ମାତ୍ର ୧୭ ବର୍ଷରେ ୨ ସନ୍ତାନର ମା’ ହୋଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ହିନ୍ଦୀ ସିନେମାରେ ଏପରି ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି, ଯାହା ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହିବ। ଏମିତି ଏକ ଚଳଚ୍ଚିତ୍ର ହେଉଛି ୧୯୭୫ର ‘ଶୋଲେ’। ଏହି ଚଳଚ୍ଚିତ୍ରରେ ମାଉସୀ ଭୂମିକାରେ ଅଭିନୟ କରି ପ୍ରସିଦ୍ଧ ହୋଇଥିଲେ ଅଭିନେତ୍ରୀ ଲୀଲା ମିଶ୍ର। ‘ଶୋଲେ’ ଚଳଚ୍ଚିତ୍ରର ପ୍ରତ୍ୟେକ ଚରିତ୍ର ଭିନ୍ନ ଥିଲା ଏବଂ ତଥାପି ଲୋକଙ୍କ ମନରେ ସବୁ ଚରିତ୍ର ଆଜିବି ଉଜ୍ଜୀବିତ ଅଛି। ମାଉସୀଙ୍କ ଚରିତ୍ରକୁ ମଧ୍ୟ ଲୋକମାନେ ମଧ୍ୟ ଭଲ ପାଉଥିଲେ। ମାଉସୀ ଏବଂ ଜୟ (ଅମିତାଭ ବଚ୍ଚନ)ଙ୍କ ସଂଳାପ ଏବେ ମଧ୍ୟ ଲୋକଙ୍କ ହୃଦୟରେ ଅଛି। ତାଙ୍କ ସମୟର ପ୍ରସିଦ୍ଧ ଅଭିନେତ୍ରୀ ଲୀଲା ମିଶ୍ର ଉତ୍ତରପ୍ରଦେଶର ଏକ ଗାଁର ଜମିଦାରଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ଝିଅମାନଙ୍କୁ ତାଙ୍କ ଘରେ ପଢିବାକୁ ଅନୁମତି ଦିଆଯାଉ ନ ଥିବାରୁ ଲୀଲା ପାଠ ପଢିପାରି ନ ଥିଲେ। ଏହି କାରଣରୁ ଲୀଲା ବହୁତ କମ ବୟସରେ ବିବାହ କରିଥିଲେ। ତାଙ୍କୁ ମାତ୍ର ୧୨ ବର୍ଷ ହୋଇଥିବା ବନାରସର ବାସିନ୍ଦା ରାମ ପ୍ରସାଦ ମିଶ୍ରଙ୍କୁ ସେ ବିବାହ କରିଥିଲେ। ବିବାହର କିଛି ବର୍ଷ ମଧ୍ୟରେ ଲୀଲା ମା’ ହୋଇଥିଲେ। ସେ ତାଙ୍କ ଜୀବନର ୧୭ ବର୍ଷ ପୂରଣ କରିବା ବେଳକୁ ସେ ଦୁଇ କନ୍ୟା ସନ୍ତାନର ମା’ ହୋଇଥିଲେ। ରାମ ପ୍ରସାଦଙ୍କ ପ୍ରକୃତି ଅତ୍ୟନ୍ତ ଖୋଲା ମନୋଭାବର ଥିଲା, ସେ ଲୀଲାଙ୍କ ଉପରେ କୌଣସି ବିଷୟରେ ଚାପ ପକାଇ ନ ଥିଲେ। ଲୀଲାଙ୍କୁ ତାଙ୍କ ନିଷ୍ପତ୍ତି ନେବା ପାଇଁ ସମ୍ପୂର୍ଣ୍ଣ ସ୍ବାଧୀନତା ମଧ୍ୟ ଦିଆଯାଇଥିଲ। ରାମ ପ୍ରସାଦ ପ୍ରାୟତଃ ବମ୍ବେ ଆସି ସେଠାରେ କାଶ୍ମୀରୀ ନାଟକରେ କାମ କରୁଥିଲେ। ରାମ ପ୍ରସାଦଙ୍କ ଜଣେ ବନ୍ଧୁ ବମ୍ବେରେ ରହୁଥିଲେ, ଯିଏ ଦାଦା ସାହେବ ଫାଲକେଙ୍କ ଫିଲ୍ମ କମ୍ପାନୀରେ କାମ କରୁଥିଲେ। ଦିନେ ସେ ରାମ ପ୍ରସାଦଙ୍କ ଘରକୁ ଆସିଲେ। ସେ ଲୀଲାଙ୍କୁ ଦେଖିଥିଲେ ଏବଂ ତାଙ୍କର ସୌନ୍ଦର୍ଯ୍ୟ ଦେଖି ଫିଲ୍ମରେ କାମ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଲୀଲାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୁକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୁକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୁକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୁକ ଯୁବତୀ(୨୧)ଙ୍କୁ…

ବସ୍‌ ମାଲିକ ସଂଘର ପୂର୍ବତନ ସମ୍ପାଦକଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଘରୋଇ ବସ୍‌ ମାଲିକ ସଂଘ ଭଞ୍ଜନଗରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଉପସଭାପତି ସୁବାସ ଚନ୍ଦ୍ର ଦିହୁଡିଙ୍କର ରବିବାର ଅପରାହ୍ନରେ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri