ଶୁଭଶ୍ରୀ ‘ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା’

ଭୁବନେଶ୍ୱର, ୨ା୧୨(ବ୍ୟୁରୋ): ୨୦୨୦ ବର୍ଷ ପାଇଁ ‘ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା’ ଟାଇଟଲ୍‌ ଜିତିଛନ୍ତି ବଲାଙ୍ଗୀରର ଶୁଭଶ୍ରୀ ରାୟଗୁରୁ। କୋଭିଡ୍‌ ସଂକ୍ରମଣ ଲାଗି ଚଳିତବର୍ଷ ଭିଡିିଓ କନ୍‌ଫରେନ୍ସ ମାଧ୍ୟମରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ଶ୍ରେଷ୍ଠ ୩୧ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଶୁଭଶ୍ରୀ ଓଡ଼ିଶାରୁ ଶ୍ରେଷ୍ଠ ବିବେଚିତ ହୋଇ ଏହି ଟାଇଟଲ ଜିତିଛନ୍ତି। ସୌନ୍ଦର୍ଯ୍ୟ ସହ ନିଜର ଦୃଢ ଆତ୍ମବିଶ୍ୱାସ ବଳରେ ଏହି ସଫଳତା ହାସଲ କରିଥିବା ଶୁଭଶ୍ରୀ ୫୭ତମ ଫେମିନା ମିସ୍‌ ଇଣ୍ଡିଆ ଫାଇନାଲ ରାଉଣ୍ଡରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିବେ। ୨୦୧୮ରେ ଶ୍ରୁତିକ୍ଷା ନାୟକ ଏବଂ ୨୦୧୯ରେ ଶୀତଲ ସାହୁଙ୍କ ପରେ ୨୦୨୦ ପାଇଁ ଶୁଭଶ୍ରୀ ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା ଟାଇଟଲ ହାସଲ କରିଛନ୍ତି। ବଲାଙ୍ଗୀର ଜିଲାରେ ଜନ୍ମିତ ଶୁଭଶ୍ରୀ ପେସାରେ ଜଣେ ଆଇନଜୀବୀ ଏବଂ ଆଙ୍କର। ସେ ୩ ହଜାରରୁ ଊର୍ଦ୍ଧ୍ୱ ଲାଇଭ୍‌ ଶୋ’ରେ ଆଙ୍କରିଂ କରିବା ସହ ଏକାଧିକ ଟେଲିଭିଜନ ବିଜ୍ଞାପନରେ ନଜର ଆସିଛନ୍ତି। ସେହିପରି ବଲିଉଡ୍‌ ଫିଲ୍ମ ‘ମସ୍ତିଜାଦେ’ରେ ସେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରିଥିବା ବେଳେ ଇ-କମର୍ସ ଓ୍ବେବ୍‌ସାଇଟ୍‌ ଆମାଜନ୍‌ର ଅଫିସିଆଲ ଆଙ୍କର୍‌ ଭାବେ କାର୍ଯ୍ୟ କରୁଛନ୍ତି। ନୃତ୍ୟ, ସଙ୍ଗୀତ ବ୍ୟତୀତ ନିଜକୁ ଫିଟ୍‌ ରଖିବା ସହ ଥିଏଟର ଜଗତ ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଛି। ଶୁଭଶ୍ରୀ ବଲାଙ୍ଗୀରର ସ୍ପେଶାଲ ଜୁଡିିସିଆଲ ମାଜିଷ୍ଟ୍ରେଟ୍‌ (ଏସ୍‌ଜେଏମ୍‌) ରମେଶ ଚନ୍ଦ୍ର ରାୟଗୁରୁଙ୍କ ଝିଅ। ବଲାଙ୍ଗୀରର କେନ୍ଦ୍ରୀୟ ବିଦ୍ୟାଳୟ-୨ରୁ ଶିକ୍ଷାଲାଭ କରିଥିବା ଶୁଭଶ୍ରୀ ସ୍କୁଲ୍‌ ସମୟରୁ ମଡେଲିଂ ଓ ଅଭିନୟରେ କ୍ୟାରିୟର କରିବାକୁ ଆଗ୍ରହ ରଖିଥିଲେ। କଠୋର ପ୍ରରିଶ୍ରମ ମାଧ୍ୟମରେ ମିସ୍‌ ଇଣ୍ଡିଆ ଟାଇଟଲ୍‌ ଜିତି ଆଗାମୀ ଦିନରେ ସେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡିଶାକୁ ଗୌରବାନ୍ବିତ କରିବାକୁ ଲକ୍ଷ୍ୟ
ରଖିଛନ୍ତି। ଏଥିସହ ସେ ମହିଳା ସଶକ୍ତୀକରଣ କ୍ଷେତ୍ରରେ କିଛି କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଶୁଭଶ୍ରୀ କହିଛନ୍ତି। କିଛିଦିନ ତଳେ ଅନୁଷ୍ଠିତ ଫେମିନା ମିସ୍‌ ଇଣ୍ଡିଆର ଓଡ଼ିଶା ଅଡିଶନ୍‌ରେ ଶୁଭଶ୍ରୀ ଅନ୍ୟ ୪ ପ୍ରତିଯୋଗୀଙ୍କ ସହ ଶ୍ରେଷ୍ଠ ବିବେଚିତ ହୋଇ ଇଷ୍ଟ ଜୋନ୍‌ରେ ଭାଗନେବାକୁ ମନୋନୀତ ହୋଇଥିଲେ। ଓଡ଼ିଶାରୁ ଶ୍ରେଷ୍ଠ ବିବେଚିତ ଅନ୍ୟ ୪ ପ୍ରତିିଯୋଗୀଙ୍କ ମଧ୍ୟରେ ପ୍ରଣତି ଓଝା, ମେଘା ସାହୁ, ଶ୍ରୀୟା ରାଉତ ଏବଂ ଦୀକ୍ଷା ସିଂ ରହିଥିଲେ। ତେବେ ଶୁଭଶ୍ରୀ ୩୧ଟି ରାଜ୍ୟରୁ ଶ୍ରେଷ୍ଠ ବିବେଚିତ ଟପ୍‌-୩୧ ମଧ୍ୟରେ ରହିଥିବାବେଳେ ଏମାନଙ୍କୁ ନେଇ ଟପ୍‌-୧୫ ପାଇଁ ପ୍ରତିଯୋଗିତା ହେବ। ଏହାପରେ ମୁମ୍ବାଇରେ ପାରମ୍ପରିକ ଶୈଳୀରେ ଭିଏଲ୍‌ସିସି ଫେମିନା ମିସ୍‌ ଇଣ୍ଡିଆର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?