Posted inଖେଳ

କ୍ରିକେଟ ନିୟମରେ ବଡ଼ ପରିବର୍ତ୍ତନ

ଦୁବାଇ,୫ା୧(ପି.ଟି):ଆଇସିସି ପକ୍ଷରୁ ଏହାର କ୍ରିକେଟ ନିୟମରେ କିଛି ବଡ ପରିବର୍ତ୍ତନ ଅଣାଯାଇଛି। ଏହା ମଧ୍ୟରେ ରେଫରାଲ୍‌ ବା ଡିଆରଏସ୍‌ ସମେତ କନ୍‌କସନ ସବ୍‌ଷ୍ଟିଚ୍ୟୁଟ୍‌ ସାମିଲ ରହିଛି। ଏହି ନୂତନ ନିୟମଗୁଡିକ ଜାନୁଆରୀ ୧୨ ତାରିଖରୁ ଲାଗୁ କରାଯିବ। ପୂର୍ବରୁ ଷ୍ଟମ୍ପିଂ ଆବେଦନ ସମୟରେ କଟ୍‌ ବିହାଇଣ୍ଡ ଚେକ୍‌ କରାଯାଉଥିଲା। ତେବେ ବର୍ତ୍ତମାନ ନୂତନ ନିୟମ ଅନୁଯାୟୀ ଏହାକୁ ପରିବର୍ତ୍ତନ କରାଯାଇଛି। ସମୟ ବଞ୍ଚାଇବା ପାଇଁ ଆଇସିସି ପକ୍ଷରୁ ଏହି ନିୟମ ଲାଗୁ କରାଯାଇଛି। ଯଦି କୌଣସି ଟିମ୍‌ କଟ୍‌ ବିହାଇଣ୍ଡ ଅପିଲ୍‌ କରୁଛନ୍ତି ତେବେ ତାଙ୍କୁ ଏଥିପାଇଁ ଡିଆରଏସ୍‌ର ବ୍ୟବହାର କରିବାକୁ ହେବ। ଭାରତ ବିପକ୍ଷ ସିରିଜ୍‌ରେ ଅଷ୍ଟ୍ରେଲିଆର ଉଇକେଟ କିପର ଆଲେକ୍ସ କେରୀ ଏଭଳି କରୁଥିବାର ଦେଖିବାକୁ ମିଳିଥିଲା। ଡିଆରଏସ୍‌ ନ ହରାଇ ସେ ଷ୍ଟମ୍ପିଂ ଆବେଦନ କରୁଥିବା ବେଳେ ଆପେ ଆପେ କଟ୍‌ ବିହାଇଣ୍ଡ ଚେକ୍‌ ମଧ୍ୟ ହେଉଥିଲା। ଏଥିରେ ଅଯଥା ସମୟ ଅପଚୟ ହେଉଥିବାରୁ ଏହାକୁ ରୋକିବା ପାଇଁ ଆଇସିସି ପକ୍ଷରୁ ନିୟମରେ ପରିବର୍ତ୍ତନ ଅଣାଯାଇଛି। ସେହିପରି କନ୍‌କସନ୍‌ ସବ୍‌ଷ୍ଟିଚ୍ୟୁଟ୍‌ ନିୟମରେ ମଧ୍ୟ ଆଇସିସି ଏକ ପରିବର୍ତ୍ତନ ଆଣିଛି। ଯଦି ଆହତ ହୋଇଥିବା ଖେଳାଳିଙ୍କ ବୋଲିଂ କରିବା ଉପରେ ରୋକ ଲଗାଯାଇଥାଏ ତେବେ ସବ୍‌ଷ୍ଟିଚ୍ୟୁଟ୍‌ ଖେଳାଳି ମଧ୍ୟ ବୋଲିଂ କରିପାରିବେ ନାହିଁ ବୋଲି ନିୟମ ଲାଗୁ କରାଯାଇଛି। ଏହା ସହିତ ପଡିଆରେ ଆଘାତ ଚିକିତ୍ସା ପାଇଁ ୪ ମିନିଟରୁ ଅଧିକ ସମୟ ନେଇ ହେବ ନାହିଁ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଏହା ସହିତ ପୂର୍ବରୁ ବିସିସିଆଇ ପକ୍ଷରୁ ରହିଥିବା ଡେଡ୍‌ ବଲ୍‌ ଓ ଓଭରରେ ଦୁଇଟି ବାଉନ୍ସର ନିୟମ ଲାଗୁ ରହିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?