ଜମି ମାଫିଆଙ୍କ କବ୍‌ଜାରେ ଶ୍ରୀଲିଙ୍ଗରାଜଙ୍କ ଭୂସମ୍ପତ୍ତି

ପୁରୁଣା ଭୁବନେଶ୍ୱର,୧୦।୨(ଡି.ଏନ୍‌.ଏ.): ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଶହ ଶହ ଏକର ଜମି ଏବେ ଚଞ୍ଚକତା ପୂର୍ବକ କିଣାବିକା ଜାରି ରହିଛି। ଶ୍ରୀଲିଙ୍ଗରାଜଙ୍କ ନୂଆ ଗାଁ ମୌଜାସ୍ଥିତ କୁଡ଼ୁଆ ସମ୍ପତ୍ତି ହେଉ ବା ରଥ ରୋଡ ସ୍ଥିତ ସମ୍ପତ୍ତି ମୂଳ ମାଲିକାନା ପରିବର୍ତ୍ତନ କରାଯାଇ କଙ୍କ୍ରିଟ ଏବଂ ବହୁ ଅଟ୍ଟାଳିକା ନିର୍ମାଣ ଚାଲିଛି। ଜମି ମାଫିଆ ବିଭାଗୀୟ ଅଧିକାରୀଙ୍କୁ ହାତ କରି କିସମ ବଦଳାଇ ଠାକୁରଙ୍କର ଏହି ମୂଲ୍ୟବାନ ଭୂସମ୍ପତ୍ତିକୁ ଲୁଟ୍‌ କରୁଛନ୍ତି। ଏହି କ୍ରମରେ ଭୀମପୁର ମୌଜା ଖାତା ନଂ. ୧୯୩୫, ପ୍ଲଟ ନଂ.୬୭ରେ ଥିବା ଏ୧.୧୬୦ଡିସିମିଲ ପରିମିତ ସମ୍ପତ୍ତି ଏକଦା ଶ୍ରୀଲିଙ୍ଗରାଜ ପ୍ରଭୁ ମାର୍ଫତ ସୁଦର୍ଶନ ଭାରତୀଙ୍କ ଓଗେରଙ୍କ ନାମରେ ଥିଲା। ମାତ୍ର ୧୯୮୯ରେ ବେ-ବନ୍ଦୋବସ୍ତ ବେଳେ ଜଣେ ଚାଷୀଙ୍କ ନାମରେ ତାହା ହୋଇଥିଲା। କିନ୍ତୁ ପରେ ସେହି ପ୍ଲଟରୁ ଏ୦.୨୨୮ଡି ସମ୍ପତ୍ତି ମୟୂରଭଞ୍ଜ ବେତନଟିର ଜଣେ ବ୍ୟକ୍ତିଙ୍କ ନାମରେ ଏବଂ ସମ୍ପୃକ୍ତ ବ୍ୟକ୍ତି ଅନ୍ୟ ଜଣକ ନାମରେ କିଣାବିକା କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ତା୧୪.୦୯.୨୦୨୦ରିଖରେ ବୋର୍ଡ ଅଫ୍‌ ରେଭିନ୍ୟୁକୁ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ବିଭାଗ ପକ୍ଷରୁ ଏଠାରେ କୌଣସି ନିର୍ମାଣ କାର୍ଯ୍ୟ ନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାକୁ ଅବମାନନା କରି ମାଫିଆମନେ ଏଠାରେ ଜୋର ଜବରଦସ୍ତ କାର୍ଯ୍ୟ ଜାରି ରଖିଛନ୍ତି। ଏହି ଘଟଣା ନେଇ ମଞ୍ଚ ପକ୍ଷରୁ ପୁନଃ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ହେଲେ ପୋଲିସ ଅଭିଯୋଗ ଲେଖି ଦେଇ ନୀରବ ରହିଯାଇଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ମନ୍ଦିର ପ୍ରଶାସନ, ଦେବୋତ୍ତର ବିଭାଗ ଶ୍ରୀଲିଙ୍ଗରାଜଙ୍କ ଏହି ବହୁମୂଲ୍ୟ ସମ୍ପତ୍ତି କିଣା ବିକା ଉପରେ ରୋକ ଲଗାଇବା ସହ ତୁରନ୍ତ ବେଆଇନ ନିର୍ମାଣ ବନ୍ଦ କରିବାକୁ ମଞ୍ଚ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri