ବଜାରରେ ମୋଦି ରାଖୀ

ନୂଆଦିଲ୍ଲୀ,୨୨।୭: ଚାଇନା ସେନା ଆକ୍ରମଣରେ ଭାରତର ୨୦ ଯବାନ ଶହୀଦ ହେବା ପରେ ଭାରତରେ ଚାଇନା ସାମଗ୍ରୀ ବର୍ଜନ ଅଭିଯାନ ଜୋର୍‌ଦାର ହୋଇଛି। ଚଳିତ ବର୍ଷ ଚାଇନା ରାଖୀକୁ ଟକ୍କରଦେବା ଲାଗି ବଜାରକୁ ମୋଦି ରାଖୀ ଆସିଛି। ଏହାବାଦ ବଜାରରେ ମୋଦି ରାଖୀ ବ୍ୟତୀତ ମଧୁବନୀ, ମାଟି, ବୃକ୍ଷ ଏବଂ ଶସ୍ୟର ପେଣ୍ଟିଂ ଯୁକ୍ତ ରାଖୀ ଉପଲବ୍ଧ ହେବ। ଏହି ରାଖୀକୁ ଲୋକଙ୍କ ପକ୍ଷରୁ ଜୋର୍‌ଦାର ରେସ୍‌ପନ୍ସ ମିଳୁଛି ବୋଲି ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ସୂଚନା ରହିଛି। ଚାଇନା ସାମଗ୍ରୀ ବର୍ଜନକୁ ଲୋକମାନେ ସମର୍ଥନ ଦେବା ସହ ଘରୋଇ ସାମଗ୍ରୀ କ୍ରୟ ଉପରେ ଏବେ ଗୁରୁତ୍ୱ ଦେଉଛନ୍ତି। ଫଳରେ ଭାରତ ବଜାରରେ ପ୍ରସ୍ତୁତ ହେଉଥିବା କିମ୍ବା ଭାରତୀୟ ଥିମ ରାଖୀଗୁଡ଼ିକର ଚାହିଦା ରହୁଛି। ରାଖୀଗୁଡିକରେ ଭାରତୀୟ ସାମଗ୍ରୀର ବ୍ୟବହାର ମଧ୍ୟ ବଢୁଛି। ଚାଇନା ରାଖୀ ସାଧାରଣତଃ ଫ୍ୟାନ୍ସି ହୋଇଥାଏ। ହେଲେ ଭାରତରେ ପ୍ରସ୍ତୁତ ହେଉଥିବା ରାଖୀ ଏହାଠାରୁ ଭିନ୍ନ ହେବ ବୋଲି କୁହାଯାଇଛି। ସଂଘ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଦେଶରେ ୫୦ କୋଟିରୁ ଅଧିକ ସଂଖ୍ୟକ ରାଖୀ କ୍ରୟ କରାଯାଇଥାଏ। ଚାଇନା ଗତ କିଛି ବର୍ଷ ମଧ୍ୟରେ ଭାରତକୁ ପ୍ରାୟ ୪ ହଜାର କୋଟି ଟଙ୍କାର ରାଖୀ କିମ୍ବା ରାଖୀ ସମ୍ବନ୍ଧୀୟ ସାମଗ୍ରୀ ପଠାଉଛି। ଭାରତୀୟ ସାମଗ୍ରୀରେ ପ୍ରସ୍ତୁତ ରାଖୀ କ୍ରୟକରି ଗ୍ରାହକ ଚାଇନାକୁ ୪ ହଜାର କୋଟି ଟଙ୍କାର ଝଟକା ଦିଅନ୍ତୁ ବୋଲି ଭାରତୀୟ ବ୍ୟବସାୟୀ ମହାସଂଘର ମହାସଚିବ ପ୍ରବୀଣ ଖଣ୍ଡେଲଓ୍ବାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାନାସୋନିକର ‘ମଡ୍ୟୁଲର କିଚେନ ରେଞ୍ଜ’

ନୂଆଦିଲ୍ଲୀ,୧୯।୧୧: ପାନାସୋନିକ ଲାଇଫ୍‌ ସଲ୍ୟୁସନ ଇଣ୍ଡିଆ ପକ୍ଷରୁ ଏକ ମଡ୍ୟୁଲର କିଚେନ ରେଞ୍ଜର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଜାପାନୀ ପ୍ରଯୁକ୍ତିବିଦ୍ୟା ଏବଂ ଭାରତୀୟ...

ଜୁନିୟର କର୍ମଚାରୀଙ୍କୁ ୧ ଲକ୍ଷ ଲେଖାଏ ବୋନସ୍‌ ଦେଲା ଓ୍ବିପ୍ରୋ

ବେଙ୍ଗାଲୁରୁ,୧୯-୭: ଦେଶର ଅନ୍ୟତମ ପ୍ରମୁଖ ଆଇଟି କମ୍ପାନୀ ଓ୍ବିପ୍ରୋ ଲିମିଟେଡ ଏହାର ଜୁନିୟର କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ବୋନସ୍‌ ପ୍ରଦାନ କରିଛି। ଓ୍ବିପ୍ରୋରେ...

ଫୋର୍ସ ଆଇଏକ୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ନୂଆଦିଲ୍ଲୀ,୩୦।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ୯ ଏଏମ୍‌ ଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଅନ୍ୟତମ ଅଭିନବ ବ୍ରାଣ୍ଡ୍‌ ‘ଫୋର୍ସ ଆଇଏକ୍ସ’ର ପ୍ରଥମ ଫ୍ଲାଗ୍‌ଶିପ୍‌ ଷ୍ଟୋରର...

ସୁନା ପାଇଁ ଆସିବ ଆମ୍‌ନେଷ୍ଟି ସ୍କିମ୍‌

ନୂଆଦିଲ୍ଲୀ, ୩୧।୧୦: କଳାଟଙ୍କା ଉପରେ ରୋକ୍‌ ଲଗାଇବା ଲାଗି କେନ୍ଦ୍ର ସରକାର ବିମୁଦ୍ରୀକରଣ ପରେ ଦ୍ୱିତୀୟ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ବେହିସାବି ବା ଚୋରା ଭାବେ...

ବେଦାନ୍ତ ବାଲ୍‌କୋ ‘ପ୍ୟାଟ୍‌ ଟପ୍‌ ପ୍ରଦର୍ଶନକାରୀ’

ଭୁବନେଶ୍ୱର,୧୩।୪: ବେଦାନ୍ତ ଆଲୁମିନିୟମର ସହାୟକ କମ୍ପାନୀ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ବାଲ୍‌କୋ)କୁ ନିକଟରେ ସମ୍ମାନଜନକ ‘ପ୍ୟାଟ୍‌ ଟପ୍‌ ପ୍ରଦର୍ଶନକାରୀ’ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି...

ଆକ୍ସିସ ବ୍ୟାଙ୍କର ୪ର୍ଥ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୮।୪: ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ ଗୁରୁବାର ମୁମ୍ବାଇଠାରେ ଅନୁଷ୍ଠିତ ବ୍ୟାଙ୍କର...

ଶିଳ୍ପ ଶ୍ରମିକଙ୍କ ନୂଆ ଖାଉଟି ମୂଲ୍ୟ ସୂଚୀ ସିରିଜ

ନୂଆଦିଲ୍ଲୀ: ଶିଳ୍ପ ଶ୍ରମିକଙ୍କ ଲାଗି ଖାଉଟି ମୂଲ୍ୟ ସୂଚୀ(ସିପିଆଇ-ଆଇଡବ୍ଲ୍ୟୁ)ର ନୂଆ ସିରିଜକୁ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଗୁରୁବାର ଶୁଭାରମ୍ଭ କରିଛନ୍ତି। ଏହି ସିରିଜକୁ ବ୍ୟବହାର...

ଆପାର୍ଟମେଣ୍ଟ ପାଇଁ ଆଗ୍ରହ ବଢ଼ୁଛି: କଳିଙ୍ଗ କେଶରୀ

ଓଡ଼ିଶାରେ ରିୟଲ୍‌ ଇଷ୍ଟେଟ୍‌ର ସ୍ଥିତି ଭଲ ରହିଛି। ବର୍ତ୍ତମାନ ରାଜ୍ୟବାସୀ ରିୟଲ୍‌ ଇଷ୍ଟେଟ୍‌ କ୍ଷେତ୍ରରେ ନିବେଶ ପାଇଁ ମନ ବଳାଉଛନ୍ତି। ଏହା ଉପରେ କେବଳ ଭୁବନେଶ୍ୱର...

Advertisement
Archives

Model This Week