Posted inଖେଳ

ଶୁଟିଂ ବିଶ୍ୱକପ୍‌: ମନୁ-ସୌରଭ ଯୋଡ଼ିଙ୍କୁ ରୌପ୍ୟ ପଦକ

ଓସିଜେକ୍‌ (କ୍ରୋଏସିଆ), ୨୭ା୬ (ପି.ଟି.)-ଚଳିତ ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ଭାରତୀୟ ଯୋଡ଼ି ସୌରଭ ଚୌଧାରୀ ଓ ମନୁ ଭାକର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ରୌପ୍ୟ ଜିତିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲରେ ଭାରତୀୟ ଯୋଡ଼ି ରୁଷିଆର ଭିଟାଲିନା ବାତସାରାକ୍‌ସିନା ଓ ଆର୍ଟେମ ଚେର୍ଣ୍ଣୋସୋଭ୍‌ଙ୍କଠାରୁ ୧୨-୧୬ରେ ହାରିଯାଇଥିଲେ। ଏହି ଇଭେଣ୍ଟରେ ଭାଗନେଇଥିବା ଅନ୍ୟ ଭାରତୀୟ ଯୋଡ଼ି ଯଶସ୍ବିନୀ ସିଂ ଦେସଓ୍ବାଲ ଓ ଅଭିଷେକ ବର୍ମା ବ୍ରୋଞ୍ଜ ପଦକ ମୁକାବିଲାରେ ହାରିଯାଇଛନ୍ତି। ଇରାନର ଗୋଲ୍‌ନୋସ୍‌ ସେବ୍‌ଘାତୋଲାହି ଓ ଜାଭେଦ ଫୋରୋଘି ସେମାନଙ୍କୁ ୧୭-୭ରେ ହରାଇ ଦେଇଥିଲେ। ଶନିବାର ଭାରତୀୟ ରାଇଫଲ ଶୁଟରମାନଙ୍କ ପାଇଁ ଖରାପ ଦିନ ଥିଲା। ୧୦ମିଟର ଏୟାର ମିକ୍ସଡ ଇଭେଣ୍ଟରେ ଭାରତର ଦୁଇ ଦଳ ଫାଇନାଲ ପ୍ରବେଶରେ ବିଫଳ ହୋଇଥିଲେ। ଇଲାଭେନିଲ ଭାଲାରିଭାନ୍‌ ଓ ଦିବ୍ୟାଂଶ ସିଂ ପନଓ୍ବାର ଦ୍ୱିତୀୟ କ୍ୱାଲିଫିକେଶନ ରାଉଣ୍ଡରେ କେବଳ ପହଞ୍ଚତ୍ ପାରିଥିଲେ। ଉଭୟେ ମୋଟ ୪୧୬.୧ ପଏଣ୍ଟ ସ୍କୋର ସହ ୬ଷ୍ଠ ସ୍ଥାନରେ ରହିଥିଲେ। ଅଞ୍ଜୁମ ମୋଦଗିଲ୍‌ ଓ ଦୀପକ କୁମାର ପ୍ରଥମ କ୍ୱାଲିଫାଇଂ ରାଉଣ୍ଡ ଅତିକ୍ରମ କରିବାରେ ବିଫଳ ହୋଇଥିଲେ। ଚୌଧାରୀ ଓ ଭାକର ରୌପ୍ୟ ଜିତିବା ଦ୍ୱାରା ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚତ୍ଛି। ଉଭୟ ଶୁଟର ଇତିମଧ୍ୟରେ ଗୋଟିଏ ଲେଖାଏ ବ୍ରୋଞ୍ଜ ଜିତିସାରିଥିଲେ। ଚୌଧାରୀ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଏକ ବ୍ରୋଞ୍ଜ ଜିତିଥିବା ବେଳେ ଦେସଓ୍ବାଲ ଓ ରାହି ସାର୍ନୋବତ୍‌ଙ୍କ ସହ ଭାକର ୧୦ ମିଟର ଏୟାର ପିସ୍ତଲ ମହିଳା ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ଜିତିଥିଲେ। ରୁଷିଆ ୩ ସ୍ବର୍ଣ୍ଣ, ସମାନ ସଂଖ୍ୟକ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ସହ ପଦକ ତାଲିକାର ଶୀର୍ଷରେ ରହିଛି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଭାରତୀୟ ଶୁଟିଂ ଟିମ୍‌ ପାଇଁ ଏହା ହେଉଛି ଶେଷ ଇଭେଣ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

କିଏ ଏହି ସାରାଂଶ ଜୈନ? ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୨୮।୭: ଶ୍ରୀଲଙ୍କା ବିରୋଧରେ ଆଗାମୀ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି।…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କିଏ ଗଲେ, କିଏ ଆସିଲେ…

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟ ମାସରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇ ୨ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ। ଏହି ସିରିଜ ପାଇଁ ବିସିସିଆଇ (BCCI) ମଙ୍ଗଳବାର…

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri