Posted inUncategorized

ତପୋଭୂମି ପଣ୍ଡିଚେରୀରେ ଶ୍ରୀମା

ପବିତ୍ର ତପୋଭୂମି ପଣ୍ଡିଚେରୀରେ ଶ୍ରୀମା ୨୯ ମାର୍ଚ୍ଚ ୧୯୧୪ରେ ପ୍ରଥମେ ପଦାର୍ପଣ କଲେ। କାଳ ବକ୍ଷରେ ଏହି ଦିବସ ଏକ ମହାର୍ଘ ଭୂମିକା ଗ୍ରହଣ କରିଛି। ମା’ଙ୍କ ଆଗମନ ପୂର୍ବରୁ ୧୯୧୦,ଏପ୍ରିଲ ୪ରେ ଭବିଷ୍ୟତ ଜୀବନ ଓ ଜଗତର ରୂପକାର ମହାଯୋଗୀ ଶ୍ରୀଅରବିନ୍ଦ ଏଠି ପଦାର୍ପଣକରି ସାରିଥିଲେ। ମାତ୍ର ଚାରୋଟି ବର୍ଷର ବ୍ୟବଧାନରେ ମା’ ସେହି ପୁଣ୍ୟପୀଠରେ ପ୍ରଥମେ ପଦାର୍ପଣ କଲେ। ପ୍ରଥମ ବିଶ୍ୱ ମହାଯୁଦ୍ଧ ହେତୁ ମା’ ଫେରିଯାଇ ୧୯୨୦ ଏପ୍ରିଲରେ ପଣ୍ଡିଚେରୀ ପ୍ରତ୍ୟାବର୍ତ୍ତନ କରି ସାରା ଜୀବନ ଅତିବାହିତ କଲେ।
୧୯୧୪, ମାର୍ଚ୍ଚ ୨୯, ରବିବାର ସମୟ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ଗେଷ୍ଟ ହାଉସ୍‌ର ଖୋଲା ଅଗଣାରେ ଶ୍ରୀଅରବିନ୍ଦଙ୍କର ଜଣେ ବିଶିଷ୍ଟ ଅନ୍ତରଙ୍ଗ ଅନୁଗାମୀ ନୀରବରେ ବସିଥିଲେ। ଅନ୍ୟ କେହି ସାଧକ ବା ଅନୁଗାମୀ ସେଠାରେ ନ ଥିଲେ। ସେ ପରିସର ଥିଲା ସତେ ଯେପରି ଧ୍ୟାନ ଗମ୍ଭୀର ଓ ସମ୍ପୂର୍ଣ୍ଣ ନୀରବ। ଉପସ୍ଥିତ ରହି ପ୍ରତୀକ୍ଷାରେ ଯିଏ ବସି ରହିଥିଲେ ସେ ଥିଲେ ରାମସ୍ବାମୀ ଆୟେଙ୍ଗାରଙ୍କ ଅନ୍ୟତମ ଅନ୍ତରଙ୍ଗ ଅନୁଗତ। ସୁଦୂର ପ୍ୟାରିସ୍‌ରୁ ଦୁଇଜଣ ଶ୍ରୀଅରବିନ୍ଦଙ୍କୁ ସାକ୍ଷାତ କରିବାକୁ ଆସିଛନ୍ତି। ଭଦ୍ରବ୍ୟକ୍ତି ଜଣକ ଶ୍ରୀଅରବିନ୍ଦଙ୍କୁ ସକାଳେ ସାକ୍ଷାତ କରିଛନ୍ତି। ଭଦ୍ର ମହିଳା ବର୍ତ୍ତମାନ ସାକ୍ଷାତ କରିବାକୁ ଆସିବେ। ଅନ୍ୟ ଜଣେ ଅନ୍ତେବାସୀଙ୍କୁ ଶ୍ରୀ ଆୟେଙ୍ଗାର ଏତିକି ଇସାରାରେ ଜଣାଇଦେଲେ।
ଏହି ଘଟଣାକୁ ଶ୍ରୀମା ୨୦ ଡିସେମ୍ବର, ୧୯୬୧ରେ ବର୍ଣ୍ଣନା କରିଛନ୍ତି- ”ମୁଁ ପଣ୍ଡିଚେରୀରେ ଆସି ପହଞ୍ଚିଲି। ମୋ ଅନ୍ତର ଭିତରୁ ମୁଁ ଚାହୁଁଥିଲି ଶ୍ରୀଅରବିନ୍ଦଙ୍କୁ ଏକୁଟିଆ ସାକ୍ଷାତ କରିବା ସକାଶେ।“ ଅନୁରୂପ ଭାବରେ ମୋର ଏକାନ୍ତ ସାକ୍ଷାତର ବନ୍ଦୋବସ୍ତ ହୋଇଥିଲା। ଶ୍ରୀଅରବିନ୍ଦ ସେତେବେଳେ ଗେଷ୍ଟ ହାଉସ୍‌ରେ ରହୁଥିଲେ। ମୁଁ ଭିତରକୁ ପ୍ରବେଶକରି ପାହାଚ ଚଢ଼ିବାକୁ ଆରମ୍ଭ କଲି। ଶିଡ଼ିର ଶେଷରେ ଉପର ମହଲାର ବାରଣ୍ଡାରେ ସେ ମୋ ଅପେକ୍ଷାରେ ଦଣ୍ଡାୟମାନ ଥିଲେ। ମୋର ପୂର୍ବରୁ ହୋଇଥିବା ସୂକ୍ଷ୍ମ ଦର୍ଶନରେ ତାଙ୍କୁ ଯେମିତି ‘ନିର୍ଭୁଲ୍‌ ଭାବରେ’ ଦେଖିଥିଲି ଅବିକଳ ସେମିତି ଦେଖିଲି। ସେଇ ସମାନ ଭାବରେ ତାଙ୍କର ପୋଷାକ, ପରିଚ୍ଛଦ, ସେଇ ସମାନ ଭଙ୍ଗୀ, ସମାନ ପାର୍ଶ୍ୱଦୃଶ୍ୟ, ଉନ୍ନତ ଶିର। ସେ ମୋ ଆଡ଼କୁ ଦୃଷ୍ଟି ଫେରାଇଲେ…. ଏବଂ ମୁଁ ତାଙ୍କ ଚକ୍ଷୁକୁ ଅନାଇ ଦେଖିଲି ଯେ ଇଏ ହେଉଛନ୍ତି ମୋର ସେହି ଦିବ୍ୟ ପୁରୁଷ। ଯୁଗପତ୍‌ ଦୁଇଟି କଥା ସ୍ପଷ୍ଟ ବୋଧଗମ୍ୟ ହେଲା। ମୋର ସେଇ ସୂକ୍ଷ୍ମ ଦର୍ଶନ ବା ଆନ୍ତର ଅଭିଜ୍ଞତା ମୁହୂର୍ତ୍ତକ ଭିତରେ ବର୍ତ୍ତମାନର ଦର୍ଶନର ଅଭିଜ୍ଞତା ସହିତ ମିଶିଯାଇ ଏକାକାର ହୋଇ ଉଠିଲା- ଏହା ଥିଲା ନିଶ୍ଚିତ ଏକ ଆଶ୍ଚର୍ଯ୍ୟବୋଧ।
ଶ୍ରୀଅରବିନ୍ଦଙ୍କ ସହିତ ସ୍ଥୂଳ ସ୍ତରରେ ଦର୍ଶନ କରିବା ପୂର୍ବରୁ ମା’ଙ୍କର ଯେଉଁ ସୂକ୍ଷ୍ମ ଦର୍ଶନ ହୋଇଥିଲା ସେ ସମ୍ପର୍କରେ ତାଙ୍କର ଅନୁପମ ଭକ୍ତି ହେଉଛି – ”ମୁଁ ଯେତେବେଳେ ପ୍ରଥମ ଗୂଢ଼ ବିଦ୍ୟା ଆରମ୍ଭ କଲି, ବ୍ୟକ୍ତିଗତ ଭାବରେ ତେଓଁଙ୍କ ସହିତ ନୁହେଁ, କିନ୍ତୁ ଫ୍ରାନ୍ସରେ ଥିବା ତାଙ୍କର ଜଣେ ପରିଚିତ ଯୁବକ, ଯିଏକି ମୋ ଭାଇଙ୍କର ବନ୍ଧୁ ଥିଲେ। ତାଙ୍କ ସହିତ ଗୂଢ଼ ବିଦ୍ୟା ଆରମ୍ଭ କଲି, ସେତେବେଳେ ପର୍ଯ୍ୟାୟ କ୍ରମେ ମୋର କେତେଥର ସୂକ୍ଷ୍ମ ଦର୍ଶନ ହୋଇଥିଲା। ଭାରତବର୍ଷ ସମ୍ବନ୍ଧରେ ମୁଁ କିଛି ଜାଣି ନ ଥିଲି। ଯାହାହେଉ ପର୍ଯ୍ୟାୟକ୍ରମେ ଘଟିଥିବା ମୋର ସେହି ସୂକ୍ଷ୍ମ ଦର୍ଶନରେ ବେଶ୍‌ କେତେଥର ମୁଁ ଶ୍ରୀଅରବିନ୍ଦଙ୍କୁ ଦେଖିଥିଲି। ସେ ସ୍ଥୂଳ ଶରୀରରେ ଯେମିତି ଦେଖିବାକୁ, ପରମ ପୂଜନୀୟ ସମ୍ମାନାସ୍ପଦ, ଅର୍ଥାତ୍‌ ମୁଁ ତାଙ୍କୁ ପ୍ରଥମ ସାକ୍ଷାତରେ ଯେମିତି ଦର୍ଶନ କଲି, ସେ ଥିଲେ ଠିକ୍‌ ସେମିତି, ପ୍ରାୟ ଶୀର୍ଣ୍ଣ, ସ୍ବର୍ଣ୍ଣାଭ ତାମ୍ରବର୍ଣ୍ଣ, ଅନେକାଂଶରେ ସୁନିର୍ଦ୍ଦିଷ୍ଟ ପାର୍ଶ୍ୱଦୃଶ୍ୟ, ଅନିୟନ୍ତ୍ରିତ ଶ୍ମଶ୍ରୁ, ଦୀର୍ଘ କେଶଗୁଚ୍ଛ, ପରିଧାନରେ ଧୋତି, ଯାହାର ଗୋଟିଏ ପ୍ରାନ୍ତ ସ୍ମନ୍ଧୋପରି ନିକ୍ଷେପିତ, ଅନାବୃତ୍ତ ବକ୍ଷ ଓ ବାହୁଯୁଗଳ ଏବଂ ପାଦପଦ୍ମ ମଧ୍ୟ ନଗ୍ନ, ମୁଁ ସେତେବେଳେ ଭାବି ନେଇଥିଲି ଏହା ହେଉଛି ସୂକ୍ଷ୍ମ ଦର୍ଶନର। ‘ପୋଷାକ’, ମୋର କହିବାର ଅର୍ଥ, ମୁଁ ସେତେବେଳେ ଭାରତବର୍ଷ ସମ୍ବନ୍ଧରେ କିଛି ବି ଜାଣି ନ ଥିଲି। ଭାରତୀୟ ପୋଷାକରେ କୌଣସି ଭାରତୀୟଙ୍କୁ ମୁଁ ସେତେବେଳେ ଦେଖି ନ ଥିଲି। ଯାହାହେଉ ସୂକ୍ଷ୍ମ ଦର୍ଶନରେ ମୁଁ ତାଙ୍କୁ ଦେଖୁଥିଲି। ଏହି ପ୍ରକାର ଦର୍ଶନରେ ମୋର ଏମିତି ସବୁ ଅନୁଭୂତି ହେଲା ଯାହାକି ଥିଲା ଯୁଗପତ୍‌ ପ୍ରତୀକାମତ୍କ ସୂକ୍ଷ୍ମଦର୍ଶନ ଓ ଆଧ୍ୟାତ୍ମିକ ‘ବାସ୍ତବତା’, ସମ୍ପୂର୍ଣ୍ଣ ଭାବରେ ଚୂଡ଼ାନ୍ତ ଆଧ୍ୟାତ୍ମିକ ଅନୁଭୂତି ସକଳ ତଥା ତାଙ୍କ ସହିତ ମିଳିତ ହେବାର ବାସ୍ତବ ତଥ୍ୟରାଜି ଏବଂ ଆମ ଦୁଇଜଣଙ୍କୁ ନେଇ ଯେଉଁ ମହାନ୍‌ ଦିବ୍ୟକର୍ମ ସମ୍ପାଦିତ ହେବ ତା’ର ଏକ ସମ୍ମିଳିତ ଦିବ୍ୟ ଉପଲବ୍ଧି। ଏହିସବୁ ସୂକ୍ଷ୍ମ ଦର୍ଶନରେ ମୁଁ ଏପରି କିଛି କରୁ ନ ଥିଲି ଯାହାକି ମୁଁ ଶାରୀରିକ- ଭୌତିକ ଭାବରେ କେବେ ବି କରି ନ ଥିଲି। ମୁଁ ତାଙ୍କ ପାଦପଦ୍ମରେ ହିନ୍ଦୁରୀତିରେ ସାଷ୍ଟାଙ୍ଗ ପ୍ରଣାମ କରୁଥିଲି। ଏହି କ୍ରିୟା ମୋ ଛୋଟିଆ ମସ୍ତିଷ୍କର କୌଣସି ବୋଧଶକ୍ତି ବ୍ୟତୀତ ଘଟୁଥିଲା। ମୋର କହିବାର ଅର୍ଥ ମୁଁ କ’ଣ କରୁଥିଲି ବା କିପରି ଭାବରେ ଏହା କରୁଥିଲି- ଏ ସମ୍ବନ୍ଧରେ ପ୍ରକୃତରେ କିଛି ବି ଜାଣୁ ନ ଥିଲି। ମୁଁ ଭୂମିଷ୍ଠ ପ୍ରଣାମ କରୁଥିଲି ଏବଂ ଯୁଗପତ୍‌ ମୋର ବାହ୍ୟସା ପ୍ରଶ୍ନ କରୁଥିଲା। ଏ ସବୁ କ’ଣ ହେଉଛି?
ଏହି ସୂକ୍ଷ୍ମଦର୍ଶନ ଘଟଣା ହୁଏତ ତତ୍‌କ୍ଷଣାତ ଲେଖିଥିଲି ଅଥବା ଏହିସବୁ ମୁଁ ପରେ ଲିପିବଦ୍ଧ କରିଥିଲି। ମାତ୍ର ଏସବୁ କେବେ ବି କାହାକୁ କହିନାହିଁ। କାରଣ ସାଧାରଣତଃ ଏପରି ଘଟଣା କେହି କାହାରିକୁ କହନ୍ତି ନାହିଁ। ମୋର କିନ୍ତୁ ଦୃଢ଼ ଉପଲବ୍ଧି ହେଉଥିଲା ଯେ ଏହା ଏକ ପୂର୍ବାଭାସ, ଅର୍ଥାତ୍‌ ଭବିଷ୍ୟତରେ ଦିନେ ନା ଦିନେ ଠିକ୍‌ ଏମିତି କିଛି ନିଶ୍ଚୟ ଘଟିବ ଏବଂ ମୋର ଜାଗ୍ରତ ଚେତନାର ପଶ୍ଚାତରେ ଏହି ଦୃଢ଼ ପ୍ରତ୍ୟୟବୋଧ ରହିଥିଲା। କ୍ରିୟାଶୀଳ ନ ଥିଲା ସତ କିନ୍ତୁ ନିରବଧି ରହିଥିଲା। (୨୦ଡିସେମ୍ବର, ୧୯୧୪), ଶ୍ରୀଅରବିନ୍ଦ ସ୍ବୀକାର କରିଥିଲେ ଯେ ଶରୀରର ପ୍ରତ୍ୟେକ କୋଷାଣୁ ମଧ୍ୟ ସମର୍ପିତ ହୋଇପାରେ ଏହା ଥିଲା ତାଙ୍କର ପ୍ରଥମ ଅନୁଭୂତି।
୨୯ ମାର୍ଚ୍ଚ, ୧୯୧୪ ବିବର୍ତ୍ତନର ଇତିହାସରେ ମହମ ମୁହୂର୍ତ୍ତ। ସେଇ ମୁହୂର୍ତ୍ତରେ (ଦିନ ୩ଟା ୩୦ ମିନିଟ୍‌ ପ୍ରାୟ) ସେ (ମା) ହୃଦୟଙ୍ଗମ କରିଥିଲେ ପୃଥିବୀର ଅସଂଖ୍ୟ ଲୋକ ଅଜ୍ଞାନ ତିମିରରେ ରହିଥାନ୍ତୁ ନା କାହିଁକି ଭୂପୃଷ୍ଠରେ ଶ୍ରୀଅରବିନ୍ଦଙ୍କ ଉପସ୍ଥିତି ହିଁ ଦିନେ ସେ ଅଜ୍ଞାନ ଆଲୋକରେ ରୂପାନ୍ତରିତ ହେବାର ତଥା ଦିବ୍ୟ ଯୁଗର ଆଗମନର ନିଶ୍ଚିତ ପ୍ରତିଶ୍ରୁତି। ବିଶ୍ୱାସର ଏ ଦଲିଲ ଅନନ୍ୟ। ସେହି ମୁହୂର୍ତ୍ତରେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ସ୍ବରୂପ ନିର୍ଣ୍ଣୟ କରିପାରିଲେ ବୋଲି ଆମେ ଆଜି ତାହା ଜାଣୁଛୁ।
ମୋ : ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

IPL 2026 Prize Money: RCB ଉପରେ ହେଲା ଟଙ୍କା ବର୍ଷା, ଛାଇ ଗଲେ କୋହଲି-ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ପାଞ୍ଚ ୱିକେଟରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ IPL 2026 ଟାଇଟଲ ହାସଲ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

କାନଝରୀ ଡ୍ୟାମରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କେନ୍ଦୁଝର,୨୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ କାନଝରୀ ଡ୍ୟାମରେ ଶନିବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ…

ହିନ୍ଦୁ ପୁଅ ସହ କଥା ହେବାରୁ ନାବାଳିକା ଝିଅକୁ ହତ୍ୟା କଲେ ବାପା, ମୃତଦେହକୁ ଖଣ୍ଡ ଖଣ୍ଡ କରି ରଖିଦେଲେ ଟ୍ରେନ ବଗିରେ, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୨୧।୫: ରାଜଧାନୀ ଲକ୍ଷ୍ନୌରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗୋମତୀନଗର ଏକ୍ସପ୍ରେସର ଏକ ସ୍ଲିପର କୋଚର ବାକ୍ସ ଏବଂ ବ୍ୟାଗ ଭିତରୁ…

୫ ଦେଶ ବୁଲି ଭାରତ ପାଇଁ ‘ଗେମ୍‌ଚେଞ୍ଜର ଡିଲ୍‌’ କଲେ ମୋଦି: ଜାଣନ୍ତୁ କ’ଶ ଘଟିଲା

ନୂଆଦିଲ୍ଲୀ,୨୧।୫: ଭାରତର ପ୍ରଧାନମନ୍ତ୍ରୀ ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରି ଗୁରୁବାର ସକାଳେ ଦେଶକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ, ସ୍ବିଡେନ, ନରୱେ…

test

Test

ବିଜୟ-ରଶ୍ମିକାଙ୍କ ଗ୍ଲୋବାଲ ରେକର୍ଡ: ମେସି-ରୋନାଲ୍ଡୋଙ୍କୁ ପକାଇଲେ ପଛରେ

ସାଉଥ୍‌ ଇଣ୍ଡଷ୍ଟ୍ରିର ମୋଷ୍ଟ ଲଭେବଲ୍‌ କପଲ୍‌ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଗତ କିଛି ମାସ ହେବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେମାନଙ୍କ ବିବାହକୁ…

ଚେତନାର ପାଠଶାଳା

ପୁସ୍ତକ ଦ୍ବାରା କମ୍‌ ବରଂ ଅଭିଜ୍ଞତା ଦ୍ବାରା ମାନବର ବିକାଶ ଅଧିକ ହୋଇଥାଏ। ”ପ୍ରଥମେ ନିଜେ ଶିଖ, ପରେ ଶିକ୍ଷା ଦିଅ।“ -ଏହି ବାକ୍ୟାଂଶ ଗଭୀର ସତ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri