ମାତ୍ର ୧୭ ବର୍ଷରେ ୨ ସନ୍ତାନର ମା’ ହୋଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ହିନ୍ଦୀ ସିନେମାରେ ଏପରି ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି, ଯାହା ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହିବ। ଏମିତି ଏକ ଚଳଚ୍ଚିତ୍ର ହେଉଛି ୧୯୭୫ର ‘ଶୋଲେ’। ଏହି ଚଳଚ୍ଚିତ୍ରରେ ମାଉସୀ ଭୂମିକାରେ ଅଭିନୟ କରି ପ୍ରସିଦ୍ଧ ହୋଇଥିଲେ ଅଭିନେତ୍ରୀ ଲୀଲା ମିଶ୍ର। ‘ଶୋଲେ’ ଚଳଚ୍ଚିତ୍ରର ପ୍ରତ୍ୟେକ ଚରିତ୍ର ଭିନ୍ନ ଥିଲା ଏବଂ ତଥାପି ଲୋକଙ୍କ ମନରେ ସବୁ ଚରିତ୍ର ଆଜିବି ଉଜ୍ଜୀବିତ ଅଛି। ମାଉସୀଙ୍କ ଚରିତ୍ରକୁ ମଧ୍ୟ ଲୋକମାନେ ମଧ୍ୟ ଭଲ ପାଉଥିଲେ। ମାଉସୀ ଏବଂ ଜୟ (ଅମିତାଭ ବଚ୍ଚନ)ଙ୍କ ସଂଳାପ ଏବେ ମଧ୍ୟ ଲୋକଙ୍କ ହୃଦୟରେ ଅଛି। ତାଙ୍କ ସମୟର ପ୍ରସିଦ୍ଧ ଅଭିନେତ୍ରୀ ଲୀଲା ମିଶ୍ର ଉତ୍ତରପ୍ରଦେଶର ଏକ ଗାଁର ଜମିଦାରଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ଝିଅମାନଙ୍କୁ ତାଙ୍କ ଘରେ ପଢିବାକୁ ଅନୁମତି ଦିଆଯାଉ ନ ଥିବାରୁ ଲୀଲା ପାଠ ପଢିପାରି ନ ଥିଲେ। ଏହି କାରଣରୁ ଲୀଲା ବହୁତ କମ ବୟସରେ ବିବାହ କରିଥିଲେ। ତାଙ୍କୁ ମାତ୍ର ୧୨ ବର୍ଷ ହୋଇଥିବା ବନାରସର ବାସିନ୍ଦା ରାମ ପ୍ରସାଦ ମିଶ୍ରଙ୍କୁ ସେ ବିବାହ କରିଥିଲେ। ବିବାହର କିଛି ବର୍ଷ ମଧ୍ୟରେ ଲୀଲା ମା’ ହୋଇଥିଲେ। ସେ ତାଙ୍କ ଜୀବନର ୧୭ ବର୍ଷ ପୂରଣ କରିବା ବେଳକୁ ସେ ଦୁଇ କନ୍ୟା ସନ୍ତାନର ମା’ ହୋଇଥିଲେ। ରାମ ପ୍ରସାଦଙ୍କ ପ୍ରକୃତି ଅତ୍ୟନ୍ତ ଖୋଲା ମନୋଭାବର ଥିଲା, ସେ ଲୀଲାଙ୍କ ଉପରେ କୌଣସି ବିଷୟରେ ଚାପ ପକାଇ ନ ଥିଲେ। ଲୀଲାଙ୍କୁ ତାଙ୍କ ନିଷ୍ପତ୍ତି ନେବା ପାଇଁ ସମ୍ପୂର୍ଣ୍ଣ ସ୍ବାଧୀନତା ମଧ୍ୟ ଦିଆଯାଇଥିଲ। ରାମ ପ୍ରସାଦ ପ୍ରାୟତଃ ବମ୍ବେ ଆସି ସେଠାରେ କାଶ୍ମୀରୀ ନାଟକରେ କାମ କରୁଥିଲେ। ରାମ ପ୍ରସାଦଙ୍କ ଜଣେ ବନ୍ଧୁ ବମ୍ବେରେ ରହୁଥିଲେ, ଯିଏ ଦାଦା ସାହେବ ଫାଲକେଙ୍କ ଫିଲ୍ମ କମ୍ପାନୀରେ କାମ କରୁଥିଲେ। ଦିନେ ସେ ରାମ ପ୍ରସାଦଙ୍କ ଘରକୁ ଆସିଲେ। ସେ ଲୀଲାଙ୍କୁ ଦେଖିଥିଲେ ଏବଂ ତାଙ୍କର ସୌନ୍ଦର୍ଯ୍ୟ ଦେଖି ଫିଲ୍ମରେ କାମ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଲୀଲାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri