ମୁକେଶ ବିଶ୍ୱର ୫ମ ଧନୀ

ନୂଆଦିଲ୍ଲୀ,୨୨।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବିଶ୍ୱର ୫ମ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି। ଜୁଲାଇ ଦ୍ୱିତୀୟ ସପ୍ତାହରେ ସେ ବିଶ୍ୱ ଧନୀ ତାଲିକାରେ ୬ ନମ୍ବର ସ୍ଥାନରେ ରହିଥିଲେ। ସେହି ସମୟରେ ତାଙ୍କ ସମ୍ପତ୍ତି ୭୨.୪ ବିଲିୟନ ରହିଥିଲା। ବୁଧବାର ସେ ଏହି ତାଲିକାରେ ପଞ୍ଚମ ସ୍ଥାନକୁ ଯାଇଛନ୍ତି। ୮ ଦିନ ମଧ୍ୟରେ ତାଙ୍କ ସମ୍ପତ୍ତିରେ ୨.୬ ବିଲିୟନ ଡଲାରର ବୃଦ୍ଧି ପରିଲକ୍ଷିତ ହୋଇଛି। ତାଲିକାରେ ପ୍ରଥମ ସ୍ଥାନରେ ଆମାଜନ ସିଇଓ ଜେଫ୍‌ ବେଜୋସ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୮୫.୮ ବିଲିୟନ ଡଲାର ରହିଛି। ଦ୍ୱିତୀୟ ସ୍ଥାନରେ ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ରହିଛନ୍ତି। ତାଙ୍କ ପାଖରେ ୧୧୩.୧ବିଲିୟନ ଡଲାରର ସମ୍ପତ୍ତି ରହିଛି। ୧୧୨ ବିଲିୟନ ଡଲାର ସମ୍ପତ୍ତି ସହ ତୃତୀୟରେ ବର୍ନାଡ ଆର୍‌ନଲ୍ଟ ଏବଂ ପରିବାର, ୮୯ ବିଲିୟନ ଡଲାର ସମ୍ପତ୍ତି ସହ ୪ର୍ଥ ସ୍ଥାନରେ ଫେସ୍‌ବୁକ୍‌ର ମାର୍କ ଜୁକରବର୍ଗ ରହିଛନ୍ତି। ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଜୁକରବର୍ଗଙ୍କ ସମ୍ପତ୍ତିଠାରୁ ୧୪.୪ ବିଲିୟନ ଡଲାର କମ୍‌ ରହିଛି। ମୁକେଶଙ୍କ ପରେ ୭୨.୭ ବିଲିୟନ ଡଲାର ସମ୍ପତ୍ତି ସହ ୬ ନମ୍ବର ସ୍ଥାନରେ ଓ୍ବାରେନ ବଫେଟ, ସପ୍ତମରେ ଲେରୀ ଏଲିସନ, ଅଷ୍ଟମରେ ଏଲନ ମସ୍କ, ନବମରେ ଷ୍ଟିଭ ବାଲମର ଏବଂ ଲେରୀ ପେଜ୍‌ ୧୦ ସ୍ଥାନରେ ରହିଛନ୍ତି। ବର୍ତ୍ତମାନ ଲଗାତର ଭାବେ ରିଲାଏନ୍ସର ଶେୟାରରେ ଉନ୍ନତି ଦେଖାଯାଉଛି। ଏହାର ଶେୟାର ୫୨ ସପ୍ତାହର ଉଚ୍ଚତମ ସ୍ତରରେ ରହିଛି। ବୁଧବାର କମ୍ପାନୀର ଶେୟାର ମୂଲ୍ୟ ୨ ହଜାର ଟଙ୍କା ଟପିଥିବା ଜଣାପଡିଛି। ଗତ ୪ମାସରେ ରିଲାଏନ୍ସର ଶେୟାର ୧୩୦% ବଢ଼ିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri