ସ୍ବସ୍ତିକ ଷ୍ଟିଭେଡର୍ସ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ

ପାରାଦୀପ,୭।୮(ସ୍ବ.ପ୍ର.): ପାରାଦୀପ ବନ୍ଦରର ପ୍ରଶାସନିକସ୍ତରରେ ଲାଞ୍ଚ କାରବାର ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୩ ଦିନ ହେଲା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ୬ଜଣଙ୍କୁ ଗିରଫ କରାଯାଇଛି, ଯେଉଁଥିରେ ବନ୍ଦର ଚିଫ୍‌ ମେକାନିକାଲ ଇଞ୍ଜିନିୟର(ସିଏମ୍‌ଇ) ସରୋଜ ଦାସ, ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ପୁଅ ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ର ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ର ପ୍ରମୁଖ ଅଛନ୍ତି। ଏହି ଘଟଣା ଚର୍ଚ୍ଚାରେ ଥିବାବେଳେ ଆଉ ଏକ ଷ୍ଟିଭେଡର୍ସ ସଂସ୍ଥାକୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି ବନ୍ଦର କର୍ତ୍ତୃପକ୍ଷ। ଗୁରୁବାର ବନ୍ଦର ଅଧ୍ୟକ୍ଷ ପି. ଏଲ୍‌. ହାରାନ୍ଧ ସ୍ବସ୍ତିକ ଷ୍ଟିଭେଡର୍ସ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀକୁ ଏହି ନୋଟିସ (ଟିଡି/ଡିଟିଏମ/ଏଲ ୮୦/୨୦୨୧-୧୫୦୦/୦୩-୦୮-୨୦୨୨) ପଠାଇଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଗତ ଏପ୍ରିଲ ୨୫ ରାତି ୧୨.୩୦ରେ ସ୍ବସ୍ତିକ ଷ୍ଟିଭେଡର୍ସ ସୁପରଭାଇଜର ତ୍ରିନାଥ ଚୌଧୁରୀ ଦୁଇଟି ଟ୍ରକ ଜରିଆରେ ଭୂଷଣ ପାୱାର ଆଣ୍ଡ୍‌ ଷ୍ଟିଲ ପ୍ଲଟ୍‌ (ଆର୍‌ଆର୍‌ଏସ୍‌୦୫)ରୁ କୁକିଂ କୋଲ୍‌ ବୋଝେଇ କରି ଅନ୍ୟ ଏକ ପ୍ଲଟରେ ରଖୁଥିଲେ। ଟ୍ରକ୍‌ ନଂ. ଓଡି୨୯ଇ ୮୬୭୨ ଓ ଓଡି୨୯ଇ୮୬୫୫ ଚାଳକ ସୁକାନ୍ତ କୁମାର ସେଠୀଙ୍କୁ ଟ୍ରାଫିକ କର୍ମଚାରୀ ପଚାରିବାରୁ ସେ ଚୋରି କରୁଥିବା ସ୍ବୀକାର କରିଥିଲେ। ଏ ନେଇ ବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍‌ଏଫ୍‌ କମାଣ୍ଡାଣ୍ଟଙ୍କୁ ଅବଗତ କରାଯାଇଥିଲା। ସିଆଇଏସ୍‌ଏଫ୍‌ ଏବଂ ଟ୍ରାଫିକ ରିପୋର୍ଟ ଆଧାରରେ ସେହି ଚୋରି ପ୍ରମାଣିତ ହୋଇଛି। ଇଣ୍ଡୋ ଜର୍ମାନ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିମିଟେଡ୍‌ ନାଁରେ ଚାଲାଣ କରି ଭୂଷଣ ପାୱାରର କୋଇଲା ହେରଫେର ହୋଇଛି। ଏଭଳି ଚଞ୍ଚକତା ସମ୍ପର୍କରେ ନୋଟିସ ପାଇବାର ୧୦ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ କୁହାଯାଇଛି। ଅନ୍ୟଥା ଷ୍ଟିଭେଡର୍ସ ଲାଇସେନ୍ସ ଓ ଶୋର ହ୍ୟାଣ୍ଡଲିଂ ଆଇନ ୨୦୨୧ ଧାରା ୧୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନାଥାଉ କି, ଗତବର୍ଷ ନଭେମ୍ବରରେ ଏଭଳି କୋଇଲା ଚୋରି ଅଭିଯୋଗ ପାରାଦୀପ ଆଦର୍ଶ ଥାନାରେ ହୋଇଥିଲା। ସେତେବେଳେ ୨୮ ଟ୍ରକରେ କୁକିଂ କୋଲ୍‌ ବୋଝେଇ ହେବାବେଳେ ଧରା ପଡ଼ିଥିଲା। ଉକ୍ତ ଘଟଣାରେ ଦୁଇଟି ଷ୍ଟିଭେଡର୍ସ ସଂସ୍ଥା (ଇନ୍‌ମେସିନାରି ଓ ତ୍ରିଶକ୍ତି)କୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ କଳା ତାଲିକାଭୁକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?