Posted inଖେଳ

ଜାମାଇକା ମିଟ୍‌ରେ ଭାଗନେଲେ ଶ୍ରାବଣୀ

କିଙ୍ଗଷ୍ଟନ, ୨୨।୭(ପି.ଟି.)- ତାରକା ସ୍ପ୍ରିଣ୍ଟର ଓଡ଼ିଶାର ଶ୍ରାବଣୀ ନନ୍ଦ କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ପରେ ପ୍ରଥମ ଭାରତୀୟ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟଭାବେ କୌଣସି ଏକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଜାମାଇକାରେ ସେ ବିଶ୍ୱର କେତେଜଣ ଶ୍ରେଷ୍ଠ ଆଥଲେଟ୍‌ଙ୍କ ସହ ଏକ ମିଟ୍‌ରେ ଭାଗ ନେଇଛନ୍ତି। ଜାମାଇକା କଲେଜର ଆଶେନହେମ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଭେଲୋସିଟି ଫେଷ୍ଟରେ ୨୯ ବର୍ଷୀୟା ଶ୍ରାବଣୀ ୧୦୦ ମିଟରରେ ଏମଭିପି ଟ୍ରାକ୍‌ କ୍ଲବ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ହିଟ୍‌ ନମ୍ବର-୨ରେ ସେ ୧୧.୭୮ ସେକେଣ୍ଡ ସମୟ ନେଇ ପ୍ରଥମ ହୋଇଥିଲେ। ଓଭରଅଲ୍‌ ସେ ତୃତୀୟ ସ୍ଥାନ ହାସଲ କରିଥିଲେ। ୧୦୦ ମିଟରରେ ଶ୍ରାବଣୀଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ହେଉଛି ୧୧.୪୫ ସେକେଣ୍ଡ ଏବଂ ୨୦୦ ମିଟରରେ ୨୩.୦୭ ସେକେଣ୍ଡ। ୨୦୧୬ ରିଓ ଅଲିମ୍ପିକ୍ସରେ ସେ ଅଂଶଗ୍ରହଣ କରି ନିଜ ହିଟ୍‌ରେ ୬ଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ୨୦୧୭ ଏସିଆନ ଆଥଲେଟିକ୍‌ ଚାମ୍ପିୟନଶିପ୍‌ର ୪x୧୦୦ ମିଟର ରିଲେ ରେସ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟା ଥିଲେ। ୨୦୧୬ ସାଉଥ୍‌ ଏସିଆନ ଗେମ୍ସରେ ସେ ୨୦୦ ମିଟରରେ ସ୍ବର୍ଣ୍ଣ ଏବଂ ୧୦୦ ମିଟରରେ ରୌପ୍ୟ ପଦକ ପାଇଥିଲେ।
ଶ୍ରାବଣୀଙ୍କ ବ୍ୟତୀତ ଭେଲୋସିଟି ଫେଷ୍ଟରେ ଡବଲ ଅଲିମ୍ପିକ୍‌ ସ୍ପ୍ରିଣ୍ଟ ଚାମ୍ପିୟନ ଇଲାନେ ଥମ୍ପସନ ଓ ଶେଲି-ଆନ୍‌ ଫ୍ରାସର-ପ୍ରାଇସଙ୍କ ପରି ପ୍ରତିଯୋଗୀ ଭାଗ ନେଇଥିଲେ। ବର୍ତ୍ତମାନର ଅଲିମ୍ପିକ୍‌ ଚାମ୍ପିୟନ ଥମ୍ପସନ ମଧ୍ୟ ଏମ୍‌ଭିପି ଟ୍ରାକ୍‌ କ୍ଲବରୁ ପ୍ରତିନିଧିତ୍ୱ କରୁଥିଲେ। ସେ ୧୧.୧୯ ସେକେଣ୍ଡ ସମୟ ନେଇ ଓଭରଅଲ୍‌ ବିଜେତା ହୋଇଥିଲେ। ନାଇକ୍‌ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଫ୍ରାସର-ପ୍ରାଇସ ମହିଳା ୨୦୦ ମିଟରରେ ୨୨.୭୪ ସେକେଣ୍ଡ ସମୟ ନେଇଥିଲେ। ପୂର୍ବତନ ୧୦୦ ମିଟର ବିଶ୍ୱଚାମ୍ପିୟନ ୟୋହାନ ବ୍ଲାକ୍‌ ପୁରୁଷ ୨୦୦ ମିଟର ରେସ୍‌ରେ ୨୨.୭୪ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଥିଲେ। ଗତ ମାର୍ଚ୍ଚପରେ ଭେଲୋସିଟି ଫେଷ୍ଟ ଜାମାଇକାର ପ୍ରଥମ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟ।
ଓ୍ବାଲର୍‌ଡ ଆଥଲେଟିକ୍ସ(ଆଇଏଏଏଫ) ଅଲିମ୍ପିକ୍‌ କ୍ୱାଲିଫିକେଶନ ଟୁର୍ନାମେଣ୍ଟକୁ ୨୦୨୦ ନଭେମ୍ବର ପର୍ଯ୍ୟନ୍ତ ସସପେଣ୍ଡ କରିଛି। ଆଥଲେଟିକ୍‌ ଫେଡେରେଶନ ଅଫ ଇଣ୍ଡିଆ(ଏଏଫଆଇ) ଇଣ୍ଡିଆନ ଗ୍ରାଁ ପ୍ରି ଓ ଫେଡେରେଶନ କପ୍‌କୁ ବାତିଲ କରିଛି। ଫଳରେ ଅଧିକାଂଶ ଭାରତୀୟ ଆଥଲେଟ୍‌ ଏବେ କେବଳ ଟ୍ରେନିଂ କରି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?