ଇନ୍‌ଷ୍ଟାଗ୍ରାମ୍‌ରେ ମୋଦିଙ୍କୁ ପଛରେ ପକାଇଲେ ଶ୍ରଦ୍ଧା

ଭୁବନେଶ୍ୱର,୨୨ା୮ (ଶର୍ମିଷ୍ଠା ପାଣିଗ୍ରାହୀ): ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କ ହରର ଓ କମେଡି ଫିଲ୍ମ ‘ସ୍ତ୍ରୀ-୨’ର ସଫଳତାକୁ ନେଇ ବେଶ୍‌ ଚର୍ଚ୍ଚାରେ। ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଛି। ବୁଧବାର ଫିଲ୍ମ ଏହାର ପ୍ରଥମ ସପ୍ତାହ ଶେଷ କରିବାକୁ ଯାଉଛି। ଏହି ଫିଲ୍ମ ଘରୋଇ ବକ୍ସ ଅଫିସରେ ୬ ଦିନରେ ୨୫୦ କୋଟି ଟଙ୍କା ଆୟ କରିଛି। ସ୍ତ୍ରୀ-୨ର ସଫଳତା ସହିତ ଶ୍ରଦ୍ଧା କପୁରଙ୍କ ଲୋକପ୍ରିୟତା ଆହୁରି ବଢିବାରେ ଲାଗିଛି। ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଫଲୋୟର୍ସ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ପଛରେ ରହିଯାଇଛନ୍ତି। ସ୍ତ୍ରୀ- ୨ର ସଫଳତା ପାଇଁ ବୁଧବାର ସନ୍ଧ୍ୟାସୁଦ୍ଧା ଶ୍ରଦ୍ଧା କପୁର ନିଜ ଇନ୍‌ଷ୍ଟାଗ୍ରାମରେ ୯୧.୫ ମିଲିୟନ ଫଲୋୟର୍ସ ପାଇଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କର ୯୧.୩ ମିଲିୟନ ଫଲୋୟର୍ସ ରହିଥିବା ଜଣାପଡିଛି। ତେବେ ଅଭିନେତ୍ରୀଙ୍କ ମଧ୍ୟରେ ପ୍ରିୟଙ୍କା ଚୋପ୍ରାଙ୍କର ଇନ୍‌ଷ୍ଟାଗ୍ରାମରେ ସର୍ବାଧିକ ୯୧.୮ ମିଲିୟନ ଫଲୋୟର୍ସ ଅଛନ୍ତି। ତାଙ୍କ ତଳକୁ ଶ୍ରଦ୍ଧା କପୁରଙ୍କର ୯୧.୫ ମିଲିୟନ ଓ ନରେନ୍ଦ୍ର ମୋଦିଙ୍କର ୯୧.୩ ମିଲିୟନ ଫଲୋୟର୍ସ ରହିଛନ୍ତି। ଅନ୍ୟପଟେ କ୍ରିକେଟର ବିରାଟ କୋହଲିଙ୍କର ଭାରତରେ ସର୍ବାଧିକ ୨୭୦ ମିଲିୟନ ଫଲୋୟର୍ସ ଥିବାବେଳେ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କର ବିଶ୍ୱରେ ସର୍ବାଧିକ ୬୩୬ ମିଲିୟନ ଫଲୋୟର୍ସ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ସରକାରଙ୍କ ବଡ଼ ଘୋଷଣା: ବଢିବ ମାସିକ ପେନସନ! ଜାଣନ୍ତୁ କେତେ …

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ବୟସ୍କ ନାଗରିକ, ନିରାଶ୍ରିତ ମହିଳା ଓ ଦିବ୍ୟାଙ୍ଗଜନଙ୍କ ପାଇଁ ବଡ଼ ଖବର। ଯୋଗୀ ଆଦିତ୍ୟନାଥ ସରକାର ଏହି ବର୍ଗର ହିତାଧିକାରୀଙ୍କୁ ମିଳୁଥିବା ପେନସନ ରାଶି…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?