Posted inଜାତୀୟ

ଭିଡ଼ ହିଂସା ନେଇ ଶିବରାଜ-କମଳନାଥ ମୁହାଁମୁହିଁ…

ଭୋପାଳ, ୨୧।୫ : ଦେଶରେ ମଧ୍ୟପ୍ରଦେଶର ନିମଚରେ ଭିଡ଼ ହିଂସା ମାମଲାରେ କଂଗ୍ରେସ ଭାଜପା ମୁହାଁମୁହିଁ ହୋଇଛନ୍ତି। ଏଠାରେ ଜଣେ ବୃଦ୍ଧଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। କୁହାଯାଉଛି ଯେ ବୃଦ୍ଧ ଜଣଙ୍କୁ ମୁସଲମାନ ଭାବି ମାଡ ଦିଆଯାଇଥିଲା, କିନ୍ତୁ ପରେ ଜଣାପଡ଼ିଥିଲା ଯେ ତାଙ୍କ ନାମ ଭଓ୍ବଁରଲାଲ ଜୈନ। ଏନେଇ ଅଭିଯୋଗ ଭାଜପା ନେତାଙ୍କ ଉପରେ ଅଣାଯାଇଛିି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।
ମୁଖ୍ୟ ଅଭିଯୁକ୍ତ ଭାଜପା ନେତା ଦୀନେଶ କୁଶୱା ବୋଲି କୁହାଯାଉଛି। ମନାସା ଭାଜପା ମଣ୍ଡଳର ଅଧ୍ୟକ୍ଷ ମୁକେଶ ଡାଙ୍ଗିଙ୍କ ଅନୁଯାୟୀ ଅଭିଯୁକ୍ତ ହେଉଛନ୍ତି ନଗର ପରିଷଦର ପୂର୍ବତନ କାଉନସିଲର ବିନା କୁଶୱାହଙ୍କ ସ୍ବାମୀ। ସେ ବର୍ତ୍ତମାନ ଭାଜପା ସଂଗଠନରେ କୌଣସି ପଦବୀରେ ନାହାଁନ୍ତି।

ଏହି ପ୍ରସଙ୍ଗରେ ପୋଲିସ ଏବେ ବି ନୀରବ ରହିଛି। ଏହା କୁହାଯାଉଛି ଯେ ଘଟଣାରେ ଅଭିଯୁକ୍ତମାନେ ପଳାଉଛନ୍ତି। ଏହାର ତଦନ୍ତ ଚାଲିଛି। ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହ୍ବାନ ସରକାର ବର୍ତ୍ତମାନ ଏହି ଘଟଣାରେ ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି।

ଏହି ଘଟଣାରେ କଂଗ୍ରେସ ରାଜ୍ୟ ସରକାରଙ୍କୁ ତୀବ୍ର ଆକ୍ରମଣ କରିଛି। ଏହି ଘଟଣାରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି ଯେ ରାଜ୍ୟରେ କଣ ଘଟୁଛି ତାହା ସରକାର ଜାଣିବାକୁ ଚେଷ୍ଟା କରୁ ନାହାନ୍ତି। ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆଉ କେତେ ଦିନ ପର୍ଯ୍ୟନ୍ତ ଏହିପରି ହତ୍ୟା ଜାରି ରହିବ। ଅପରାଧୀମାନେ କାହିଁକି ଏପରି କରୁଛନ୍ତି? କେବଳ ସରକାରୀ କାର୍ଯ୍ୟକ୍ରମ ଉପରେ ସରକାରଙ୍କ ଧ୍ୟାନ ରହିଛି ବୋଲି କମଲନାଥ ଟୁଇଟ୍‌ କରି ଅଭିଯୋଗ କରିଛନ୍ତି।

ଏହି ଘଟଣାରେ କଂଗ୍ରେସ ନେତା ଜିତୁ ପାଟୱାରୀ କହିଛନ୍ତି ଯେ ନିମଚ ଘଟଣାରେ କଂଗ୍ରେସ ନେତା ଜିତୁ ପାଟୱାରୀ କହିଛନ୍ତି ଯେ ମୁସଲମାନ ସନ୍ଦେହରେ ଭାଜପା ଲୋକ କାହାକୁ କାହିଁକି ହତ୍ୟା କରିବେ। ଏହି ଘଟଣାର ଅନୁସନ୍ଧାନ କରାଯିବା ଉଚିତ ଏବଂ ସମ୍ପୃକ୍ତ ଲୋକଙ୍କ ବିରୋଧରେ ମାମଲା ପଞ୍ଜିକୃତ ହେବା ଉଚିତ। କାରଣ ସୋସିଆଲ ମିଡ଼ିଆ ଭିଡିଓରେ ବହୁ ଲୋକଙ୍କୁ ଦେଖିବାକୁ ମିଳୁଛି। ସେମାନଙ୍କୁ ଗିରଫ କରାଯିବା ଆବଶ୍ୟକ।

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଦେଇଛନ୍ତି। ଏଥିରେ ସେ କହିଛନ୍ତି ଯେ ମୃତକ ଜଣେ ବୃଦ୍ଧ ବ୍ୟକ୍ତି ଏବଂ ସେ ମାନସିକ ସ୍ତରରେ ମଧ୍ୟ ଅସୁସ୍ଥ ଥିଲେ। ସେ ଏଠାରେ ବୁଲାବୁଲି କରିଥିଲେ ଏବଂ ନିଜର ପରିଚୟକୁ ସଠିକ ଭାବରେ କହିପାରିନଥିଲେ। ସେ କହିଛନ୍ତି ଯେ ଘଟଣାର ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ ଅନେକ ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇଛି। ଆମେ ପୀଡିତାଙ୍କ ପରିବାର ସହିତ ନିରନ୍ତର ସମ୍ପର୍କରେ ରହିଛୁ ଏବଂ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୋସିଆଲ ମିଡ଼ିଆ ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ମଧ୍ୟପ୍ରଦେଶର ନିମଚରେ ଜଣେ ବୃଦ୍ଧ ଯିଏକି ମାନସିକ ସ୍ତରରେ ଅସୁସ୍ଥ ତାଙ୍କୁ କିଛି ଲୋକ ପିଟିବା ଆରମ୍ଭ କରୁଛନ୍ତି। ତାଙ୍କୁ ପଚରାଯାଇଥିଲା କି ତୁମେ ଜଣେ ମୁସଲମାନ, ଏହା ଉପରେ ବୃଦ୍ଧ ଜଣକ ନିବେଦନ କରୁଥିବା ଦେଖାଯାଇଥିଲା। କିନ୍ତୁ ଏହି ଲୋକମାନେ ତାଙ୍କୁ କ୍ରମାଗତ ଭାବରେ ପିଟୁଥିଲେ। କୁହାଯାଇଛି ଯେ ଅଭିଯୁକ୍ତଙ୍କୁ ମଧ୍ୟ ତାଙ୍କର ଆଧାର କାର୍ଡ ଦେଖାଇଥିଲେ। ଏହା ପରେ ବୃଦ୍ଧ ଜଣକ ଗୁରୁତର ଆହତ ହୋଇଥିଲେ ଏବଂ ମାଡ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଏହି ମାମଲାରେ ଅଭିଯୁକ୍ତକୁ ଚିହ୍ନଟ କରି ହତ୍ୟା ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri