Posted inଖେଳ

ଶୁଟିଂ ବିଶ୍ୱକପ୍‌: ମନୁ-ସୌରଭ ଯୋଡ଼ିଙ୍କୁ ରୌପ୍ୟ ପଦକ

ଓସିଜେକ୍‌ (କ୍ରୋଏସିଆ), ୨୭ା୬ (ପି.ଟି.)-ଚଳିତ ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ଭାରତୀୟ ଯୋଡ଼ି ସୌରଭ ଚୌଧାରୀ ଓ ମନୁ ଭାକର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ରୌପ୍ୟ ଜିତିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲରେ ଭାରତୀୟ ଯୋଡ଼ି ରୁଷିଆର ଭିଟାଲିନା ବାତସାରାକ୍‌ସିନା ଓ ଆର୍ଟେମ ଚେର୍ଣ୍ଣୋସୋଭ୍‌ଙ୍କଠାରୁ ୧୨-୧୬ରେ ହାରିଯାଇଥିଲେ। ଏହି ଇଭେଣ୍ଟରେ ଭାଗନେଇଥିବା ଅନ୍ୟ ଭାରତୀୟ ଯୋଡ଼ି ଯଶସ୍ବିନୀ ସିଂ ଦେସଓ୍ବାଲ ଓ ଅଭିଷେକ ବର୍ମା ବ୍ରୋଞ୍ଜ ପଦକ ମୁକାବିଲାରେ ହାରିଯାଇଛନ୍ତି। ଇରାନର ଗୋଲ୍‌ନୋସ୍‌ ସେବ୍‌ଘାତୋଲାହି ଓ ଜାଭେଦ ଫୋରୋଘି ସେମାନଙ୍କୁ ୧୭-୭ରେ ହରାଇ ଦେଇଥିଲେ। ଶନିବାର ଭାରତୀୟ ରାଇଫଲ ଶୁଟରମାନଙ୍କ ପାଇଁ ଖରାପ ଦିନ ଥିଲା। ୧୦ମିଟର ଏୟାର ମିକ୍ସଡ ଇଭେଣ୍ଟରେ ଭାରତର ଦୁଇ ଦଳ ଫାଇନାଲ ପ୍ରବେଶରେ ବିଫଳ ହୋଇଥିଲେ। ଇଲାଭେନିଲ ଭାଲାରିଭାନ୍‌ ଓ ଦିବ୍ୟାଂଶ ସିଂ ପନଓ୍ବାର ଦ୍ୱିତୀୟ କ୍ୱାଲିଫିକେଶନ ରାଉଣ୍ଡରେ କେବଳ ପହଞ୍ଚତ୍ ପାରିଥିଲେ। ଉଭୟେ ମୋଟ ୪୧୬.୧ ପଏଣ୍ଟ ସ୍କୋର ସହ ୬ଷ୍ଠ ସ୍ଥାନରେ ରହିଥିଲେ। ଅଞ୍ଜୁମ ମୋଦଗିଲ୍‌ ଓ ଦୀପକ କୁମାର ପ୍ରଥମ କ୍ୱାଲିଫାଇଂ ରାଉଣ୍ଡ ଅତିକ୍ରମ କରିବାରେ ବିଫଳ ହୋଇଥିଲେ। ଚୌଧାରୀ ଓ ଭାକର ରୌପ୍ୟ ଜିତିବା ଦ୍ୱାରା ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚତ୍ଛି। ଉଭୟ ଶୁଟର ଇତିମଧ୍ୟରେ ଗୋଟିଏ ଲେଖାଏ ବ୍ରୋଞ୍ଜ ଜିତିସାରିଥିଲେ। ଚୌଧାରୀ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଏକ ବ୍ରୋଞ୍ଜ ଜିତିଥିବା ବେଳେ ଦେସଓ୍ବାଲ ଓ ରାହି ସାର୍ନୋବତ୍‌ଙ୍କ ସହ ଭାକର ୧୦ ମିଟର ଏୟାର ପିସ୍ତଲ ମହିଳା ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ଜିତିଥିଲେ। ରୁଷିଆ ୩ ସ୍ବର୍ଣ୍ଣ, ସମାନ ସଂଖ୍ୟକ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ସହ ପଦକ ତାଲିକାର ଶୀର୍ଷରେ ରହିଛି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଭାରତୀୟ ଶୁଟିଂ ଟିମ୍‌ ପାଇଁ ଏହା ହେଉଛି ଶେଷ ଇଭେଣ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri