Posted inଖେଳ

ପାକିସ୍ତାନ ଅଭିନେତ୍ରୀଙ୍କ ସହ ରୋମାଣ୍ଟିକ ହେଲେ ଭାରତର ଜ୍ୱାଇଁ: ସାନିଆଙ୍କୁ ସତର୍କ ରହିବାକୁ ପ୍ରଶଂସକ ଦେଲେ ପରାମର୍ଶ

ଦୁବାଇ,୧୫।୧୧: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ପାକିସ୍ତାନୀ ଅଭିନେତ୍ରୀ ଆୟେଶା ଉମରଙ୍କ ସହ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଆୟେଶା ଏହି ଫଟୋଗୁଡ଼ିକୁ ଶୋଏବଙ୍କ ସହ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ତାଙ୍କ ଦ୍ୱାରା ଫଟୋ ଶେୟାର କରିବା ପରେ ପ୍ରଶଂସକଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ଆସିଛି। ଏହା ପରେ ଅନେକ ପ୍ରଶଂସକ ସାନିଆଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ଆରମ୍ଭ କରିଥିବାବେଳେ କେତେକ କହିଛନ୍ତି ଯେ ଶୋଏବ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବାକୁ ପ୍ରସ୍ତୁତ ହେଉଛନ୍ତି୧
ଭାଇରାଲ ହୋଇଥିବା ଫଟୋରେ ଶୋଏବ ମଲିକ ଅଭିନେତ୍ରୀ ଆୟେଶା ଉମରଙ୍କ ସହ ସୁଇମିଂ ପୁଲରେ ନଜର ଆସିଛନ୍ତି। ଉଭୟଙ୍କୁ ଫଟୋରେ ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳିଛି। ଏହି ଗ୍ଲାମରସ ଫଟୋ ଭାଇରାଲ ହେବା ପରେ ଶୋଏବ ମଲିକ ତାଙ୍କ ସ୍ତ୍ରୀ ସାନିଆ ମିର୍ଜାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଉଠିଛି। ଶୋଏବଙ୍କ ସହ ଆୟେଶାଙ୍କ ଘନିଷ୍ଠତା ଦେଖି କିଛି ପ୍ରଶଂସକ ସାନିଆଙ୍କୁ ମଲିକଠାରୁ ଦୂରେଇ ଯିବାକୁ କହିଛନ୍ତି। କେତେକ ପ୍ରଶଂସକ ସାନିଆଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଟି -୨୦ ବିଶ୍ୱକପରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ପାକିସ୍ତାନର ବିଜୟ ପରେ ଆୟେଶା ଏହି ଫଟୋଗୁଡ଼ିକୁ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି।
ଶୋଏବ ମଲିକ ଏବଂ ଆୟେଶା ଉମରଙ୍କ ଏହି ଭାଇରାଲ ଫଟୋଗୁଡ଼ିକ ପ୍ରାୟ ଏକ ମାସ ପୂର୍ବର ବୋଲି କୁହାଯାଇଛି। ଏକ ସ୍ଥାନୀୟ ପତ୍ରିକା ପାଇଁ ଏହା ଶୁଟ କରାଯାଇଥିଲା। ଶୋଏବ ଏବଂ ଆୟେଶା ଏହି ପତ୍ରିକା ପାଇଁ ବିଭିନ୍ନ ଶୈଳୀରେ ପୋଜ କରିଥିଲେ। ଏହି ଫଟୋଗୁଡ଼ିକ ମଧ୍ୟରୁ ଅଧିକାଂଶ ପାକିସ୍ତାନୀ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
ପ୍ରଶଂସକଙ୍କ ଦ୍ୱାରା ଆଲୋଚନା ହେବା ପରେ ଆୟେଶା ନୀରବତା ଭାଙ୍ଗିଛନ୍ତି। ସେ କହିଛନ୍ତି, ଶୋଏବ ଜଣେ ବିବାହିତ ପୁରୁଷ, ସେ ତାଙ୍କ ସ୍ତ୍ରୀ ସାନିଆଙ୍କ ସହ ବହୁତ ଖୁସି, ଉଭୟଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି। ଭଲ ବନ୍ଧୁ ହେବା ବ୍ୟତୀତ, ଆମେ ଦୁହେଁ ପରସ୍ପରର ଶୁଭେଚ୍ଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?