Posted inଜାତୀୟ

ବିମୁଦ୍ରୀକରଣ ମାମଲାର ବିଚାର ଅକ୍ଟୋବର ୧୨ରେ…

ନୂଆଦିଲ୍ଲୀ, ୨୮।୯ : ଅକ୍ଟୋବର ୧୨ ରେ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ବିମୁଦ୍ରୀକରଣ ମାମଲାର ଶୁଣାଣି କରିବେ। ଶୁଣାଣି ସମୟରେ ପ୍ରଥମେ ନିଷ୍ପତ୍ତି ନିଆଯିବ ଯେ ଏହି ପ୍ରସଙ୍ଗରେ ଶୁଣିବାକୁ କିଛି ବାକି ଅଛି କି ନାହିଁ? ପୁରୁଣା ୫୦୦ ଏବଂ ୧୦୦୦ ନୋଟ ବନ୍ଦକୁ ବିରୋଧ କରି ୨୦୧୬ ମସିହାରେ ଅନେକ ଆବେଦନ କୋର୍ଟରେ ଦାଖଲ କରାଯାଇଥିଲା। ୧୬ ଡିସେମ୍ବର ୨୦୧୬ରେ ଏହି ମାମଲାକୁ ସମ୍ବିଧାନିକ ବେଞ୍ଚକୁ ପଠାଯାଇଥିଲା।

ନୋଟ ବନ୍ଦ କରିବାକୁ ଭାରତ ସରକାରଙ୍କ ନିଷ୍ପତ୍ତି ବିରୋଧରେ ବିବେକ ନାରାୟଣ ଶର୍ମାଙ୍କ ଦ୍ୱାରା ମଧ୍ୟ ପିଟିଶନ ଦାଖଲ କରାଯାଇଛି। ଏହା ୮ ନଭେମ୍ବର ୨୦୧୬ର ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରିଛି। ବର୍ତ୍ତମାନ ଏହି ବିଜ୍ଞପ୍ତି ଧାରା ୨୬ (୨) ଏବଂ ଧାରା ୭,୧୭,୨୩,୨୪,୨୯ ଏବଂ ୪୨ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଅଧିନିୟମ ୧୯୩୪ ଅନୁସାରେ ଅଧିକାରହୀନ କି ନାହିଁ ତାହା ବିଚାର କରାଯିବ। ଏହା ସମ୍ବିଧାନର ଧାରା ୩୦୦(ଏ)ର ବ୍ୟବସ୍ଥାର ଉଲ୍ଲଂଘନ କରୁଛି କି ନାହିଁ ତାହାର ବିଚାର ମଧ୍ୟ କରାଯିବ।

ଏହା ବ୍ୟତୀତ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆକ୍ଟ, ୧୯୩୪ ଅନୁଯାୟୀ ବିଜ୍ଞପ୍ତି ଜାରି କରାଯାଇଛି କି ନାହିଁ ଏବଂ ଏହା ସମ୍ବିଧାନର ଧାରା ୧୪ ଏବଂ ୧୯ ଅନୁଯାୟୀ ଅଛି କି ନାହିଁ ଏବଂ ଏଥିରୁ ନଗଦ ଟଙ୍କା ଉଠାଇବା ଉପରେ ସୀମା ଅଛି କି ନାହିଁ ତାହା ମଧ୍ୟ କୋର୍ଟ ବିଚାର କରିବେ। ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ଅର୍ଥ ଆଇନରେ କୌଣସି ଆଧାର ନାହିଁ ଏବଂ ଏହା ଧାରା ୧୪, ୧୯ ଏବଂ ୨୧ ର ଉଲ୍ଲଂଘନ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଲିବ ‘କେଜରିଓ୍ବାଲ ଆଶୀର୍ବାଦ’ ଅଭିଯାନ: ସୁନୀତା

ନୂଆଦିଲ୍ଲୀ,୨୯।୩: ଏହି ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇଡି ହେପାଜତରେ ଅଛନ୍ତି। କୋର୍ଟ ତାଙ୍କ ରିମାଣ୍ଡ...

ଏଠାରେ ବିଧାୟକଙ୍କୁ ଦରକାର ଗଧ, ସରକାରଙ୍କୁ କଲେ ଡିମାଣ୍ଡ

ଜୟପୁର,୨୯।୩: ଦେଶକୁ ସଫା ସୁତୁରା ରଖିବା ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏଥିରେ ପ୍ରତ୍ୟେକ ଘରୁ ଅଳିଆ ସଂଗ୍ରହ କରିବାକୁ ଏକ ଅଳିଆ ଭ୍ୟାନ...

କଶ୍ମୀରର କେଶର, ତାମିଲନାଡୁର ମୋତି… ଜାଣନ୍ତୁ ବିଲ ଗେଟ୍ସଙ୍କୁ ଉପହାରରେ କ’ଣ କ’ଣ ଦେଲେ ମୋଦି

ନୂଆଦିଲ୍ଲୀ,୨୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ଏହି ସମୟରେ, ଭୋକାଲ ଫର ଲୋକାଲର ଏକ ଗିଫ୍ଟ ଗେଟ୍ସଙ୍କୁ ଦେଇଛନ୍ତି। ଯେଉଁଥିରେ...

ପିତାଙ୍କ କବର ନିକଟରେ ପୋତି ଦିଆଯିବ ମୁଖତାର ଅନସାରୀଙ୍କ ମୃତଦେହ

ଲକ୍ଷ୍ନୌ,୨୯।୩: ପୂର୍ବତନ ବିଧାୟକ ମୁଖତାର ଅନସାରଙ୍କର ଗୁରୁବାର (୨୮ ମାର୍ଚ୍ଚ) ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଧାରା...

ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା...

ହାଇକୋର୍ଟରୁ ଝଟକା ପରେ କଂଗ୍ରେସକୁ ୧.୭୦୦ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍

ଭୁବନେଶ୍ୱର,୨୯ା୩: ଆୟକର ବିଭାଗ କଂଗ୍ରେସକୁ ୧,୭୦୦ କୋଟି ଟଙ୍କାର ନୋଟିସ ପ୍ରଦାନ କରିଛି। ଦିଲ୍ଲୀ ହାଇକୋର୍ଟ ଟ୍ୟାକ୍ସ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟାରେ କଂଗ୍ରେସର ଆବେଦନକୁ ପ୍ରତ୍ୟାଖ୍ୟାନ...

ବାପାଙ୍କ ମୃତ୍ୟୁଖବର ଶୁଣି ଚେୟାରରୁ ଗଳି ପଡିଲେ ପୁଅ

ଲକ୍ଷ୍ନୌ,୨୯।୩: ଉତ୍ତରପ୍ରଦେଶର ପ୍ରଖ୍ୟାତ ମାଫିଆ ମୁଖତାର ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି। ଜେଲ୍‌ରେ ଥିବାବେଳେ ତାଙ୍କର ହୃଦ୍‌ଘାତ ହୋଇଥିଲା। ତାଙ୍କର ଜଣେ ପୁଅ ଅବ୍ବାସ ବର୍ତ୍ତମାନ କସଗଞ୍ଜ...

ଜଣେ ଅପରାଧୀଙ୍କ ମୃତ୍ୟୁକୁ ନେଇ ଲୁହ ଝରାଇବା ଠିକ୍‌ ନୁହେଁ

ଲକ୍ଷ୍ନୌ,୨୯।୩: ପ୍ରଖ୍ୟାତ ମାଫିଆ-ରାଜନେତା ମୁଖତାର୍‌ ଅନସାରୀ ହୃଦଘାତରେ ଜେଲ୍‌ରେ ମୃତ୍ୟୁ ଘଟିଛି। ଅନସାରୀଙ୍କ ମୃତ୍ୟୁକୁ ନେଇ ଭାଜପା ନେତା ସଂଗୀତ ସୋମଙ୍କ ବଡ ବିବୃତ୍ତି ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri