ଚାଇନାର ବିଆର୍‌ଆଇକୁ ଝଟକା

ଏଲମାଉ, ୨୮।୬: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ବେଲ୍ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ)କୁ ପ୍ରତିହତ କରିବା ପାଇଁ ଜି-୭ ରାଷ୍ଟ୍ର ମୁଖ୍ୟମାନେ ୬୦୦ ବିଲିୟନ ଡଲାରର ଏକ ଭିତ୍ତିଭୂମି ନିର୍ମାଣ ପ୍ରକଳ୍ପର ଯୋଜନା କରିଛନ୍ତି। ପାର୍ଟନରଶିପ୍‌ ଫର୍‌ ଗ୍ଲୋବାଲ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଆଣ୍ଡ୍‌ ଇନ୍‌ଭେଷ୍ଟମେଣ୍ଟ (ପିଜିଆଇଆଇ) ଫଣ୍ଡ୍‌ କୌଣସି ଦାନ କିମ୍ବା ସହାୟତା ନୁହେଁ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଏହା ଏକ ନିବେଶ ଏବଂ ଭବିଷ୍ୟତରେ ସମସ୍ତେ ଏଥିରୁ ଉପକୃତ ହେବେ ବୋଲି ଜି-୭ ଦେଶ ନେତାଙ୍କ ସହ ଏକ ବୈଠକରେ ବାଇଡେନ୍‌ ପ୍ରକାଶ କରିଛନ୍ତି। ଏହି ବିଶାଳ ଫଣ୍ଡ୍‌ ବିକାଶଶୀଳ ତଥା ନିମ୍ନ ଆୟ ଥିବା ଦେଶଗୁଡ଼ିକରେ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ନିମନ୍ତେ ଅର୍ଥ ଯୋଗାଇବ। ୫ ବର୍ଷରେ ଜି-୭ ନେତାମାନେ ପିଜିଆଇଆଇ ପାଇଁ ୬୦୦ ବିଲିୟନ ଡଲାର ଫଣ୍ଡ୍‌ ଠୁଳ କରିବାର ଲକ୍ଷ୍ୟ ରଖାଯାଇଛି।
ମଲ୍ଟି-ଟ୍ରିଲିୟନ ଡଲାର ଭିତ୍ତିଭୂମି ନିର୍ମାଣ ଯୋଜନାକୁ ବିଶ୍ୱବ୍ୟାପୀ ସମାଲୋଚନା କରାଯାଉଛି। ଏଥିଯୋଗୁ ଅନେକ ଦେଶ ଋଣବୋଝ ବୋହୁଛନ୍ତି। ଏହା ସତ୍ତ୍ୱେ ବେଜିଂ ବିଆର୍‌ଆଇ ପ୍ରକଳ୍ପ କାର୍ଯ୍ୟ ଜାରି ରଖିଛି। ଜି-୭ ଦେଶ ତଥା ଆମେରିକା, ବ୍ରିଟେନ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ଜାପାନ ଦ୍ୱାରା ଏହି ପ୍ରାଇଭେଟ୍‌ ଏବଂ ପବ୍ଲିକ୍‌ ଫଣ୍ଡ୍‌ ନିମନ୍ତେ ଗତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ସମ୍ମିଳନୀରେ ପ୍ରସ୍ତାବିତ ହୋଇଥିଲା। ଏହି ଯୋଜନାରେ ଗଣତାନ୍ତ୍ରିକ ଦେଶଗୁଡ଼ିକ ସହ ଅନ୍ୟରାଷ୍ଟ୍ରଗୁଡ଼ିକ ଭାଗୀଦାରି ମାଧ୍ୟମରେ ଲାଭ ପାଇପାଇପାରିବେ ବୋଲି ବାଇଡେନ୍‌ କହିଛନ୍ତି। ଆମେରିକା ସେଥିରୁ ୨୦୦ ବିଲିୟନ ଡଲାର ନିବେଶ କରିବା ନିମନ୍ତେ ସେ ଘୋଷଣା କରିଛନ୍ତି। ସେହିପରି ୟୁରୋପୀୟ ସଂଘ ଏଥିରେ ୩୦୦ ବିଲିୟନ ୟୁରୋ ପାଣ୍ଠିରେ ଯୋଗ କରିବାକୁ ନିଷ୍ପତ୍ତି ନେଇଛି। ଜଳବାୟୁ ପରିବର୍ତ୍ତନ, ବୈଶ୍ୱିକ ସ୍ବାସ୍ଥ୍ୟ, ଲିଙ୍ଗଗତ ସମାନତା ନିଶ୍ଚିତ କରିବା ସହ ଡିଜିଟାଲ ଇନ୍‌ଫ୍ରାଷ୍ଟ୍ରକଚର ନିର୍ମାଣ ମଧ୍ୟ ଏହି ଯୋଜନା ଅନ୍ତର୍ଗତ ହେବ। ସେଥିମଧ୍ୟରୁ କିଛି ପ୍ରମୁଖ ପ୍ରକଳ୍ପ ମଧ୍ୟରେ ସେନେଗାଲର ଆଙ୍ଗୋଲାରେ ଥିବା ଭାକ୍ସିନ୍‌ ପ୍ରସ୍ତୁତକାରୀ ଫାସିଲିଟିରେ ଏକ ସୋଲାର-ପାଓ୍ବାର ପ୍ରୋଜେକ୍ଟ ଏବଂ ସିଙ୍ଗାପୁରରୁ ଇଜିପ୍ଟ ଏବଂ ହର୍ନ ଅଫ୍‌ ଆଫ୍ରିକା ଦେଇ ଫ୍ରାନ୍ସକୁ ବୁଡ଼ାଜାହାଜ ସହ ଯୋଗାଯୋଗ ନିମନ୍ତେ ଟେଲିକମ୍ୟୁନିକେଶନ ସୁବିଧା ଅନ୍ତର୍ଭୁକ୍ତ।
ଜିନ୍‌ପିଙ୍ଗ୍‌ ଲଞ୍ଚ୍‌ କରିଥିବା ବିଆର୍‌ଆଇ ପ୍ରୋଜେକ୍ଟ ମାଧ୍ୟମରେ ଚାଇନା ବିଭିନ୍ନ ଦେଶକୁ ବନ୍ଦର, ରାସ୍ତା, ପୋଲ ଆଦି ବିଭିନ୍ନ ଭିତ୍ତିଭୂମି ନିର୍ମାଣ ନିମନ୍ତେ ଅର୍ଥ ଋଣ ଆକାରରେ ଦେଉଛି। ଏହି ଭିତ୍ତିଭୂମି ଜରିଆରେ ଚାଇନା ନିଜ ବାଣିଜ୍ୟ କାରବାର ବଢ଼ାଇବା ଉଦ୍ଦେଶ୍ୟ ରଖିଛି। ତେବେ ଚାଇନାର ଏହି ଚାଲ୍‌ରେ ପଡ଼ି ଶ୍ରୀଲଙ୍କା ସମେତ ଏକାଧିକ ଦେଶ ଏବେ ଋଣବୋଝରେ ବୁଡ଼ିଛନ୍ତି। ଋଣ ଅର୍ଥ ବଦଳରେ ବେଜିଂ ସମ୍ପୃକ୍ତ ଦେଶର ପ୍ରମୁଖ ସହର ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ କବ୍‌ଜା କରିବାରେ ଲାଗିଛି। ଚାଇନାକୁ କାଉଣ୍ଟର କରିବାକୁ ଆମେରିକା ନେତୃତ୍ୱରେ ଗତବର୍ଷ ବ୍ରିଟେନରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ‘ବିଲ୍ଡ ବ୍ୟାକ୍‌ ବେଟର ଓ୍ବାଲର୍‌ଡ’ ନାମରେ ଏକ ପ୍ରୋଜେକ୍ଟ ନିମନ୍ତେ ପ୍ରଥମେ ଚିନ୍ତା କରାଯାଇଥିଲା। ଚଳିତ ବର୍ଷ ଜର୍ମାନୀରେ ଆୟୋଜିତ ହେଉଥିବା ଜି-୭ ସମ୍ମିଳନୀରେ ଏହାକୁ ପିଜିଆଇଆଇ ନାମକରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri