ୟୁନିଭର୍ସାଲ ୱାଲର୍‌ଡ ରେକଡର୍‌ସରେ ଶ୍ରେୟାଂଶୀ

ବିଶୋଇ,୨ା୪(ଡି.ଏନ.ଏ.): ମାତ୍ର ୨ ବର୍ଷ ୭ ମାସ ବୟସରେ ପ୍ରଥମେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସଓ ୩ ବର୍ଷ ବୟସରେ ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇବା ପରେ ଚଳିତ ୨୦୨୨ ବର୍ଷରେ ପୁଣି ଥରେ ୟୁନିଭର୍ସାଲ ୱାଲର୍‌ଡ ରେକର୍ଡସରେ ସ୍ଥାନ ପାଇଛନ୍ତି ମୟୂରଭଞ୍ଜର କୁନି ଝିଅ ଶ୍ରେୟାଂଶୀ ମହାନ୍ତ। ରରୁଆଁ ବ୍ଲକ ଘାଗରାବେଡ଼ା ପଞ୍ଚାୟତ ବାଟିସାହି ଗ୍ରାମର ଶ୍ରେୟାଂସି ମାତ୍ର ୩ ବର୍ଷ ୩ ମାସ ବୟସରେ ଜାତୀୟ ଓ ପାରମ୍ପରିକ ପ୍ରତୀକ,ଆକୃତି,ମାନବର ବିଭିନ୍ନ ଅଙ୍ଗ, ବନ୍ୟଜନ୍ତୁ, ପକ୍ଷୀ, ବିଭିନ୍ନ ଦେଶର ଜାତୀୟ ପତାକା, ଗାଣିତିକ ପ୍ରତୀକ, ଉଦ୍ଭିଦର ବିଭିନ୍ନ ଅଂଶ, ଦେଶର ଜାତୀୟ ପତାକା ଅତି ସହଜରେ ଚିହ୍ନଟ କରିବା ସହିତ ୧୨ ମାସର ନାମ, ଦେଶର ରାଜଧାନୀ, ସପ୍ତାହର ୭ ଦିନ, ସପ୍ତର୍ଷି ମଣ୍ଡଳ,ଗ୍ରହ,ଫଳ,ପନିପରିବା,ଭାରତୀୟ ମୁଦ୍ରା,ମଣିଷର ଆଭ୍ୟନ୍ତରୀଣ ଅଙ୍ଗ ଆଦି ଅନର୍ଗଳ ଭାବରେ ଉଚ୍ଚାରଣ କରି ପ୍ରତିଭା ଦେଖାଇ ୟୁନିଭର୍ସାଲ ୱାଲର୍‌ଡ ରେକର୍ଡସରେ ନିଜର ସ୍ଥାନ ପକ୍କା କରିଛନ୍ତି। ଏନେଇ ୟୁନିଭର୍ସାଲ ୱାଲର୍‌ଡ ରେକର୍ଡସର ଏଡିଟରିଆଲ ବୋର୍ଡ ଦ୍ୱାରା ମନୋନୀତ ହୋଇ ୟୁନିଭର୍ସାଲ ୱାଲର୍‌ଡ ରେକର୍ଡସର ‘ଷ୍ଟାର କିଡ୍‌ ଆୱାର୍ଡ’ ଶୀର୍ଷକରେ ଶ୍ରେୟାଂଶୀଙ୍କ ନାମ ଘୋଷଣା କରଯାଇଛି। ସୁବ୍ରତ ମହାନ୍ତ ଓ ତୃପ୍ତିଲତାଙ୍କ ଏକମାତ୍ର ଝିଅ ଶ୍ରେୟାଂଶୀ ଗତ ଫେବୃୟାରୀରେ ନିଜର ଦକ୍ଷତା ସମ୍ପନ୍ନ ଭିଡିଓ ୟୁନିଭର୍ସାଲ ୱାଲର୍‌ଡ ରେକର୍ଡସ ଟିମ୍‌ ନିକଟକୁ ପଠାଇଥିଲେ। ପରେ ୨୩ ମାର୍ଚ୍ଚରେ ଶ୍ରେୟାଂସିଙ୍କ ନାମ ଘୋଷଣା କରାଯିବା ସହିତ ତାଙ୍କୁ ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଶ୍ରେୟାଂଶୀଙ୍କ ବାପା ସୁବ୍ରତ ମହାନ୍ତ ଅର୍ଦ୍ଧ ସାମରିକ ବାହିନୀର ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି)ନୂଆଦିଲ୍ଲୀଠାରେ ପାରା ମେଡିିକାଲ ବିଭାଗରେ କାର୍ଯ୍ୟରତ। ଶ୍ରେୟାଂଶୀ ନିଜ ଅଭିଭାବକଙ୍କ ସହିତ ବର୍ତ୍ତମାନ ଦିଲ୍ଲୀରେ ରହୁଛନ୍ତି। ଅଳ୍ପ ବୟସରୁ ପାଠ ପଢ଼ିବାରେ ରୁଚି ରଖିବା ସହିତ ନିଜର ବିଚକ୍ଷଣ ସ୍ମରଣ ଶକ୍ତି ପାଇଁ ସେ ଏହି ସଫଳତା ପାଇ ପାରିଛନ୍ତି। ତେବେ ବର୍ତ୍ତମାନ ସେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୃହ ବିଭାଗ ଯୁଗ୍ମ ସଚିବଙ୍କ ପୁଅ ବୋଲି ଅନୁକମ୍ପା: ଜୟନାରାୟଣ

ସମ୍ବଲପୁର, ୪।୩(ବ୍ୟୁରୋ): ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣା ଏବଂ ରାଜ୍ୟରେ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପୋଲିସ ପ୍ରଶାସନ ଉପରେ...

ସୀମାରାଣୀ-ଅଞ୍ଜଳି ମୁହାଁମୁହିଁ

ଢେଙ୍କାନାଳ ଅଫିସ, ୨।୪: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ଲାଗି ଭୋଟ ଗ୍ରହଣ ଆସନ୍ତା ୩ ତାରିଖରେ ହେବ। ଏଥିପୂର୍ବରୁ ଶନିବାର ଅପରାହ୍ନ ୫ଟାରେ...

ପୂର୍ବ ଶତ୍ରୁତା: ପୂର୍ବତନ ସମିତିସଭ୍ୟଙ୍କୁ ହତ୍ୟା

କାମାକ୍ଷାନଗର/ଭୁବନ, ୯।୫(ଡି.ଏନ୍‌.ଏ.): ରାଜନୈତିକ କନ୍ଦଳ ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଢେଙ୍କାନାଳ ଜିଲା ଭୁବନ ବ୍ଲକ ଦିଘି ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସର୍ବେଶ୍ୱର ରାଉତ (୫୫)ଙ୍କୁ...

ଫସଲ ନଷ୍ଟକଲେ, ଘର ଜାଳିଦେଲେ

ଉମରକୋଟ,୧୪ ।୮(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ ଜଙ୍ଗଲ ଜମିକୁ ନେଇ ଦୀର୍ଘ ବର୍ଷ...

ଡାଲି ଜାତୀୟ ଗବେଷଣାଗାର ଫାର୍ମରେ ଅଖିମୁଠି ଅନୁକୂଳ କଲେ ଜିଲାପାଳ

  ନୟାଗଡ଼ ଅଫିସ,୨୩।୪: କୃଷି ଓ କୃଷକଙ୍କ ଆଦ୍ୟପର୍ବ ଅକ୍ଷୟ ତୃତୀୟାରେ ପୂଜାପାଠ ଓ ହୋମ ପରେ ନୟାଗଡ଼ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଅକ୍ଷିମୁଠି...

ପ୍ରଜ୍ଞାଙ୍କ ହାତରେ ଜୀବନ୍ତ ମୃଣ୍ମୟ ମୂର୍ତ୍ତି

ଖୁଣ୍ଟା,୨୮ା୮(ଡି.ଏନ୍‌.ଏ.)- ନାରୀ ଟିଏ କଅଁଳ ଶିଶୁକୁ ଲାଳନପାଳନ କରି ମଣିଷ ପରି ଗଢି ତୋଳିବାରେ ଯେପରି ପାରଙ୍ଗମ, ସେହି ନାରୀ ପୁଣି କଞ୍ଚା କାଦୁଅକୁ ନିଜ...

ଷ୍ଟ୍ରେଚରରେ ନଦୀପାର ହେଲେ ଗର୍ଭବତୀ

ମୁନିଗୁଡା,୩୧ା୮(ଡ଼ି.ଏନ.ଏ): ଗାଁକୁ ରାସ୍ତା ନାହିଁ। ଅଧାବାଟରେ ଅଟକିଲା ଆସି ଆମ୍ବୁଲାନ୍ସ। ତେଣୁ ଷ୍ଟ୍ରେଚରରେ ବିପଜ୍ଜନକ ଭାବେ ନଦୀ ପାର ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସିଲେ ଗର୍ଭବତୀ।...

ବିନା ସୂଚନା ଫଳକରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ

ବୁଗୁଡ଼ା,୨୭ା୩(ଡି.ଏନ.ଏ.):ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଛି। ଉକ୍ତ ନୂତନ କୋଠା ନିର୍ମାଣ ପାଇଁ କେତେ ଟଙ୍କା ବ୍ୟୟ...

Advertisement
Archives

Model This Week