Posted inଖେଳ

ଟେଷ୍ଟ ଇତିହାସରେ ସବୁଠୁ ଛୋଟ ମ୍ୟାଚ୍‌

କେପ୍‌ଟାଉନ୍‌,୫ା୧(ପି.ଟି):ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୭ ଉଇକେଟରେ ଜିତିବା ସହିତ ଭାରତ ଦୁଇ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ରେ ଡ୍ର ରଖିଛି। ବଲ୍‌ ବ୍ୟବଧାନରେ ଏହା ଟେଷ୍ଟ କ୍ରିକେଟର ସବୁଠୁ ଛୋଟ ମ୍ୟାଚ୍‌। ଏହା ମାତ୍ର ସାଢେ ୪ ସେସନରେ ଶେଷ ହୋଇଛି। ୧୯୩୨ରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ୧୦୯.୨ ଓଭର (୬୫୬ ବଲ୍‌) ବୋଲିଂ ହୋଇଥିବା ବେଳେ ଏହି ମ୍ୟାଚ୍‌ରେ ୧୦୭ ଓଭର (୬୪୨ ବଲ୍‌) ବୋଲିଂ ସମ୍ଭବ ହୋଇଛି। ଏହା ସହିତ ପ୍ରଥମ ଏସୀୟ ରାଷ୍ଟ୍ର ଭାବେ ଭାରତ କେପ୍‌ଟାଉନ୍‌ରେ ଐତିହାସିକ ବିଜୟ ହାସଲ କରିଛି। ରେକର୍ଡ ଦୃଷ୍ଟିରୁ ଟେଷ୍ଟ କ୍ରିକେଟରେ ୨୫ ଥର ୨ ଦିନରୁ କମ୍‌ ସମୟ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଶେଷ ହୋଇଛି। ଭାରତର ଏହା ତୃତୀୟ ମ୍ୟାଚ୍‌, ଯାହା ୨ ଦିନ ମଧ୍ୟରେ ଶେଷ ହୋଇଛି। ପୂର୍ବରୁ ୨୦୧୮ରେ ଆଫଗାନିସ୍ତାନ ଓ ୨୦୨୧ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଦୁଇଦିନରୁ କମ୍‌ ସମୟରେ ଶେଷ ହୋଇଥିଲା। ସେହିପରି ରୋହିତ ଶର୍ମା ଦ୍ୱିତୀୟ ଭାରତୀୟ ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାରେ ଏକ ଟେଷ୍ଟ ସିରିଜ୍‌ ଡ୍ର ରଖିବାରେ ସଫଳ ହୋଇଛନ୍ତି। ୨୦୧୦-୧୧ରେ ମହେନ୍ଦ୍ର ସିଂ ଧୋନୀ ପ୍ରଥମେ ଏହି ସଫଳତା ହାସଲ କରିଥିଲେ। ଏଠାରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଧାର୍ଯ୍ୟ ୭୯ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୩ ଉଇକେଟ ହରାଇ ହାସଲ କରି ନେଇଥିଲା। ଏହି ପିଚ୍‌ରେ ଛୋଟ ସ୍କୋର ମଧ୍ୟ ଚ୍ୟାଲେଞ୍ଜିଂ ହେବ ବୋଲି ଆଶା କରାଯାଉଥିଲା। ତେବେ ଯୁବ ଓପନର ଯଶସ୍ବୀ ଜୟସ୍ବାଲ ଆକ୍ରମଣାତ୍ମକ ବ୍ୟାଟିଂ କରି ୨୮ ରନ୍‌ର ଇନିଂସ ଖେଳିଥିଲେ। ବିରାଟ କୋହଲି ୧୨ ଓ ଶୁବମନ ଗିଲ ୧୦ ରନ୍‌ କରିବାକୁ ସକ୍ଷମ ହୋଇଥିବାବେଳେ ଅଧିନାୟକ ରୋହିତ ଶର୍ମା ୧୭ ଓ ଶ୍ରେୟସ୍‌ ଆୟର ୪ ରନରେ ଅପରାଜିତ ରହି ଭାରତକୁ ବିଜୟୀ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡା, ନାନ୍ଦ୍ରେ ବର୍ଗର ଓ ମାର୍କୋ ଜାନ୍‌ସେନ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ପ୍ରଥମ ଦିନର ଅସମାପ୍ତ ସ୍କୋର ୬୨/୩ରୁ ଖେଳ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ୧୭୬ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଭାରତର ଯଶପ୍ରୀତ୍‌ ବୁମ୍‌ରା ଅଗ୍ନିବର୍ଷୀ ବୋଲିଂ କରିଥିବା ବେଳେ ଟେଷ୍ଟ କ୍ରିକେଟରେ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଇନିଂସ ଖେଳିଥିଲେ ଦକ୍ଷିଣ ଆଫ୍ରିକାର ଏଡେନ୍‌ ମାରକ୍ରମ। ଯେଉଁ ପିଚ୍‌ରେ ଭାରତୀୟ ଦଳ ବିନା ସ୍କୋରରେ ଏହାର ଅନ୍ତିମ ୬ ଉଇକେଟ ହରାଇଥିଲା, ସେଭଳି ପିଚ୍‌ରେ ବୁମ୍‌ରା ଓ ସିରାଜଙ୍କ ଭଳି ବୋଲରଙ୍କ ମୁକାବିଲା କରି ଶତକ ହାସଲ କରିଥିଲେ ମାରକ୍ରମ। ୧୦୩ ବଲ୍‌ ଖେଳି ୧୭ ଚୌକା ଓ ୨ ଛକା ସହିତ ସେ ୧୦୬ରନ୍‌ ସଂଗ୍ରହ କରିଥିଲେ। କାଗିସୋ ରାବାଡା ମାତ୍ର ୨ ରନ କରିଥିଲେ ହେଁ ତାଙ୍କ ସହିତ ଅଷ୍ଟମ ଉଇକେଟରେ ୫୧ ରନ୍‌ ଯୋଡିଥିଲେ ଏହି ଦକ୍ଷ ବ୍ୟାଟର। ଦଳୀୟ ସ୍କୋର ୧୬୨ରେ ମାରକ୍ରମ ଆଉଟ ହେବା ପରେ ଦକ୍ଷିଣ ଆଫ୍ରିକା ଇନିଂସ ୧୭୬ ରନରେ ସମାପ୍ତ ହୋଇଥିଲା। ଯଶପ୍ରୀତ୍‌ ବୁମରା ନିଜ ଟେଷ୍ଟ କ୍ୟାରିୟରରେ ନବମ ଥର ପାଇଁ ୫ ଉଇକେଟ ସଫଳତା ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁକେଶ କୁମାର ୨, ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ପ୍ରଥମ ଦିନରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ମହମ୍ମଦ ସିରାଜ ୧୫ ରନ୍‌ରେ ୬ ଖେଳାଳିଙ୍କୁ ଆଉଟ କରିବା ଫଳରେ ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ଜବାବରେ ଭାରତ ୧୫୩ ରନ୍‌ରେ ସମସ୍ତ ଉଇକେଟ ହରାଇ ୯୮ ରନ୍‌ରେ ଆଗୁଆ ରହିଥିଲା। ମହମ୍ମଦ ସିରାଜଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଏବଂ ଡିନ୍‌ ଏଲ୍‌ଗାର ଓ ଯଶପ୍ରୀତ୍‌ ବୁମ୍‌ରାଙ୍କୁ ଯୁଗ୍ମ ଭାବରେ ପ୍ଲେୟର ଅଫ୍‌ ଦି ସିରିଜ୍‌ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ: ୫୫। ଭାରତ ପ୍ରଥମ ଇନିଂସ: ୧୫୩। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ: ୩୬.୫ ଓଭରରେ ୧୭୬/୧୦(ଏଡେନ୍‌ ମାରକ୍ରମ-୧୦୬, ଯଶପ୍ରୀତ୍‌ ବୁମରା-୬/୬୧, ମୁକେଶ କୁମାର-୨/୫୬, ମହମ୍ମଦ ସିରାଜ-୧/୩୧)। ଭାରତ ଦ୍ୱିତୀୟ ଇନିଂସ ୧୨ ଓଭରରେ ୮୦/୩(ଯଶସ୍ବୀ ଜୟସ୍ବାଲ-୨୮, ରୋହିତ ଶର୍ମା-୧୭*, କାଗିସୋ ରାବାଡା-୧/୩୪, ନାନ୍ଦ୍ରେ ବର୍ଗର-୧/୨୯, ମାର୍କୋ ଜାନସେନ୍‌-୧/୧୫)।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?