ମଧୁର ପାଣି ମାଛଚାଷ ଅପେକ୍ଷା ଚିଙ୍ଗୁଡ଼ି ଚାଷ ଅଧିକ

କେନ୍ଦ୍ରାପଡ଼ା ଅଫିସ, ୮ା୧୨: ଲୁଣି ମାଛ ରପ୍ତାନି କ୍ଷେତ୍ରରେ ଓଡ଼ିଶାର ଚାହିଦା ବଢ଼ିଛି। ଗତ ୧୦ବର୍ଷ ମଧ୍ୟରେ ଏହା ୭୪୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୧-୧୨ ଆର୍ଥିକ ବର୍ଷରେ ୧୧,୪୬୦ ମେଟ୍ରିକ ଟନ ଲୁଣି ମାଛ ରପ୍ତାନି ହୋଇଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୯୭୧୨୫ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ୫୮୬୦ ହେକ୍ଟର ଅଞ୍ଚଳରେ ପୂର୍ବରୁ ମାଛ ଚାଷ ହେଉଥିବା ବେଳେ ଏହା ଏବେ ୧୭୭୮୦ ହେକ୍ଟରକୁ ବୃଦ୍ଧି ପାଇଛି। ଏହାକୁ ଆହୁରି ପ୍ରସାର ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ ମତ୍ସ୍ୟଚାଷୀ, ସମବାୟ ସମିତି, ମହିଳା ସମବାୟ, କର୍ମ ନିଯୁକ୍ତି ଆଶାୟୀ ଶିକ୍ଷିତ ଯୁବତୀଯୁବକଙ୍କୁ ପ୍ରୋତ୍ସାହିତ କରାଯାଉଛି। ଅପରପକ୍ଷରେ କେନ୍ଦ୍ରାପଡ଼ା ଜିଲାରେ ମଧୁର ଜଳ ମାଛ ଚାଷ ଅପେକ୍ଷା ଚିଙ୍ଗୁଡି ଚାଷ ପ୍ରତି ଚାଷୀ ଆଗ୍ରହୀ ହୋଇଛନ୍ତି। ବେଆଇନ ଚାଷକୁ ବନ୍ଦ କରିବା ପାଇଁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ତାଗିଦା କରାଯାଉଛି। ଏପରି କି ଡ୍ରୋନ ସାହାଯ୍ୟରେ ଘେରି ନିର୍ଣ୍ଣୟ କରିବାକୁ ଇତିମଧ୍ୟରେ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଆସିଛି। ତେବେ ଏହି ଜିଲାରେ ପ୍ରାୟ ୧୦ହଜାର ଚାଷୀ ଚିଙ୍ଗୁଡି ଘେରି କରିଥିବା ଆକଳନ କରାଯାଉଛି। ସମୁଦ୍ରର ଲୁଣି ପାଣିକୁ ବ୍ୟବହାର କରି ଚିଙ୍ଗୁଡି ଚାଷକୁ ଚାଷୀ ମାତ୍ରାଧିକ ଗୁରୁତ୍ୱ ଦେଇଛନ୍ତି। ଫଳରେ ଜାତୀୟ ଉଦ୍ୟାନ ଭିତରକନିକାର ଆର୍ଦ୍ରଭୂମି ଏବେ ବିପଦରେ ପଡିଛି। ପ୍ରାୟ ୧୫ ହଜାର ହେକ୍ଟର ଅଞ୍ଚଳରେ ଚିଙ୍ଗୁଡି ଘେରି ରହିଛି ବୋଲି ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ, ପ୍ରଭୁପ୍ରସାଦ ମହାପାତ୍ର ପ୍ରମୁଖ କହିଛନ୍ତି, ଚିଙ୍ଗୁଡି ଘେରି ଜାତୀୟ ଉଦ୍ୟାନର ପରିବେଶକୁ ନଷ୍ଟ କରୁଛି। ଏଠାରୁ ନିର୍ଗତ ବର୍ଜ୍ୟ ରାସାୟନିକ ଜଳ ସମୁଦ୍ରରେ ମିଶି ସାମୁଦ୍ରିକ ପ୍ରାଣୀ ନଷ୍ଟ କରିବା ସହ ଆବାସସ୍ଥଳକୁ କ୍ଷତି କରୁଛି। ସବୁଜ ଗଛଲତା ନଷ୍ଟ ହେତୁ ବନ୍ୟ ପଶୁପକ୍ଷୀଙ୍କ ଆବାସସ୍ଥଳ ସୁରକ୍ଷିତ ନୁହେଁ। ଜାତୀୟଉଦ୍ୟାନ ଭିତରକନିକା ବଞ୍ଚାଇବାକୁ ହେଲେ ସରକାରୀ ଭାବେ ସ୍ବୀକୃତିପ୍ରାପ୍ତ ଚିଙ୍ଗୁଡି ଘେରିକୁ ବନ୍ଦ କରିବାକୁ ପଡିବ। ଏହି ଘେରିକୁ ସରକାରୀ ସୁରକ୍ଷା ମିଳୁଥିବାରୁ ବେଆଇନ ଭାବେ ଅନ୍ୟ ଚାଷୀ ଘେରି ପାଇଁ ଉତ୍ସାହିତ ହୋଇ ପଡୁଥିବା ସେମାନେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ମାଆ ମାଟିଆ ମଙ୍ଗଳା ଚିଙ୍ଗୁଡି ଚାଷୀ ମହାସଂଘର ସଭାପତି ଅମର କୁମାର ପ୍ରଧାନ କହିଛନ୍ତି, ସରକାରଙ୍କ ପକ୍ଷରୁ ଆତ୍ମନିଯୁକ୍ତି ପାଇଁ ବିଭିନ୍ନ ଯୋଜନା କରାଯାଇଛି। ଚିଙ୍ଗୁଡି ଚାଷ ଏକ ଲାଭଜନକ ବ୍ୟବସାୟ ହୋଇଥିବା ବେଳେ ଜିଲାର ପ୍ରାୟ ୧୦ ହଜାର ଯୁବକ ଏଠାରେ କର୍ମନିଯୁକ୍ତି ପାଉଛନ୍ତି। ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଚାଷ ହେଉଛି। ନଦୀ ପାଖରେ, ସରକାରୀ ଜମିରେ ଓ ଜଙ୍ଗଲ ଜମିରେ ଏହି ଚାଷ କରାଯାଉନାହିଁ। ଏଥିପାଇଁ ସମସ୍ତ ଘେରିକୁ ବେଆଇନ କହି ଉଚ୍ଛେଦ ଦ୍ୱାରା ଜିଲାର ଆର୍ଥିକ ବିକାଶରେ ଅବନତି ହେବ ବୋଲି ସେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ଜିଲା ମତ୍ସ୍ୟ ସମ୍ପ୍ରସାରଣ ବିଭାଗ ଅଧିକାରୀ ମମତା ମହାପାତ୍ର କହିଛନ୍ତି, ଜିଲାର ସମସ୍ତ ଚିଙ୍ଗୁଡି ଘେରି ବେଆଇନ ନୁହେଁ। କେତେଜଣ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀକୁ ଏହି ଚାଷ ପାଇଁ ବିଭାଗ ପକ୍ଷରୁ ଅନୁମତି ମିଳିଛି। ଏହି ଚାଷ ପାଇଁ ଶତାଧିକ ଆବେଦନପତ୍ର ଆସିଥିଲେ ମଧ୍ୟ ଏହାକୁ ଅଦ୍ୟାବଧି ମଞ୍ଜୁରୀ ମିଳିନାହିଁ। ବେଆଇନ ଭାବେ ଗଢ଼ି ଉଠିଥିବା ଚିଙ୍ଗୁଡି ଘେରିର ଚିହ୍ନଟ ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?