Posted inଖେଳ

ଶ୍ରେୟାସଙ୍କୁ ଗୁରୁ ଦାୟିତ୍ୱ ଦେଲା କେକେଆର୍‌

କୋଲକାତା,୧୬।୨: ଆଗାମୀ ଆଇପିଏଲ ପାଇଁ ମିଡ୍‌ଲ ଅର୍ଡର ବ୍ୟାଟର ଶ୍ରେୟାସ ଆୟାରଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ଏ ନେଇ ଫ୍ରାଞ୍ଚାଇଜ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ବେଙ୍ଗାଲୁରୁରେ ଆୟୋଜିତ ମେଗା ଅକଶନରେ ତାଙ୍କୁ ୧୨.୨୫ କୋଟି ଟଙ୍କାରେ କିଣିଥିଲା କୋଲକାତା।

ତାଙ୍କ ପାଖରେ ଆଇପିଏଲରେ ନେତୃତ୍ୱ ନେବାର ଅଭିଜ୍ଞତା ରହିଛି। ସେ ୨୦୧୯ ଓ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଦଳର ଅଧିନାୟକ ଥିଲେ। ତାଙ୍କ ନେତୃତ୍ୱରେ ଦିଲ୍ଲୀ ପ୍ରଥମ ଥର ପାଇଁ ୨୦୨୦ରେ ଆଇପିଏଲ ଫାଇନାଲ ଖେଳିଥିଲା। କିନ୍ତୁ ଆହତ ଜନିତ ସମସ୍ୟା କାରଣରୁ ୨୦୨୧ ଆଇପିଏଲର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଖେଳିପାରି ନ ଥିଲେ। ଏଥିଯୋଗୁ ତାଙ୍କ ବଦଳରେ ରିଷଭ ପନ୍ତଙ୍କୁ ଦିଲ୍ଲୀ ଦଳର ଅଧିନାୟକ କରାଯାଇଥିଲା। ୟୁଏଇରେ ଖେଳାଯାଇଥିବା ଦ୍ୱିତୀୟ ଲେଗ୍‌ରେ ସେ ଦଳକୁ ଫେରିଥିଲେ। ହେଲେ ଡିସି ରିଷଭ ପନ୍ତଙ୍କୁ ଅଧିନାୟକ ପଦରେ ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲା। ଏଣୁ ଚଳିତ ବର୍ଷ ଆଇପିଏଲ୍‌ ଲାଗି ଶ୍ରେୟାସଙ୍କୁ ରିଟେନ କରି ନ ଥିଲା ଦିଲ୍ଲୀ ଫ୍ରାଞ୍ଚାଇଜ। ଏବେ ଶ୍ରେୟାସ ଇଂଲଣ୍ଡର ସୀମିତ ଓଭର ଦଳର ଅଧିନାୟକ ଇଆନ ମୋର୍ଗାନଙ୍କ ସ୍ଥାନ ନେବେ। ତାଙ୍କ ନେତୃତ୍ୱରେ କେକେଆର୍‌ ଗତ ବର୍ଷ ଫାଇନାଲରେ ପହଞ୍ଚିଥିଲା।

ଦଳର ନେତୃତ୍ୱ ଗ୍ରହଣ କରିବା ପରେ ଶ୍ରେୟାସ କହିଛନ୍ତି, କେକେଆର ଭଳି ସମ୍ମାନଜନକ ଦଳର ନେତୃତ୍ୱ ନେବାର ସୁଯୋଗ ପାଇ ମୁଁ ଗର୍ବିତ। ଆଇପିଏଲ ଏଭଳି ଏକ ଟୁର୍ନାମେଣ୍ଟ, ଯେଉଁଥିରେ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ ଖେଳନ୍ତି। ପ୍ରତିଭାଶାଳୀ ଖେଳାଳିଙ୍କ ଗ୍ରୁପ୍‌ର ନେତୃତ୍ୱ ନେବା ପାଇଁ ମୁଁ ଉତ୍ସାହିତ। ମୋତେ ସୁଯୋଗ ଦେବା ପାଇଁ ମାଲିକ, ମ୍ୟାନେଜମେଣ୍ଟ ଓ ସପୋର୍ଟ ଷ୍ଟାଫଙ୍କୁ ଧନ୍ୟବାଦ।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ବିସ୍କୁଟ ଲୋଭ ଦେଖାଇ ଯୌନ ନିର୍ଯାତନା, ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଚେନ୍ନାଇ,୧୫।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାର ଗୁମ୍ମିଡିପୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ । ଯୌନ ନିର୍ଯାତନା ପରେ ତିନି ବର୍ଷର ଛୁଆର ମୃତ୍ୟୁ ହୋଇଛି । ବିହାରର…

ପରକୀୟା ପ୍ରୀତିକୁ ନେଇ ହତ୍ୟା: ସାଙ୍ଗନେଲା ସାଙ୍ଗର ଜୀବନ ୨୨ ଦିନ ପରେ…

ନୀଳଗିରି, ୧୫।୬ (ପ୍ରଶାନ୍ତ କୁମାର ବିଶ୍ୱାଳ): ବନ୍ଧୁତ୍ୱର ପବିତ୍ର ସମ୍ପର୍କକୁ କଳଙ୍କିତ କରିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପରକୀୟା ପ୍ରୀତିକୁ କେନ୍ଦ୍ରକରି ଜଣେ ବନ୍ଧୁ ଅନ୍ୟ ଜଣେ…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

୨ ଚୋରି ମାମଲାର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

ଖଜୁରୀପଡ଼ା,୧୫।୬(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଚୋରି ମାମଲାର ତଦନ୍ତ କରି ପୋଲିସ…

ଚକରାଘାଟି ବୁଲିଯିବା ବେଳେ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ଓ ସାଇକେଲ…

୧୧ କେଭି ତାର ନେଲା ୭ ମଇଁସିଙ୍କ ଜୀବନ: ଉତ୍ତେଜନା ରାସ୍ତାରୋକୋ

ଖଣ୍ଡପଡ଼ା/ନୟାଗଡ଼(ଅଜୟ କୁମାର ମହାରଣା/ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ବଡ଼ ବାଣପୁର ପଞ୍ଚାୟତ ଘଣାଶାଳିଆ ଗ୍ରାମରେ ସୋମବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି।…

ନାଳରୁ ୧୬ଫୁଟର କୁମ୍ଭୀର ଉଦ୍ଧାର, ଜାଲ ପକାଇ ଧରିଲେ….

ରାଜନଗର,୧୫।୬(ଭାସ୍କର ରାଉତରାୟ): ରାଜନଗର ବ୍ଲକ ଜରିମୂଳ ବଜାରର ମାଟିଆ ମଙ୍ଗଳା ଛକ ନିକଟରେ ଥିବା ପାଣି ନାଳରୁ କୁମ୍ଭୀର ଉଦ୍ଧାର କରାଯାଇଛି । ବନବିଭାଗ ଟିମ ୧୬ଫୁଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri