Posted inଖେଳ

ଶ୍ରେୟାସଙ୍କୁ ଗୁରୁ ଦାୟିତ୍ୱ ଦେଲା କେକେଆର୍‌

କୋଲକାତା,୧୬।୨: ଆଗାମୀ ଆଇପିଏଲ ପାଇଁ ମିଡ୍‌ଲ ଅର୍ଡର ବ୍ୟାଟର ଶ୍ରେୟାସ ଆୟାରଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ଏ ନେଇ ଫ୍ରାଞ୍ଚାଇଜ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ବେଙ୍ଗାଲୁରୁରେ ଆୟୋଜିତ ମେଗା ଅକଶନରେ ତାଙ୍କୁ ୧୨.୨୫ କୋଟି ଟଙ୍କାରେ କିଣିଥିଲା କୋଲକାତା।

ତାଙ୍କ ପାଖରେ ଆଇପିଏଲରେ ନେତୃତ୍ୱ ନେବାର ଅଭିଜ୍ଞତା ରହିଛି। ସେ ୨୦୧୯ ଓ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଦଳର ଅଧିନାୟକ ଥିଲେ। ତାଙ୍କ ନେତୃତ୍ୱରେ ଦିଲ୍ଲୀ ପ୍ରଥମ ଥର ପାଇଁ ୨୦୨୦ରେ ଆଇପିଏଲ ଫାଇନାଲ ଖେଳିଥିଲା। କିନ୍ତୁ ଆହତ ଜନିତ ସମସ୍ୟା କାରଣରୁ ୨୦୨୧ ଆଇପିଏଲର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଖେଳିପାରି ନ ଥିଲେ। ଏଥିଯୋଗୁ ତାଙ୍କ ବଦଳରେ ରିଷଭ ପନ୍ତଙ୍କୁ ଦିଲ୍ଲୀ ଦଳର ଅଧିନାୟକ କରାଯାଇଥିଲା। ୟୁଏଇରେ ଖେଳାଯାଇଥିବା ଦ୍ୱିତୀୟ ଲେଗ୍‌ରେ ସେ ଦଳକୁ ଫେରିଥିଲେ। ହେଲେ ଡିସି ରିଷଭ ପନ୍ତଙ୍କୁ ଅଧିନାୟକ ପଦରେ ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲା। ଏଣୁ ଚଳିତ ବର୍ଷ ଆଇପିଏଲ୍‌ ଲାଗି ଶ୍ରେୟାସଙ୍କୁ ରିଟେନ କରି ନ ଥିଲା ଦିଲ୍ଲୀ ଫ୍ରାଞ୍ଚାଇଜ। ଏବେ ଶ୍ରେୟାସ ଇଂଲଣ୍ଡର ସୀମିତ ଓଭର ଦଳର ଅଧିନାୟକ ଇଆନ ମୋର୍ଗାନଙ୍କ ସ୍ଥାନ ନେବେ। ତାଙ୍କ ନେତୃତ୍ୱରେ କେକେଆର୍‌ ଗତ ବର୍ଷ ଫାଇନାଲରେ ପହଞ୍ଚିଥିଲା।

ଦଳର ନେତୃତ୍ୱ ଗ୍ରହଣ କରିବା ପରେ ଶ୍ରେୟାସ କହିଛନ୍ତି, କେକେଆର ଭଳି ସମ୍ମାନଜନକ ଦଳର ନେତୃତ୍ୱ ନେବାର ସୁଯୋଗ ପାଇ ମୁଁ ଗର୍ବିତ। ଆଇପିଏଲ ଏଭଳି ଏକ ଟୁର୍ନାମେଣ୍ଟ, ଯେଉଁଥିରେ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ ଖେଳନ୍ତି। ପ୍ରତିଭାଶାଳୀ ଖେଳାଳିଙ୍କ ଗ୍ରୁପ୍‌ର ନେତୃତ୍ୱ ନେବା ପାଇଁ ମୁଁ ଉତ୍ସାହିତ। ମୋତେ ସୁଯୋଗ ଦେବା ପାଇଁ ମାଲିକ, ମ୍ୟାନେଜମେଣ୍ଟ ଓ ସପୋର୍ଟ ଷ୍ଟାଫଙ୍କୁ ଧନ୍ୟବାଦ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ କୀର୍ତ୍ତିମାନ ହାସଲ କଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୩।୧୧: ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଦବ୍‌ଦବା ଜାରି ରହିଛି। ସର୍ବଶେଷ ଆଇସିସି ର଼୍ୟାଙ୍କିଙ୍ଗରେ ସେ ମଧ୍ୟ ପ୍ରଥମ ସ୍ଥାନରେ...

ଭାରତରେ ବିବାହ କରିବେ ଏହି ପାକିସ୍ତାନ କ୍ରିକେଟର

ଇସଲମାବାଦ, ୩୦।୭: ଭାରତୀୟ ଟେନିସ ଷ୍ଟାର୍‌ ସାନିଆ ମିର୍ଜାଙ୍କ ପରେ ଆର ଜଣେ ଭାରତୀୟ ଯୁବତୀ ପାକିସ୍ତାନ କ୍ରିକେଟରଙ୍କୁ ବିବାହ କରିବାକୁ ଯାଉଛନ୍ତି। ହରିୟାଣାର ନୁଁହ...

ପ୍ରଥମେ ବ୍ୟାଟିଂ କରିବ କେକେଆର୍‌

ଚେନ୍ନାଇ, ୧୧ା୪-  ଚଳିତ ଆଇପିଏଲର ତୃତୀୟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି...

ଅଧିକ ରନ୍‌ ଦେବା ପରେ ବି ଏହି କାରଣ ପାଇଁ ସ୍ପିନରଙ୍କୁ ବୋଲିଂ ଦେଲେ କୋହଲି

ପୁଣେ,୨୬।୩ : ଇଂଲଣ୍ଡ ବିପକ୍ଷରେ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ଶୋଚନୀୟ ପରାଜୟ ଭୋଗ କରିବାକୁ ପଡ଼ିଛି। ଏହି ପରାଜୟ ଦଳର ପାଇଁ ଦୁଇ...

ସିଏସ୍‌କେକୁ ବଡ଼ ଝଟ୍‌କା; ଅଲରାଉଣ୍ଡର ମୋଇନ ଅଲି…

ମୁମ୍ବାଇ,୨୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ଲାଗିଛି ବଡ଼ ଝଟ୍‌କା। ଦଳର ଅଲରାଉଣ୍ଡର ମୋଇନ ଅଲି ଆହତ ହେବା...

ଇଦ୍‌ଘାନୀ ଟି୨୦: ଖେଳିପାରନ୍ତି ଶିବମ୍‌ ଦୁବେ

ନୂଆଦିଲ୍ଲୀ,୨ା୧୧(ପି.ଟି.): ରବିବାର ଏଠାରେ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ମୁମ୍ବାଇ ଅଲରାଉଣ୍ଡର ଶିବମ୍‌ ଦୁବେଙ୍କୁ ସୁଯୋଗ ମିଳିପାରେ। ଭାରତର କାମଚଳା ଅଧିନାୟକ...

ଦାମୀ କାର କିଣିଲେ ଏହି ଅଲରାଉଣ୍ଡର

ନୂଆଦିଲ୍ଲୀ,୧୧।୬: କୋଲକାତା ନାଇଟ ରାଇଡର୍ସ ତଥା ଓ୍ବେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ରେ ରସେଲ ଏକ ଦାମୀ କାର କିଣିଛନ୍ତି। ଆଇପିଏଲ୍‌ ଶେଷ ହେବା ପରେ ସେ...

ବର୍ଷିଲେ ରମିଜ: କହିଲେ ‘ଆମ ପାଖରେ ଧୋନୀ କି ସଚିନ ନାହାନ୍ତି, ଚାପ ଅଧିକ ହେଲେ ଫିକ୍ସର ଆଣି ଆସ’

ନୂଆଦିଲ୍ଲୀ,୨୭।୫: ପାକିସ୍ତାନର ପୂର୍ବତନ ଖେଳାଳି ତଥା ଲୋକପ୍ରିୟ କମେଣ୍ଟେଟର୍‌ ରମିଜ ରାଜା ନିଜ ଦେଶର କ୍ରିକେଟ ବ୍ୟବସ୍ଥାକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି। ଜିମ୍ବାଓ୍ବେ ଗସ୍ତରେ...

Advertisement
Archives

Model This Week