ରେଞ୍ଜରଙ୍କୁ କାରଣଦର୍ଶାଅ ନୋଟିସ୍‌

ସୋନପୁର,୨୮।୯(ନି.ପ୍ର.): ସୁବର୍ଣ୍ଣପୁର ବନଖଣ୍ଡ ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ବାଘପାଲି ଜଙ୍ଗଲରେ ବାଘ ଶିକାର ଘଟଣାରେ ଉଲୁଣ୍ଡା ବନାଞ୍ଚଳ ଅଧିକାରୀ ଦିଲୀପ ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ସୁବର୍ଣ୍ଣପୁରର ଭାରପ୍ରାପ୍ତ ବନଖଣ୍ଡ ଅଧିକାରୀ(ଡିଏଫଓ) ନୀତିଶ କୁମାର ଏହି ନୋଟିସ୍‌ ଜାରି କରିଛନ୍ତି। ଅନ୍ୟପକ୍ଷେ ବାଘ ଶିକାର ଘଟଣାରେ ଉଲୁଣ୍ଡା ସଦର ବନପାଳ ପ୍ରସନ୍ନ ନାୟକଙ୍କୁ ଡିଏଫଓ ନିଲମ୍ବନ କରିଛନ୍ତି। ପୂର୍ବରୁ କାର୍ଯ୍ୟରେ ଅବହେଳା ପାଇଁ ପିପଲକଟା ବିଟ୍‌ର ବନରକ୍ଷୀ ବଳରାମ ନାଏକଙ୍କୁ ନିଲମ୍ବନ କରାଯାଇଥିଲା। ଅନ୍ୟପକ୍ଷେ ବନ ବିଭାଗ ବାଘ ଶିକାର ଘଟଣାକୁ ଗୁରୁତର ସହ ନେଇଛି। ଏହି ଘଟଣାରେ ଅନ୍ୟତମ ଅଭିଯୁକ୍ତ କୋଟସମଲାଇ ଗ୍ରାମର ଧୁବଲେ ଦନାୟକ(୬୨)ଗିରଫ ହୋଇଛନ୍ତି। ଧୁବଲେଙ୍କ ଗିରଫ ପରେ ବାଘ ଶିକାର ଘଟଣାରେ ଅଭିଯୁକ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି।
ଚାନ୍ଦିଲି ସଂରକ୍ଷିତ ଜଙ୍ଗଲର ବାଘପାଲି ନିକଟରେ ଗତ ୧୩ ତାରିଖରେ କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ବାର୍‌ହା ଶିକାର ପାଇଁ ପ୍ରସ୍ତୁତ ବିଦ୍ୟୁତ୍‌ ଫାଶରେ ପଡି ପ୍ରାପ୍ତ ବୟସ୍କା ମାଈବାଘର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ଶବ ଉଦ୍ଧାରର ୪ଦିନ ପୂର୍ବରୁ ବାଘର ପଞ୍ଝା, ନଖ ଓ ଦାନ୍ତକୁ ଦୁର୍ବୃତ୍ତମାନେ କାଟି ନେଇ ଯାଇଥିଲେ। ଅଭିଯୁକ୍ତଙ୍କ ନିକଟରୁ ୪ ପଞ୍ଝା, ୬ଟି ନଖ ଓ ଗୋଟିଏ ଦାନ୍ତ ଉଦ୍ଧାର ହୋଇଥିଲା। ତେବେ ବନବିଭାଗ ଏ ପର୍ଯ୍ୟନ୍ତ ବାଘର ଅନ୍ୟ ଦାନ୍ତ ଓ ୧୦ଟି ନଖ ଉଦ୍ଧାର କରିପାରିନି। ଗ୍ରାମାଞ୍ଚଳରେ ଛୋଟ ପିଲାଙ୍କୁ ବାଘ ନଖ ପିନ୍ଧାଇଲେ ଦେହ ଭଲ ରୁହେ ବୋଲି ବିଶ୍ୱାସ ରହିଛି। ତେଣୁ ବାଘ ମୃତ୍ୟୁ ପରେ ଅଭିଯୁକ୍ତମାନେ ବାଘର ୧୬ଟି ଯାକ ନଖକୁ କାଟି ନେଇଥିଲେ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି। ବାଘ ଶିକାର ପରେ କାର୍ଯ୍ୟରେ ଅବହେଳା ପାଇଁ ଡିଏଫଓ ଉଲୁଣ୍ଡା ବନାଞ୍ଚଳ ଅଧିକାରୀ, ବନପାଳ ଓ ସ୍ଥାନୀୟ ବନରକ୍ଷୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। କାର୍ଯ୍ୟାନୁଷ୍ଠାନ ସ୍ବରୂପ ପ୍ରଥମେ ବନରକ୍ଷୀ ଓ ପରେ ବନପାଳଙ୍କୁ ନିଲମ୍ବନ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଭାଗ ବିଫଳ ହେଲେ ବନାଞ୍ଚଳ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri