ଆମାଜନ ଡଟ୍‌ ଇନ୍‌ରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର

ଭୁବନେଶ୍ୱର,୨୨।୮: ଦେଶର ଅଗ୍ରଣୀ ଇ-କର୍ମସ ପ୍ଲାଟ୍‌ଫର୍ମ ଆମାଜନ ଡଟ୍‌ ଇନ୍‌ରେ କ୍ରମାଗତ ଭାବେ ଅନ୍‌ଲାଇନ କାରବାର ବୃଦ୍ଧି ପାଇଛି। ଏପରିକି କ୍ରମାଗତ ଭାବେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବଜାରରେ ମଧ୍ୟ ଅନ୍‌ଲାଇନ କାରବାର ପ୍ରତି ଆଗ୍ରହ ବଢ଼ିଛି। ସର୍ବଭାରତୀୟସ୍ତରରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଭାବେ ଉଭା ହୋଇଛି ଏବଂ ଏହା ଆମାଜନ ଡଟ୍‌ ଇନ୍‌ର ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଭାରତର ସବୁଠାରୁ ପ୍ରିୟ ବଜାର ଭାବେ ଆମାଜନ ଡଟ୍‌ ଇନ୍‌ ରାଜ୍ୟ ଏବଂ ଦେଶରେ ସ୍ଥାନୀୟ ଷ୍ଟୋର ଏବଂ ଏମ୍‌ଏସ୍‌ଏମ୍‌ଇ ସହ ନୂତନ ଉପକରଣ, ଜ୍ଞାନକୌଶଳ, ଉଦ୍ଭାବନ ଏବଂ ପଦକ୍ଷେପ ଆଣିବା ଜାରି ରଖିବ। ଏହା ଭାରତୀୟ ବ୍ୟବସାୟର ଉଦ୍ୟୋଗୀ ଭାବନାକୁ ଉନ୍ମୋଚନ କରିବ। ରାଜ୍ୟରେ ଅନ୍‌ଲାଇନ ମାର୍କେଟ ପ୍ଲେସ୍‌ରେ ୫୧ଜଣ ସର୍ଭିସ ପାର୍ଟନର, ୫୨ଡେଲିଭରି ଷ୍ଟେଶନ ଏବଂ ପ୍ରାୟ ୧୬,୦୦୦ ସେଲର ରହିଛନ୍ତି ବୋଲି ଆମାଜନ ଡଟ୍‌ ଇନ୍‌ ପକ୍ଷରୁ ଘୋଷଣା କରାଯାଇଛି। ସେହିଭଳି ଓଡ଼ିଶା ଓ ଭୁବନେଶ୍ୱର ବଜାରରେ ପ୍ଲାଟ୍‌ଫର୍ମର ହୋମ୍‌, କିଚେନ୍‌ ଏବଂ ଆଉଟଡୋର ବ୍ୟବସାୟ ବାର୍ଷିକ ଆଧାରରେ ପ୍ରାୟ ୨୫% ଅଭିବୃଦ୍ଧି ଘଟିଥିବା ବେଳେ ନୂଆ ଗ୍ରାହକଙ୍କ ସଂଖ୍ୟାରେ ମଧ୍ୟ ପ୍ରାୟ ୧୫% ଅଭିବୃଦ୍ଧି ଘଟିଛି; ଯେଉଁମାନେ ଭାରତର ସବୁଠାରୁ ବିଶ୍ୱସନୀୟ ଅନ୍‌ଲାଇନ ଡେଷ୍ଟିନେଶନରେ ଶପିଙ୍ଗ୍‌ କରିଛନ୍ତି। ଏହି ଅଞ୍ଚଳରେ କ୍ରୀଡ଼ା ଓ କ୍ରୀଡ଼ା ଉପକରଣର ଚାହିଦା ବଢ଼ିବାରେ ଲାଗିଛି। ଓଡ଼ିଶାରେ ଗ୍ରାହକଙ୍କ ମଧ୍ୟରେ କ୍ରିକେଟ ଏକ ପ୍ରିୟ ଖେଳ ହୋଇ ରହିଥିବା ବେଳେ କ୍ରିକେଟ ଗିୟରରେ ବାର୍ଷିକ ୮୦%ରୁ ଅଧିକ ଅଭିବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ବ୍ୟାଡ୍‌ମିଣ୍ଟନ, ଟେନିସ ଓ ଟେବୁଲ ଟେନିସ ସମେତ ରାକେଟ୍‌ ସ୍ପୋର୍ଟରେ ବାର୍ଷିକ ଆଧାରରେ ପ୍ରାୟ ୧୫୦% ବୃଦ୍ଧି ଘଟିଛି, ଯାହା ଆଉଟଡୋର ସ୍ପୋର୍ଟସ ଉପରେ ଅଧିକ ଧ୍ୟାନକୁ ଦର୍ଶାଉଛି ବୋଲି ଆମାଜନ ଇଣ୍ଡିଆର ହୋମ୍‌, କିଚେନ୍‌ ଆଣ୍ଡ ଆଉଟଡୋର ବିଭାଗର ନିର୍ଦ୍ଦେଶକ କେ.ଏନ୍‌. ଶ୍ରୀକାନ୍ତ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ସେହିପରି ଆମେ ଭୁବନେଶ୍ୱରଠାରେ ଆମାଜନ ଡଟ୍‌ ଇନ୍‌ର ହୋମ୍‌ ଆଣ୍ଡ କିଚେନ୍‌ ଏକ୍ସପେରିଏନ୍ସ ଏରିନାକୁ ପ୍ରଦର୍ଶନକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଭୁବନେଶ୍ୱରର ଗ୍ରାହକମାନେ ପରିବେଶ ପ୍ରତି ଅଧିକ ସଚେତନ ହେଉଛନ୍ତି। ଏହି ଧାରା ସୋଲାର ପ୍ରଡକ୍ଟରେ ମଧ୍ୟ ଦେଖିବାକୁ ମିଳୁଛି। ଏପରିକି ସୋଲାର ବିକ୍ରିରେ ବାର୍ଷିକ ୫୦% ରୁ ଅଧିକ ଅଭିବୃଦ୍ଧି ଘଟାଇଛି ଏବଂ ଓଡ଼ିଶାରେ ସୋଲାର ପ୍ୟାନେଲ ବାର୍ଷିକ ଆଧାରରେ ୨ଗୁଣରୁ ଅଧିକ ବୃଦ୍ଧି ପାଇଛି। ଏହାବ୍ୟତୀତ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମାଜନ ଡଟ୍‌ ଇନ୍‌ ବର୍ତ୍ତମାନ ଓଡ଼ିଶାର ୧୦ରୁ ଅଧିକ ସହରରେ ୯ଟି ଇଭି ବ୍ରାଣ୍ଡ୍‌ ଉପଲବ୍ଧ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

ମାନବ ଅଧିକାର ଶାନ୍ତିଦୂତ

ହନ ଦାସ କରମଚାନ୍ଦ ଗାନ୍ଧୀ ମହାତ୍ମା ଗାନ୍ଧୀରେ ପରିଣତ ହେବା ପାଇଁ ଯେଉଁ କର୍ମଭୂମି ତାଙ୍କୁ ଆଦ୍ୟ ସୁଯୋଗ ଦେଇଥିଲା, ତାହା ଥିଲା ଦକ୍ଷିଣ ଆଫ୍ରିକା। ଜଣେ…

ସିସେଲ୍ସରେ ମଣିଷକୁ ଟପିଲେଣି କଇଁଛ

ଭିକ୍ଟୋରିଆ,୧୧ା୧୦: ଦିନେ ବିଲୁପ୍ତ ହେବାକୁ ବସିଥିବା ଆଲଡାବ୍ରା କଇଁଛଙ୍କ ସଂଖ୍ୟା ବର୍ତ୍ତମାନ ମଣିଷଙ୍କୁ ମଧ୍ୟ ଟପିଗଲାଣି। ବ୍ୟାପକ ଶୋଷଣ ଏବଂ ଅତ୍ୟଧିକ ଶିକାର ଯୋଗୁଁ ଆଲଡାବ୍ରାର କଇଁଛ…

Odisha SIR Voter List Row: ୩ ଦିନରେ ୩୩,୫୧୫ ଫର୍ମ-୬ ଆବେଦନପତ୍ର ଗ୍ରହଣ

ଭୁବନେଶ୍ୱର,୧୧ା୧୦(ସୁନିତ୍‌ ମିଶ୍ର): ଭାରତର ନିର୍ୱାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ଭୋଟର ତାଲିକାରେ ନାମ ସାମିଲକରିବା ଉଦ୍ଦେଶ୍ୟରେ ଗତ ୭ରୁ ୯ ତାରିଖ ଯାଏ ରାଜ୍ୟବ୍ୟାପୀ ଏକ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?