୧୫୨୯୩ ଯୋଗ୍ୟ ଚାଷୀଙ୍କୁ ମିଳିନି କାଳିଆ,ପିଏମ୍‌ କିଷାନ ଟଙ୍କା

ଅମରପାଲି,୨୭ା୯(ଡି.ଏନ.ଏ): ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କୁ ସହାୟତା ପାଇଁ କରିଥିବା କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଏବେ ବାଟବଣା ହୋଇପଡିଛି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଅନେକ ଯୋଗ୍ୟ ହିତାଧିକାରୀ ଉକ୍ତ ଯୋଜନାରୁ ବାଦ୍‌ ପଡିଛନ୍ତି। ଆଉ କେତେକ ପୂର୍ବରୁ ସହାୟତା ପାଇଥିଲେ ମଧ୍ୟ ଏବେ ଆଉ ପାଉ ନାହାନ୍ତି। ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ଚାଷୀ ଯେଉଁମାନଙ୍କର ୫ ଏକରରୁ କମ୍‌ ଜମିଥିବ, ପରିବାରର କୌଣସି ସଦସ୍ୟ ଚାକିରି କରୁ ନ ଥିବେ ଏବଂ ତାଙ୍କର ରାଶନ କାର୍ଡଥିବ ଉକ୍ତ ପରିବାରର କେବଳ ଜଣେ ବ୍ୟକ୍ତିଙ୍କୁ କାଳିଆ ଓ ପିଏମ କିଷାନ ଯୋଜନା ପାଇଁ ଯୋଗ୍ୟ କରାଯାଇଛି। ଏହିକ୍ରମରେ ବ୍ଲକରେ ଥିବା ୧୫ଟି ପଞ୍ଚାୟତର ସର୍ବମୋଟ ୨୩ ହଜାର ୫ଶହ ୨୯ ଜଣ ହିତାଧିକାରୀ କାଳିଆ ଓ ପିଏମ କିସାନ ସହାୟତା ପାଇବାକୁ ଯୋଗ୍ୟ ହୋଇଥିବା ବିଭାଗ ଆକଳନ କରିଛି। ମାତ୍ର ଏବେ ସେମାନଙ୍କ ମଧ୍ୟରୁ ମାତ୍ର ୮ହଜାର ୨ଶହ୩୬ଜଣ ହିତାଧିକାରୀଙ୍କୁ ଏହି ଯୋଜନାରୁ ଟଙ୍କା ପ୍ରଦାନ କରାଯାଇଛି। ବ୍ଲକରେ ଆହୁରି ୧୫ହଜାର ୨୯୩ ଚାଷୀ ଉକ୍ତ ଯୋଜନାର ସହାୟତା ଟଙ୍କା ପାଇବା ପଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ସହାୟତା ମିଳିପାରୁ ନାହିଁ।
ମିଳିଥିବା ସୁଚନା ଅନୁସାରେ ବ୍ଲକର ବାଗବର ପଞ୍ଚାୟତରେ ୨୨୮୪ ଚାଷୀ ସହାୟତା ରାଶି ପାଇବାକୁ ଯୋଗ୍ୟ ହୋଇଥିଲେ ମଧ୍ୟ ମାତ୍ର ୮୨୧ଜଣ ସହାୟତା ପାଇଛନ୍ତି। ବହଳପଦର ପଞ୍ଚାୟତର ୧୪୭୮ଚାଷୀଙ୍କ ମଧ୍ୟରୁ ୫୨୦, ଲୁତୁରପଙ୍କ ପଞ୍ଚାୟତର ୭୪୭ଜଣଙ୍କ ମଧ୍ୟରୁ ମାତ୍ର ୧୩୧, ଦୁର୍ଜନତୈଲା ପଞ୍ଚାୟତର ୯୭୦ରୁ ୪୭୪, ହିଲୁଙ୍ଗ ପଞ୍ଚାୟତର ୨୬୦୭ ଚାଷୀଙ୍କ ମଧ୍ୟରୁ ୫୭୫, ଚମ୍ପାମାଳ ପଞ୍ଚାୟତର ୨୭୫ ହିତାଧିକାରୀ କାଳିଆ ଓ ପିଏମ କିଶାନ ଟଙ୍କା ପାଇଛନ୍ତି। ସେହିପରି ଜଟେସିଙ୍ଘା ପଞ୍ଚାୟତର ୧୯୩୩ଜଣଙ୍କ ମଧ୍ୟରୁ ୧୧୭୫ଜଣ, କମିରାରେ ୧୫୪୪ଜଣଙ୍କ ମଧ୍ୟରୁ ୪୬୮, ସଂଗ୍ରାମପୁରରେ ୪୭୧ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୨୮ଜଣ ଉକ୍ତ ଯୋଜନାରୁ ଟଙ୍କା ପାଇଛନ୍ତି। ସେହିପରି କେନଝିରିଆପାଲି ପଞ୍ଚାୟତର ୧୭୧୭ ଜଣଙ୍କ ମଧ୍ୟରୁ ୮୩୩, ଖଣ୍ଡହତା ପଞ୍ଚାୟତର ୨୫୦୭ଜଣଙ୍କ ମଧ୍ୟରୁ ୮୬୨, ସୁବଳୟା ପଞ୍ଚାୟତର ୧୪୮୭ଜଣଙ୍କ ମଧ୍ୟରୁ ମାତ୍ର ୯୯, ପିତାମହୁଲ ପଞ୍ଚାୟତର ୧୨୫୬ଜଣଙ୍କ ମଧ୍ୟରୁ ୩ଶହ, ମୁର୍ଷୁଣ୍ଢି ପଞ୍ଚାୟତର ୨୩୫୪ଜଣଙ୍କ ମଧ୍ୟରୁ ୯୩୫ ଏବଂ ଉଫୁଲା ପଞ୍ଚାୟତର ୨୧୭୪ ହିତାଧିକାରୀଙ୍କ ମଧ୍ୟରୁ ୭୨୨ଜଣଙ୍କୁ କାଳିଆ ଓ ପିଏମ କିଶାନ ଟଙ୍କା ମିଳିଛି। ଫଳରେ ଉକ୍ତ ଯୋଜନାରୁ ସହାୟତା ରାଶି ପାଇବାକୁ ଯୋଗ୍ୟ ହୋଇମଧ୍ୟ ଅନେକ ବାଦ୍‌ ପଡିବା ଉକ୍ତ ଯୋଜନାର ବିଫଳତାକୁ ସୂଚାଉଛି। ପ୍ରତି ପରିବାରରୁ ଜଣେ ଲେଖାଏ ଉକ୍ତ ଯୋଜନାରୁ ସହାୟତା ପାଇବାକୁ ଥିଲେ ମଧ୍ୟ ଅନେକ ସ୍ଥାନରେ ଗୋଟିଏ ପରିବାରରୁ ଏକାଧିକ ବ୍ୟକ୍ତି ସହାୟତ ଟଙ୍କା ପାଉଥିବା ଦେଖିବାକୁ ମିଳୁଛି। ତ୍ରୁଟିପୂର୍ଣ୍ଣ ଚୟନ ସାଙ୍ଗକୁ କେତେକ ଅଜ୍ଞ ଚାଷୀ ଏନେଇ ଠିକ୍‌ରେ ସୂଚନା ନ ପାଇ ଆବଶ୍ୟକ ପ୍ରମାଣପତ୍ର ନ ଦେଉ ଥିବାରୁ ବାଦ୍‌ ପଡୁଛନ୍ତି। ଏନେଇ ବୀରମହାରାଜପୁର ବ୍ଲକ କୃଷି ଅଧିକାରୀ(ବିଏଓ) ମକରଧ୍ବଜ ପଟେଲଙ୍କୁ ପଚାରିବାରୁ ଯେଉଁମାନେ ଯୋଗ୍ୟ ସେମାନେ ଆସନ୍ତା ୧୬ତାରିଖ ମଧ୍ୟରେ ଆବେଦନ କଲେ ସହାୟତା ଟଙ୍କା ପାଇବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଲ୍‌କାତାରେ ହେବ ବାର୍ସେଲୋନା, ରିୟଲ ମାଡ୍ରିଡ୍‌ ଲିଜେଣ୍ଡ୍ସ ମ୍ୟାଚ୍‌

କୋଲ୍‌କାତା,୧୩ା୧୦: ବିଶ୍ୱ ଫୁଟ୍‌ବଲର ଅନ୍ୟତମ ସଫଳ କ୍ଲବ ବାର୍ସେଲୋନା ଓ ରିୟଲ ମାଡ୍ରିଡ୍‌ର ଲିଜେଣ୍ଡ୍ସ ଦଳ ଆସନ୍ତା ନଭେମ୍ବର ୨୫ରେ କୋଲ୍‌କାତାରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବେ।…

ଗଞ୍ଜେଇ ସହ ବାଇକ ଜବତ: ଅଭିଯୁକ୍ତ ଗଲେ ଜେଲ             

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ପଥପାର୍ଶ୍ଵ ସୁବିଧାକେନ୍ଦ୍ର ନିକଟରୁ ମଙ୍ଗଳବାର ପୂର୍ବାହ୍ନ ସାଢେ ୬…

ତେଜିଲା ଆନ୍ଦୋଳନ, ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ବୈଶିଙ୍ଗା,୧୩।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ବଣଦାମଦରପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ନିର୍ଦ୍ଦେଶକୁ ଗ୍ରାମବାସୀ ବିରୋଧ କରିଛନ୍ତି।…

ଆସନ୍ତାକାଲି ଅସ୍ତ ହେବେ ଶୁକ୍ର! ୪ ରାଶିଙ୍କ ଉପରେ ଘୋର ଆର୍ଥିକ ସଙ୍କଟ! ଅଯଥାରେ ବଢିଯିବ ଖର୍ଚ୍ଚ…

ଧନ, ସମୃଦ୍ଧି ଏବଂ ଖୁସିର ଗ୍ରହ ଶୁକ୍ର ଆସନ୍ତା ୧୪ ଅକ୍ଟୋବରରେ ତୁଳା ରାଶିରେ ଅସ୍ତ ହେଉଛନ୍ତି । ନବରାତ୍ରିର ପବିତ୍ର ଦିନଗୁଡ଼ିକରେ ଶୁକ୍ରଙ୍କ ଅସ୍ତଗମନ କିଛି…

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….

ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ମଙ୍ଗଳବାର ମୋଦି କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍‌. ମୁରୁଗନ୍‌…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ‘ସୁରଭି’

ଦାରିଙ୍ଗବାଡ଼ି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଲୁକ୍କାୟିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?