ସୁନ୍ଦରଗଡ଼/ବେଦବ୍ୟାସ (ଡି.ଏନ୍.ଏ)/ ରାଉରକେଲା ଅଫିସ୍ ୧୫।୧୨ – ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସିଂଘଟୋଲାଠାରେ ସୋମବାର ରାତି ସାଢେ ୮ଟାରେ ମହିଳାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ପୁଅ ସହ ବାଇକ୍ରେ ଯାଉଥିବା ଜଣେ ମହିଳାଙ୍କ ଉପରକୁ ଅନ୍ୟ ଏକ ବାଇକ୍ରେ ଆସି ୩ଜଣ ଦୁର୍ବୃତ୍ତ ଗୁଳିଚାଳନା କରି ଫେରାର୍ ହୋଇଯାଇଥିଲେ। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ଉପରକୁ ଗୁଳିଚାଳନା କରିବାର କାରଣ ଜଣାପଡିନାହିଁ। ମହିଳାଙ୍କ ନାମ ଠିକଣା ଜଣାପଡ଼ିନାହିଁ। ଘଟଣାର ତଦନ୍ତ ଚାଲିଛି ବୋଲି ବ୍ରାହ୍ମଣୀତରଙ୍ଗ ଥାନା ଆଇଆଇସି ସଂଗ୍ରାମ ବିଶ୍ୱାଳ କହିଛନ୍ତି।

ବାଦାମ ଲଡୁ କାରଖାନାରେ ଚଢ଼ାଉ
ରାଉରକେଲା ଅଫିସ,୧୯।୧୧: ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ଓରାମପଡା ଅଞ୍ଚଳରେ ଦୀର୍ଘଦିନ ଧରି ଅସ୍ବାସ୍ଥ୍ୟକର ପରିବେଶରେ ଚିକି ଓ ବାଦାମ ଲଡୁ ତିଆରି କରୁଥିବା ଏକ...

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ
ସୁନ୍ଦରଗଡ,୧୧।୧୦(ଡି.ଏନ୍.ଏ.): ସୁନ୍ଦରଗଡ ଡିଏଫ୍ଓ ଅଫିସର କନିଷ୍ଠ କିରାଣୀ ଶ୍ରୀକାନ୍ତ ହୋତା ସୋମବାର ଜଣେ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ...

କିଣିଲେନି କେହି, ମାଗଣାରେ ବାଣ୍ଟିଲେ ଟମାଟୋ
କୁଆଁରମୁଣ୍ଡା,୧୭।୩: ସୁନ୍ଦରଗଡ଼ ଜିଲାର ବୀରମିତ୍ରପୁର ପୌରାଞ୍ଚଳର ବୁଧବାର ସାପ୍ତାହିକ ବଜାରରେ ଟମାଟୋ କେହି ନ କିଣିବାରୁ ଚାଷୀମାନେ ଶେଷରେ ମାଗଣା ବାଣ୍ଟିଥିବା ଦେଖିବାକୁ ମିଳିଛି। ଚାଷୀମାନେ...

ଶିକ୍ଷା, କ୍ରୀଡ଼ା, ମିଶନ ଶକ୍ତି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା
ସୁନ୍ଦରଗଡ଼/ଟେନ୍ସା/କୁଅଁାରମୁଣ୍ଡା, ୧୨୩(ଡି.ଏନ୍.ଏ.) ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ସୁନ୍ଦରଗଡ଼ ଜିଲା ଗସ୍ତରେ ଆସି ଶନିବାର ବଣାଇ ଉପଖଣ୍ଡର ଚାରୋଟି ବ୍ଲକ...

ବିର୍ସାମୁଣ୍ଡା ହକି ଷ୍ଟାଡିୟମ ସର୍ବବୃହତ ନୁହଁ: ଶଙ୍କର ଓରାମ
ରାଉରକେଲା ଅଫିସ,୭ା୧: ଷ୍ଟିଲସିଟି ରାଉରକେଲାରେ ଆଉ ୬ ଦିନ ପରେ ପୁରୁଷ ବିଶ୍ୱକପ୍ ହକି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଉରକେଲା...

ଫାଶ ଖୋଲୁଥିଲା ବେଳେ ଅଘଟଣ: ବାର୍ହା ଆକ୍ରମଣରେ ବୃଦ୍ଧଙ୍କ ଚାଲିଗଲା ଜୀବନ
ବଡ଼ଗାଁ,୨୯।୧୦(ଡି.ଏନ୍.ଏ.) ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଧୀନ ଛାମୁଣ୍ଡା ଗ୍ରାମର ବାର୍ହା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଛାମୁଣ୍ଡା ଗ୍ରାମର ବିଶେଶ୍ୱର...

ଏନଟିପିସି ଦର୍ଲିପାଲିକୁ ମିଳିଲା ପର୍ଯ୍ୟାବରଣ ଉତ୍କର୍ଷତା ପୁରସ୍କାର
ସୁନ୍ଦରଗଡ,୧୫।୩(ଡି.ଏନ.ଏ): ଥର୍ମାଲ ପାଓ୍ବାର କ୍ଷେତ୍ରରେ ପର୍ଯ୍ୟାବରଣ ଉତ୍କର୍ଷତା ପାଇଁ ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାଓ୍ବାର ଷ୍ଟେଶନ ((୨×୮୦୦)କୁ ଆପେକ୍ସ ଇଣ୍ଡିଆ ଗ୍ରୀନ ଲିଫ ଆଓ୍ବାର୍ଡ-୨୦୨୨ର...

ଏଡିଏମ୍ ବିଶ୍ୱଜିତ୍ଙ୍କ କୁବେର ସମ୍ପତ୍ତି : ସରକାରୀ ବାସଭବନରେ ଚଢ଼ାଉ
ସୁନ୍ଦରଗଡ଼,୧୨।୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ୍ ମହାପାତ୍ର ଶୁକ୍ରବାରଠାରୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଶନିବାର ତାଙ୍କୁ ସୁନ୍ଦରଗଡ଼ଠାରେ...