Posted inଖେଳ

ଚାପରେ ଶ୍ରେୟସ, ଅଶ୍ୱିନ

ଇନ୍ଦୋର, ୨୪ା୯: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ରବିବାର ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମରେ ଖେଳାଯିବ। ଆଶାନୁରୂପ ପ୍ରଦର୍ଶନ କରିପାରୁ ନ ଥିବାରୁ ବ୍ୟାଟର ଶ୍ରେୟସ ଆୟର ଓ ବୋଲର ଆର୍‌. ଅଶ୍ୱିନ ଚାପରେ ରହିବା ସ୍ବାଭାବିକ। ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସମେତ ୪ ପ୍ରମୁଖ ଖେଳାଳିଙ୍କ ବିନା ଭାରତ ଶୁକ୍ରବାର ମୋହାଲିଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆକୁ ସହଜରେ ଜିତିନେଇଥିଲା। ହୋଲ୍‌କାର ଷ୍ଟାଡିୟମରେ ସାଧାରଣତଃ ହାଇସ୍କୋରିଂ ମ୍ୟାଚ ଦେଖିବାକୁ ମିଳିଥାଏ। ସହରରେ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଛି। ମୋହାଲିଠାରେ ଅସ୍ବାଭାବିକ ଉତ୍ତାପ ଓ ଆର୍ଦ୍ରତା ଅନୁଭବ କରିବା ପରେ ଏଠିକାର ଜଳବାୟୁ ସେମାନେ ପସନ୍ଦ କରିବେ। ଶୁକ୍ରବାର ମ୍ୟାଚ ଭାରତୀୟ ଦଳ ପାଇଁ ସକାରାତ୍ମକ ଥିଲା। ବିଶେଷକରି ମହମ୍ମଦ ଶାମି ଓ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହିଥିଲା। ତଥାପି ଅକ୍ଟୋବର ୫ରୁ ଆରମ୍ଭ ହେବାକୁଥିବା ବିଶ୍ୱକପ୍‌ ପାଇଁ ଆହୁରି କେତୋଟି ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରାଯାଇଛି। ଦୀର୍ଘଦିନ ପରେ ଆହତଜନିତ ସମସ୍ୟାରୁ ମୁକୁଳି ସାରିଥିଲେ ମଧ୍ୟ ଗତ ଏସିଆ କପ୍‌ରେ ଭାରତର ନମ୍ବର ୪ ବ୍ୟାଟର ଆୟରଙ୍କ ପ୍ରଦର୍ଶନ ଉପରେ ନଜର ରଖାଯାଇଥିଲା। ଭିନ୍ନ କାରଣରୁ ତାଙ୍କ ପ୍ରଦର୍ଶନ ଭଲ ରହି ନ ଥିଲା। ପିଠି ମାଂସପେଶୀରେ ସମସ୍ୟା ଦେଖାଦେବାରୁ ଏସିଆ କପ୍‌ ଶେଷଭାଗରେ ଖେଳିପାରି ନ ଥିଲେ। ଶୁକ୍ରବାର ସେ କ୍ରିଜ୍‌ରେ ୮ଟି ବଲ୍‌ ସାମ୍ନା କରିଥିଲେ। ସେ ରନ୍‌ଆଉଟ ହୋଇଥିଲେ, ଯାହାକୁ ଏଡ଼ାଇ ଦିଆଯାଇପାରିଥାନ୍ତା। ଆଗାମୀ ଦୁଇଟି ମ୍ୟାଚରେ ଆଖିଦୃଶିଆ ରନ୍‌ ସଂଗ୍ରହ କରିପାରିଲେ ଗ୍ଲୋବାଲ ଇଭେଣ୍ଟ ପୂର୍ବରୁ ନିଜ ଓ ତାଙ୍କ ଦଳ ପାଇଁ ଶୁଭଙ୍କର। ଅନ୍ୟପକ୍ଷରେ ଦଳକୁ ପ୍ରତ୍ୟାବର୍ତ୍ତନରେ ଅଶ୍ୱିନ ଏକ ଫ୍ଲାଟ ଟ୍ରାକ୍‌ରେ ଅଷ୍ଟ୍ରେଲୀୟ ବ୍ୟାଟରଙ୍କୁ ସମସ୍ୟାରେ ପକାଇବାରେ ବିଫଳ ହୋଇଛନ୍ତି। ଅକ୍ଷର ପଟେଲ ଯଦି ଠିକଣା ସମୟରେ ଫିଟ୍‌ ନ ହୁଅନ୍ତି ତେବେ ଏହି ଚାମ୍ପିୟନ ସ୍ପିନରଙ୍କୁ ଶେଷ ମୁହୂର୍ତ୍ତରେ ଭାରତର ବିଶ୍ୱକପ୍‌ ଦଳରେ ସ୍ଥାନ ମିଳିପାରେ। କିନ୍ତୁ ଟିମ୍‌ ମ୍ୟାନେଜମେଣ୍ଟ ଏହି ୩୭ ବର୍ଷୀୟ ବୋଲରଙ୍କଠାରୁ ଗତ ଶୁକ୍ରବାର ପ୍ରଦର୍ଶନଠାରୁ ଅଧିକ କିଛି ଆଶା କରୁଛି। ଟିମ୍‌ ମ୍ୟାନେଜମେଣ୍ଟ ଅଶ୍ୱିନଙ୍କୁ ବିଶ୍ରାମ ଦେଇ ଅନ୍ୟ ଜଣେ ଅଫ୍‌ ସ୍ପିନର ଓ୍ବାଶିଂଟନ ସୁନ୍ଦରଙ୍କୁ ଏହି ମ୍ୟାଚରେ ଖେଳାଇବା ସମ୍ଭାବନା ମଧ୍ୟ ରହିଛି। ଶାର୍ଦ୍ଦୂଳ ଠାକୁର ଏହି ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ। ଗତ ମ୍ୟାଚରେ ସେ ତାଙ୍କ ୧୦ ଓଭର ବୋଲିଂରେ ୭୮ ରନ ଦେଇଥିଲେ। ଗତ ମ୍ୟାଚରେ ବ୍ୟାଟିଂ ବିଭାଗରେ ବିଶ୍ୱର ଶ୍ରେଷ୍ଠ ଟି୨୦ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ଭଲ ରହିଛି। ତାଙ୍କ ଭଳି ବ୍ୟାଟର କ୍ରିଜ୍‌ରେ ଅଧିକ ସମୟ ମହଜୁଦ ରହିଲେ ମ୍ୟାଚ ଉପରେ ପ୍ରଭାବ ପଡ଼ିବ। ଭାରତ ଭଳି ଅଷ୍ଟ୍ରେଲିଆ ମଧ୍ୟ ମିଚେଲ ଷ୍ଟାର୍କ, ଗ୍ଲେନ ମ୍ୟାକ୍ସଓ୍ବେଲ୍‌ ଓ ଜୋସ୍‌ ହାଜ୍‌ଲେଉଡ୍‌ଙ୍କ ଭଳି କେତେଜଣ ପ୍ରମୁଖ ଖେଳାଳିଙ୍କ ବିନା ପ୍ରଥମ ମ୍ୟାଚ ଖେଳିଥିଲା। ସେପ୍ଟେମ୍ବର ୨୭ରେ ରାଜକୋଟଠାରେ ଖେଳାଯିବାକୁ ଥିବା ତୃତୀୟ ମ୍ୟାଚରେ ସେମାନେ ଦଳକୁ ଫେରିପାରନ୍ତି ବୋଲି ଅଧିନାୟକ ପ୍ୟାଟ୍‌ କୁମିନ୍ସ ସୂଚନା ଦେଇଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆ ଭାରତରେ ସିରିଜ ଜିତିଥିଲା। ରବିବାର ଦଳ ପାଇଁ ନିଶ୍ଚିତ ବିଜୟ ପରିସ୍ଥିତି ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?