Posted inଜାତୀୟ

ମାସ୍କ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୋପାଳ,୨୩ ।୧୧: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନା ସଂକ୍ରମଣ ସଂଖ୍ୟା । ଏହାକୁ ଦେଖି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋମବାର ଭୋପାଳରେ ମାସ୍କ ବାଣ୍ଟିଛନ୍ତି । ସାଧାରଣ ଲୋକଙ୍କ ମଧ୍ୟରେ ମାସ୍କ ବଣ୍ଟନ କରି ସେ କରୋନା ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ସୂଚନାଯୋଗ୍ୟ, ଏବେ ଦେଶରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇଛି । ଗୋଟିଏ ପଟେ ଶୀତଋତୁ ଆରମ୍ଭ ହୋଇ ଯାଇଥିବା ବେଳେ ଅନ୍ୟପଟେ ଦେଶରେ ଏବେ ଚାଲିଛି ଅନ୍‌ଲକ୍ । ତେଣୁ ସାଧାରଣ ଲୋକେ ଭାବୁଛନ୍ତି ବୋଧହୁଏ କରୋନା ମହାମାରୀ ଆଉ ନାହିଁ । ତେଣୁ ଅଧିକାଂଶ ଲୋକେ ମାସ୍କ ପିନ୍ଧିବା ଛାଡିଦେବା ସହ ସାମାଜିକ ଦୂରତା କଥା ମଧ୍ୟ ଭୁଲି ଗଲେଣି । ଏହାଫଳରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏହାକୁ ଦେଖି କିଛି ରାଜ୍ୟ ପୁଣିଥରେ ଲକ୍‌ଡାଉନ ଚେତାବନୀ ଦେବାସହ କିଛି ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ବି ହୋଇ ଗଲାଣି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଏହି ପଦକ୍ଷେପ ଖୁବ ସ୍ୱାଗତଯୋଗ୍ୟ ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ରେ ଏମିତି ବଦଳିଲା ଶ୍ରମିକଙ୍କ ଭାଗ୍ୟ

ଲକ୍‌ଡାଉନ୍‌ ପାଇଁ ରୋଜଗାର ଠାରୁ ଅର୍ଥ ବ୍ୟବସ୍ଥା ସବୁକିଛି ଏବେ ସଙ୍କଟରେ। ମାତ୍ର ଏହି ସମୟରେ ମଧ୍ୟପ୍ରଦେଶର ପନ୍ନାରେ ଜଣେ ଶ୍ରମିକଙ୍କ ଭାଗ୍ୟ ଖୋଲିଯାଇଛି। ଆନନ୍ଦୀ...

କ୍ୟାବିନେଟ ବୈଠକ: କୃଷକ, ବ୍ୟବସାୟୀଙ୍କୁ ମୋଦି ସରକାରଙ୍କ ବଡ ଉପହାର

ନୂଆଦିଲ୍ଲୀ,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର, ନୀତିନ ଗଡକରି ଓ...

ପୋଲିସ ବାବୁଙ୍କ ମୁଣ୍ଡରୁ ଉକୁଣି ବାଛୁଚି ମାଙ୍କଡ଼: ଭିଡିଓ ଭାଇରାଲ

ଲକ୍ଷ୍ନୌ,୯।୧୦: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଏକ ମାଙ୍କଡ଼ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ମୁଣ୍ଡରୁ ଉକୁଣି...

କରୋନାକୁ ନେଇ କେନ୍ଦ୍ର ସତର୍କ: ୟୁପି, ପଞ୍ଜାବ, ହିମାଚଳରେ ନିଯୁକ୍ତ ହେବେ କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ,୨୨ ।୧୧: ଦେଶରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ସତର୍କ ହୋଇଯାଇଛନ୍ତି । ଯେଉଁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି...

ଜନ୍ମମାସ କୁହେ ବ୍ୟକ୍ତି କେତେ ରୋମାଣ୍ଟିକ୍‌

ଜନ୍ମମାସ ଓ ରାଶିରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ କିଛି ସୂଚନା ମିଳିଥାଏ। ତେବେ ଜୁଲାଇ ମାସରେ ଜନ୍ମିତ ବ୍ୟକ୍ତିଙ୍କ ପାଖରେ ରହିଛି କିଛି ବିଶେଷତ୍ୱ।...

ବଜାରକୁ ଆସିଲା ମୋନଲୁପିରାଭିର୍‌

ମୁମ୍ବାଇ, ୫ା୧: ନିକଟରେ ଜରୁରିକାଳୀନ ବ୍ୟବହାର ନିମନ୍ତେ ଅନୁମତି ପାଇଥିବା ସିପ୍‌ଲାର କୋଭିଡ୍‌ ଔଷଧ ମୋନଲୁପିରାଭିର୍‌ ସୋମବାର ଭାରତରେ ଲଞ୍ଚ ହୋଇଛି। ୫ ଦିନିଆ କୋର୍ସ...

ଜନପ୍ରତିନିଧିଙ୍କ ବିରୋଧରେ ମାମଲା ହାଇକୋର୍ଟଙ୍କ ଅନୁମତି ବିନା ପ୍ରତ୍ୟାହାର ହେବ ନାହିଁ…

ନୂଆଦିଲ୍ଲୀ,୧୦।୮: ଜନପ୍ରତିନିଧିଙ୍କ ବିରୋଧରେ ମାମଲା ହାଇକୋର୍ଟଙ୍କ ଅନୁମତି ବିନା ପ୍ରତ୍ୟାହାର ହେବ ନାହିଁ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି ହୋଇଛି। ସୁପ୍ରିମକୋର୍ଟ...

ଜ୍ୟାକଲିନଙ୍କୁ ଜାମିନ

ମୁମ୍ବାଇ,୧୫ ।୧୧: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜଙ୍କୁ ପଟିଆଲା ହାଉସ କୋର୍ଟ ପକ୍ଷରୁ ମିଳିଛି ଆଶ୍ୱସ୍ତି । କୋର୍ଟ ପକ୍ଷରୁ ତାଙ୍କୁ...

Advertisement
Archives

Model This Week