୍ରଦାନ କରାଯିବ। ଚାଷୀମାନଙ୍କୁ ମଧ୍ୟ ସହାୟତା ରାଶି ମିଳିବ। ଏଥିସହ ଉଠାଦୋକାନୀଙ୍କ ସମେତ ବିଭିନ୍ନ ବ୍ୟବସାୟୀଙ୍କୁ ମଧ୍ୟ ସରକାରୀ ସହାୟତା ଦିଆଯିବ। ଜିଲାପାଳଙ୍କ ଏହି ଗସ୍ତ ସମୟରେ ଉପଜିଲାପାଳ ଉମାଶଙ୍କର ବେହେରା, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ତଥା ଭଞ୍ଜନଗର ପୌରପାଳିକାର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଅବିନାଶ ମହାର ଓ ବିଡିଓ ଭାରତୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହାପରେ ଜିଲାପାଳ ଭଞ୍ଜନଗର ବ୍ଲକ୍‌ର ବାଇବାଲି ପଞ୍ଚାୟତ ଅନ୍ତର୍ଗତ ଗିଡ଼ିପାବାଲି ଗ୍ରାମକୁ ନିଖୋଜ ଲୋକଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ଯାଇଥିଲେ। ରାସ୍ତାରେ ସନ୍ଧ୍ୟା ସମୟରେ କଳିଙ୍ଗା ଘାଟି ରାସ୍ତାରେ ଯାତାୟାତ କିପରି ସ୍ୱାଭାବିକ ହୋଇପାରିବ, ସେ ନେଇ ସେଠାରେ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଅପରପକ୍ଷେ, ଆଜି ସୁଦ୍ଧା ଗିଡ଼ିପାବାଲିରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଉ ୧୧ ଜଣଙ୍କର କୌଣସି ପତ୍ତା ମିଳିନାହିଁ। ଫଳରେ ମାଟିତଳେ ନିଖୋଜ ବ୍ୟକ୍ତିମାନଙ୍କ ଅବସ୍ଥା କ’ଣ ହୋଇଥିବ, ତାହାକୁ ନେଇ ପରିବାରବର୍ଗ ଗଭୀର ଆଶଙ୍କାରେ ରହିଛନ୍ତି।

ଏଭଳି ଏକ ବଡ଼ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ଯେଉଁଭଳି ତ୍ୱରାନ୍ୱିତ ହେବା କଥା, ସେଭଳି ହେଉନାହିଁ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷରେ, ଘଟଣାସ୍ଥଳଟି ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ବାରମ୍ବାର ଭୂସ୍ଖଳନ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ଭୂସ୍ଖଳନ ଯୋଗୁଁ ଯବାନମାନେ ମଧ୍ୟ ଅସୁବିଧାରେ ପଡ଼ିଥିଲେ। ତେଣୁ ସମସ୍ତ ଦିଗକୁ ବିଚାରକୁ ନେଇ ସତର୍କତାର ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ସନ୍ଧାନୀ କୁକୁର ଓ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରି ନିଖୋଜ ଲୋକଙ୍କୁ ଖୋଜିବା ସହ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଅପରପକ୍ଷେ, ଭଞ୍ଜନଗର ପୌରପାଳିକା ପକ୍ଷରୁ ଆଜି ମଧ୍ୟ ବିଭିନ୍ନ ଅଞ୍ଚଳରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା। ପୌରପାଳିକା କର୍ମଚାରୀ, ଉପ ଜିଲାପାଳ କାର୍ଯ୍ୟାଳୟର କର୍ମଚାରୀ, ଲୋକପ୍ରତିନିଧି ଓ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କୋ-ୟୁନିଟ୍‌ ସ୍ୱେଚ୍ଛାସେବୀମାନେ ରନ୍ଧାଖାଦ୍ୟ ବଣ୍ଟନରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୟୁଜିସି ରେଗୁଲେସନ ପ୍ରତ୍ୟାହାର ଦାବି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୩।୧୧(ଉତ୍ତମ କୁମାର ଦାଶ): ସବର୍ଣ୍ଣ ସମାଜ ବିରୋଧୀ ତଥା ଛାତ୍ରୀଛାତ୍ରଙ୍କ ପ୍ରତି ଘୋର ପକ୍ଷପାତ ସୃଷ୍ଟିକାରୀ ୟୁଜିସି ରେଗୁଲେସନ ୨୦୨୬ କୁ ତୁରନ୍ତ ପ୍ରତ୍ୟାହାର ଦାବି କରିଛି…

ଶିଶୁଙ୍କ ହିତରେ କାମକୁ ମିଳିଲା ସମ୍ମାନ! ରାଜ୍ୟସ୍ତରରେ ଚମକିଲେ ଗଞ୍ଜାମ ଡିଏସ୍‌ଡବ୍ଲ୍ୟୁଓ

ଛତ୍ରପୁର,୩।୧୧(ଦିଲ୍ଲୀପି ସାମଲ): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଶିଶୁ ଅଧିକାରର ସୁରକ୍ଷା ଓ ଶିଶୁ…

ତୁମୁଡ଼ିବନ୍ଧ ବିଜେଡିରେ ନୂଆ ଇନିଂସ୍‌! ନବନିଯୁକ୍ତ ନେତାଙ୍କୁ ଭବ୍ୟ ସ୍ୱାଗତ, ଏକଜୁଟ୍‌ ହେଲେ କର୍ମୀ

ତୁମୁଡ଼ିବନ୍ଧ,୩।୧୧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଏକ…

ଅଳଙ୍କାର ଡକାୟତି ଗ୍ୟାଙ୍ଗକୁ ଧରିଲା ପୋଲିସ: ୫୦୦ ଗ୍ରାମ ସୁନା, ୧୧ କେଜି ରୁପା ଜବତ

ଖୋର୍ଦ୍ଧା,୩।୧୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଚୋରି କରି ଆତଙ୍କ ଖେଳାଉଥିବା ଏକ ଆନ୍ତଃ ଜିଲା ଡକାୟତ ଗ୍ୟାଙ୍ଗକୁ ଖୋର୍ଦ୍ଧା ପୋଲିସ ଧରିବାରେ…

ନ୍ୟୁଜିଲାଣ୍ଡ ୨୬, ଭାରତ ମାତ୍ର ୧୪! କିୱି ମାଟିରେ ଟିମ୍‌ ଇଣ୍ଡିଆର ରେକର୍ଡ ନିରାଶାଜନକ, ୭ ବର୍ଷ…

ନୂଆଦିଲ୍ଲୀ,୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟି-୨୦ ସିରିଜ୍‌କୁ ୩-୨ରେ ଜିତିଛି ଟିମ୍‌ ଇଣ୍ଡିଆ। ସିରିଜ୍‌ର ପ୍ରଥମ ତିନୋଟି ମ୍ୟାଚ୍‌ରେ ଭାରତୀୟ ବ୍ୟାଟର୍‌ମାନେ କିୱି ବୋଲରଙ୍କୁ ନାକେଦମ୍‌ କରିଥିବା ବେଳେ…

ଧନତେରସରେ ସୁନା କିଣିବେ ନା ରୂପା? ଏକ୍ସପର୍ଟ କହିଲେ ସତ, ଜାଣନ୍ତୁ କେଉଁଥିରେ ମିଳିବ ଅଧିକ ଲାଭ!

ନୂଆଦିଲ୍ଲୀ,୩।୧୧: ଧନତେରସ ଏବଂ ଦୀପାବଳି ଅବସରରେ ସୁନା-ରୂପା କିଣିବା ଶୁଭ ବୋଲି ଧରାଯାଏ। ଏହି କାରଣରୁ ପର୍ୱପର୍ୱାଣି ଆସିବା କ୍ଷଣି ବଜାରରେ ଏହି ଦୁଇଟି ମୂଲ୍ୟବାନ ଧାତୁର…

୪ ଦିନରେ ପହଞ୍ଚିଲା ୧୦୦୦ରୁ ଅଧିକ ଗ୍ୟାସ୍‌ ସିଲିଣ୍ଡର

ଛତ୍ରପୁର, ୩।୧୧ (ଦିଲ୍ଲୀପ ସାମଲ): ବନ୍ୟା ବିପତ୍ତିର ଏହି କଠିନ ସମୟରେ ବିପନ୍ନଙ୍କ ନିକଟରେ ରନ୍ଧା ଖାଦ୍ୟ ପହଞ୍ଚାଇବାରେ ଗଞ୍ଜାମ ଜିଲାରେ ଓରମାସ୍‌ (ORMAS)ର ‘ଶକ୍ତିଗାଁ’ ଅଭିଯାନ…

ଧନତେରସ ପୂର୍ବରୁ ଖୁସି ଖବର: ୧ଲକ୍ଷ ୬ ହଜାର ଶସ୍ତା ହେଲା ରୂପା, ବିଶେଷଜ୍ଞ କହିଲେ ଆହୁରି…

ନୂଆଦିଲ୍ଲୀ,୩।୧୧: ଦୀପାବଳିରେ ଏଥର ରୂପାର ଶୁଭ ଉପହାର କିଣିବା ପାଇଁ (ଅଳଙ୍କାର) ବଜାରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଗତ କିଛି ମାସ ମଧ୍ୟରେ ରୂପା ଦରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?