ଓ୍ବେଷ୍ଟବ୍ୟାଙ୍କ ଇହୁଦୀ ବସ୍ତିରେ ଗୁଳି କାଣ୍ଡ, ୬ ଇସ୍ରାଏଲ ନାଗରିକ ଆହତ, ଆତଙ୍କବାଦୀଙ୍କୁ ଏନକାଉଣ୍ଟର…

ଜେରୁଜେଲମ,୨।୮ : ଓ୍ବେଷ୍ଟବ୍ୟାଙ୍କର ଏକ ଇହୁଦୀ ବସ୍ତିରେ ଜଣେ ପାଲେଷ୍ଟାଇନ ଉଗ୍ରବାଦୀ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୬ ଜଣ ଇସ୍ରାଏଲ ନାଗରିକ ଆହତ ହୋଇଛନ୍ତି। ଇସ୍ରାଏଲ ପୋଲିସ ଏକ ବିବୃତ୍ତିରେ କହିଛି ମାଲେହ ଆଦୁମିମରେ ଜଣେ ଆତଙ୍କବାଦୀ ଗୁଳି ଚଳାଇଥିଲେ। ଏହା ପରେ ପୋଲିସ ବନ୍ଧୁକଧାରୀଙ୍କୁ ଗୁଳି କରି ହତ୍ୟା କରିଥିଲା।

ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିଶ୍ଚିତ କରିଛି ଆକ୍ରମଣକାରୀ ୨୦ ବର୍ଷିୟ ମୁହାନନାଦ ମହମ୍ମଦ ଅଲ-ମଜାରାଙ୍କୁ ଇସ୍ରାଏଲ ପୋଲିସ ଏନକାଉଣ୍ଟର କରିଛି। ଜେରୁଜେଲମର ଦୁଇଟି ଡାକ୍ତରଖାନା କହିଛି ଏହି ଆକ୍ରମଣରେ ଜଣେ କିଶୋରଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି।

ବନ୍ଧୁକଧାରୀଙ୍କୁ ଗୁଳି ଚଳାଇଥିବା ନେଇ ଅଫ ଡ୍ୟୁଟି ଅଧିକାରୀ କହିଛନ୍ତି ସେ ସାଲୁନରେ ଥିଲେ। ଏହି ସମୟରେ ସେ ଗୁଳିର ଶବ୍ଦ ଶୁଣିଥିଲେ ଏବଂ ଲୋକମାନେ ପାଟି କରିଥିଲେ। ବାହାରକୁ ଯାଇ ଦେଖିଲେ ଜଣେ ବ୍ୟକ୍ତି ହଳଦିଆ ରଙ୍ଗର ପୋଷାକ ପିନ୍ଧି ପିସ୍ତଲ ଧରିଛନ୍ତି। ମୁଁ ନିଶ୍ଚିତ ନ ଥିଲି ସେ ଜଣେ ଆତଙ୍କବାଦୀ। ବନ୍ଦ କରିବାକୁ ମୁଁ ତାଙ୍କୁ ପାଟି କରି ବନ୍ଧୁକ ଟାଣିଲି। ସେ ମୋ ଉପରକୁ ଗୁଳି ଚଳାଇବା ଆରମ୍ଭ କଲେ ଏବଂ ମୁଁ ଅନୁଭବ କଲି ସେ ଜଣେ ଆତଙ୍କବାଦୀ। ତା’ପରେ ମୁଁ ପାଲଟା ଗୁଳି ଚାଳନା କରିଥିଲି।

ଏହି ସମୟରେ ଇସ୍ରାଏଲର ଜନ ସୁରକ୍ଷା ମନ୍ତ୍ରୀ ଇଟାମର ବେନ-ଗିଭର୍‌ ବନ୍ଧୁକଧାରୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଧିକାରୀ ତଥା ସାଧାରଣ ନାଗରିକ ଏବଂ ସରକାରଙ୍କ ନୀତିକୁ ପ୍ରଶଂସା କରିଛନ୍ତି। ଆକ୍ରମଣ ସ୍ଥଳ ପରିଦର୍ଶନ କରିବା ପରେ ସେ କହିଛନ୍ତି ସାଧାରଣ ନାଗରିକଙ୍କୁ ଅସ୍ତ୍ର ଯୋଗାଇବା ନୀତି ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

ହଷ୍ଟେଲ ଛାଡ଼ିଲେ ୧୪୦ ପିଲା, ବିଜେଡି-କଂଗ୍ରେସ ନେତା ବିଦ୍ୟାଳୟ ଗସ୍ତ କରି ସମସ୍ତ ଭିତ୍ତିଭୂମିର…

ଝରିଗାଁ,୮ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କ ନିମ୍ନମାନର ଖାଦ୍ୟ ଦେବା ସହ ଭିତ୍ତିଭୂମିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri