୭ ଦିନରେ ବିକଳ୍ପ ଜାଗା ଦେଖାଅ: ଅପରାଜିତା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ବିନାଶରୁ ନୂଆ ଇନିଂସ ଆରମ୍ଭ କରୁଛି। ସକାରାତ୍ମକ ମନୋବୃତ୍ତି ଛାଡ଼ି ନକାରାତ୍ମକ ଚିନ୍ତାଧାରା ଆପଣାଉଛନ୍ତି। ଝାରପଡ଼ା ସ୍ଥିତ ହାଟ ଭଙ୍ଗା ଘଟଣା ପରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏହା କହିଛନ୍ତି। ଅପରାଜିତା ଆହୁରି କହିଛନ୍ତି, ୪୩୦ ଲୋକଙ୍କୁ ରାତାରାତି ବାସଚ୍ୟୁତ କରାଗଲା। ସେମାନେ ନିଜ ଜୀବିକା ହରାଇଲେ। ଭୁବନେଶ୍ୱର ବିକାଶ ହେଉ, କିନ୍ତୁ ଲୋକଙ୍କ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା କଥା। ମାର୍କେଟ ବିଲ୍ଡିଂ ନାଁରେ ଯେଉଁମାନଙ୍କୁ ରାତାରାତି ଝାରପଡ଼ା ହାଟରୁ ହଟାଗଲା ସେମାନଙ୍କୁ ପ୍ରଥମେ ଥଇଥାନ କରାଯିବା ଆବଶ୍ୟକ। ଏହି ଉଠା ଦୋକାନୀ ଏବେ ଜୀବିକା ହରାଇଥିବା ବେଳେ ଆସନ୍ତା ୭ ଦିନ ମଧ୍ୟରେ ସେମାନଙ୍କୁ ବିକଳ୍ପ ଜାଗା ଦେଖାନ୍ତୁ। ଆମେ ସମସ୍ତେ ସେହି ଜାଗା ଦେଖିବୁ। ହେଲେ ଏପରି ଜାଗା ଦେଖାଇବେ ଯେଉଁଠି ବେପାର ହେବ। ଏହି ଗରିବ ଲୋକଙ୍କ ଦୋକାନ ବିଏମ୍‌ସି ଉଜାଡି ଦେଲା। ତେଣୁ ଥଇଥାନ ସହ ସେମାନଙ୍କୁ କ୍ଷତିପୂରଣ ଦିଆଯାଉ। ବର୍ଷେ ତଳେ ଏଠାକୁ ଆସିଥିଲି ଏବଂ ଗୋଟିଏ ଚିଠି ଲେଖି କମିଶନରଙ୍କୁ ହାଟକୁ ଭଙ୍ଗା ନ ଯାଉ ବୋଲି ଅନୁରୋଧ କରିଥିଲି। ପାର୍ଲାମେଣ୍ଟ ଚାଲିଥିବାରୁ ଦିଲ୍ଲୀରେ ଥିଲି ଏବଂ ଫେରିବାର ଦିନକ ଆଗରୁ ଏସବୁ ଘଟିଛି। ଦିଲ୍ଲୀରେ ଥିବା ସମୟରେ ଏଭଳି କାହିଁକି କରାଗଲା। ସ୍ଥାନୀୟ ଏମ୍‌ପି ଆସିବା ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ମଙ୍ଗଳବାର ରାତି ସୁଦ୍ଧା ୪୩୦ କ୍ଷତିଗ୍ରସ୍ତ ଦୋକାନୀଙ୍କ ତାଲିକା ପ୍ରସ୍ତୁତ କରି ବିଏମ୍‌ସିକୁ ଦିଆଯିବ। ଏହାସହ ୩ଟି ଦାବି ସମ୍ପର୍କରେ ଚିଠିରେ ଉଲ୍ଲେଖ ରହିବ। ଏହି ଚିଠି ସାର୍ବଜନୀନ କରାଯିବ। ବିଏମ୍‌ସିର ପ୍ରଥମ ମହାନଗର ନିଗମ ବୈଠକରେ ସ୍ଥାନୀୟ କର୍ପୋରେଟର ଏହି କଥା ଉଠାଇବେ ବୋଲି ଅପରାଜିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

କୂଅ ଭିତରେ ପଡ଼ିଛି ଦୁଇ ହେଟାବାଘ, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ…

ସେପ୍ଟେମ୍ୱରରେ ୩,୬ ଓ ୨୬ ତାରିଖ ଭାରି ଖାସ୍‌: ୩ ରାଶିଙ୍କ କ୍ୟାରିୟରରେ ହେବ ଉନ୍ନତି, ଅଚାନକ ଟଙ୍କା…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ, ବୈଭବ, ଭୋଗବିଳାସ, ବିବାହ, ପ୍ରେମ ଏବଂ ସୌନ୍ଦର୍ଯ୍ୟ ଆଦିର କାରକ ଗ୍ରହ ବୋଲି ଧରାଯାଏ। ଶୁକ୍ର ଯେତେବେଳେ ବି ରାଶି ପରିବର୍ତ୍ତନ…

ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା: ପାଇଖାନା ଟାଙ୍କିରେ ପୋତିଦେଲେ….

ଢେଙ୍କାନାଳ,୨୯।୮(ରତନ ନାୟାର): ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗରେ ଜଣେ ମଦ୍ୟପ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ଢେଙ୍କାନାଳ ସଦର…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିଙ୍କ ଭାଗ୍ୟ; ମୋଟା ଅଙ୍କର ହେବ ରୋଜଗାର, ବଢିବ ସମ୍ପତ୍ତି…

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ମାନ-ସମ୍ମାନ, ନେତୃତ୍ୱ ଏବଂ ପିତାଙ୍କ କାରକ ବୋଲି ଧରାଯାଏ। ତେଣୁ ସୂର୍ଯ୍ୟଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେ ପ୍ରତିମାସରେ ପ୍ରାୟ…

ମୋରମ୍‌ ଖାଦାନରେ ଅଘଟଣ: ପଥର ତଳେ ଚାପି ହୋଇ ନାବାଳକ ମୃତ , ଅନ୍ୟ ଜଣେ ଗୁରୁତର

ଦିଗପହଣ୍ଡି,୨୯।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପଟିଗୁଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟ ମୋରମ୍‌ ଖାଦାନରେ ଶନିବାର ସକାଳେ ମୋରମ୍‌ ଖୋଳୁଥିବା ବେଳେ ପଥର…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri