ଆଖଣ୍ଡଳମଣିରେ ଶିବ ବିବାହ: ସରିଲା ମଙ୍ଗଳକୃତ୍ୟ

ଆରଡ଼ି,୩।୬(ଡି.ଏନ.ଏ.): ରାତି ପାହିଲେ ଦେବ ଦମ୍ପତିଙ୍କ ବାହାଘର। ଦେବଦେବ ମହାଦେବ ସାଜିବେ ବର ଓ ମାତା ପାର୍ବତୀ ସାଜିବେ କନ୍ୟା। ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଶୁକ୍ରବାର ଦେବ ଦମ୍ପତିଙ୍କ ମଙ୍ଗଳକୃତ୍ୟ ଶେଷ ହୋଇଛି।

ଭୋର ୪ ଟାରେ ମନ୍ଦିର ପହଡ଼ ଖୋଲାଯାଇ ସାଢ଼େ ୪ଟାରେ ମଙ୍ଗଳ ଆଳତି ସମ୍ପନ୍ନ ହୋଇଥିଲା। ପରେ ବାବାଙ୍କୁ ବିଧି ପୂର୍ବକ ହଳଦୀ ଲେପନ କରି ସ୍ନାନ କରାଯାଇଥିଲା। ପୂର୍ବାହ୍ନରେ ଦେବ ଦମ୍ପତିଙ୍କ ମଙ୍ଗଳକୃତ୍ୟ ପାଇଁ ଉଭୟ ବରପିତା ଦୁଷ୍ମନ୍ତ ପାଢ଼ୀ ଓ କନ୍ୟା ପିତା ଚନ୍ଦ୍ରମଣି ପାଢ଼ୀଙ୍କ ଘରେ ଭିଡ଼ ଜମିଥିଲା। ବେଦଜ୍ଞ ବ୍ରହ୍ମଶ୍ରୀଙ୍କ ମଙ୍ଗଳାଷ୍ଟକ ପାଠ ପରେ ସେବାୟତ ପରିବାରର ଧର୍ମପ୍ରାଣା ସଧବା ମହିଳାମାନେ ପ୍ରଥମେ ବାବା ଆଖଣ୍ଡଳମଣିଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଚନ୍ଦ୍ରଶେଖରଙ୍କୁ ହଳଦୀ ଲେପନ କରି ସୁବାସିତ ଜଳରେ ସ୍ନାନ କରାଇଥିଲେ। ପରେ ମାତା ପାର୍ବତୀଙ୍କୁ ସୁବାସିତ ଜଳରେ ସ୍ନାନ କରାଇ ହଳଦିଆ ବସ୍ତ୍ର ପିନ୍ଧାଇ କନ୍ୟା ବେଶରେ ସଜ୍ଜିତ କରାଇଥିଲେ। ଏହାପରେ ଉଭୟ ପରିବାର ବରଧରା ସମ୍ପର୍କରେ ଆଲୋଚନା କରିଥିଲେ।

ଶନିବାର ପୂର୍ବାହ୍ନ ୧୦ଟାରେ ହନୁମାନଙ୍କୁ ବରଧରା ବେଶରେ ସଜ୍ଜିତ କରି ବରପିତାଙ୍କ ଗୃହକୁ ପଠାଇବେ ବୋଲି କନ୍ୟାପିତା କହିଥିଲେ। ଏହାକୁ ସ୍ବୀକାର ପୂର୍ବକ ବରଘର ପରିବାର ଲୋକେ ସମ୍ମତି ଜଣାଇଥିଲେ। ମଙ୍ଗଳକୃତ୍ୟ ପରେ ସମସ୍ତ ସେବାୟତଙ୍କ ପରିବାର କାନ୍ଥରେ ବିଧି ମୁତାବକ ବାହା ଚିତା ପଡ଼ିଥିଲା। ଶିବବିବାହ ଉତ୍ସବକୁ ସୁରୁଖୁରୁରେ ସମାପନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା ଅବ୍ୟାହତ ରହିଛି ବୋଲି ଧୂଷୁରୀ ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପୃଷ୍ଟି ଓ ଆରଡ଼ି ଫାଣ୍ଡି ଅଧିକାରୀ ବ୍ରଜ ବୈଦ୍ୟନାଥ ସୋରେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହରପାର୍ବତୀଙ୍କ ବିବାହ ଲାଗି ଲଗ୍ନଧରା

ବାହାନଗା,୨୯।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତର ଖରିଦା ଗ୍ରାମରେ ଥିବା ବିଶାଳପୋଖରୀର ମା’ଶକ୍ତି ପୀଠ ପରିସରରେ ହରପାର୍ବତୀଙ୍କ ବିବାହ ନିମନ୍ତେ ଲଗ୍ନଧରା କାର୍ଯ୍ୟ ଅନୁଷ୍ଠିତ...

ବିନା ପାରିଶ୍ରମିକରେ ମାସ୍କ ତିଆରି କରୁଛନ୍ତି ବାରିପଦାର ରାଜେନ୍ଦ୍ର: ଟୁଇଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ବାରିପଦା ଅଫିସ, ୩୧ା୩- ବାରିପଦା ସହରର ତକତପୁର ଅଞ୍ଚଳର ରାଜେନ୍ଦ୍ର କବାଟଙ୍କ ପରିବାରବର୍ଗ ବିନା ପାରିଶ୍ରମିକରେ ମାସ୍କ ତିଆରି କରୁଛନ୍ତି। ଏନେଇ ମଙ୍ଗଳବାର ‘ଧରିତ୍ରୀ’ରେ ଖବର...

ଉଚ୍ଚଶିକ୍ଷା ବିଭାଗରେ ୫-ଟି କଡ଼ାକଡ଼ି

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ଉଚ୍ଚଶିକ୍ଷା ବିଭାଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି କାର୍ଯ୍ୟକ୍ରମକୁ କଡ଼ାକଡ଼ି ଲାଗୁ କରାଯିବ। ଅଧ୍ୟାପକ ଏବଂ ଛାତ୍ରୀଛାତ୍ରଙ୍କ ଉପସ୍ଥାନକୁ ଗୁରୁତ୍ୱ ଦିଆଯିବ। ଅଧ୍ୟାପକ ଉପସ୍ଥାନ ରେକର୍ଡ...

ଆଜି ରାଜ୍ୟରୁ ୨୪୫ ପଜିଟିଭ୍‌ ଚିହ୍ନଟ, ଆଉ ୨ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୮।୧(ବ୍ୟୁରୋ) : ଶୁକ୍ରବାର ରାଜ୍ୟରେ ୨୪୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୩୯୬ରେ ପହଞ୍ଚିଥିବା ରାଜ୍ୟ...

CORONAVIRUS UPDATE:ରାଜ୍ୟରେ ଶତକ ଛୁଇଁଲା ୭ ଜିଲା; ସର୍ବାଧିକ ଆକ୍ରାନ୍ତ ତାଲିକା ଶୀର୍ଷରେ ଗଞ୍ଜାମ

ଭୁବନେଶ୍ୱର, ୨।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ଆଉ ୧୪୧ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ...

ହିଞ୍ଜିଳି ଥାନା ଅଞ୍ଚଳରୁ ଘନ ଘନ ଚୋରି

ହିଞ୍ଜିଳିକାଟୁ,୩୧।୫(ଡି.ଏନ୍‌.ଏ.) : ହିଞ୍ଜିଳି ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରୁ ଗତ ୨ଦିନରେ ଏକାଧିକ ଚୋରି ଅଭିଯୋଗ ହୋଇଛି। ଗୁରୁବାର ରାତିରେ ରାମଚନ୍ଦ୍ରପୁର ଗ୍ରାମର ହେମନ୍ତ ସେଠିଙ୍କ...

ବଢ଼ିଲା ବିଧାୟକଙ୍କ ସ୍ବାସ୍ଥ୍ୟବୀମା, ଏଣିକି ମିଳିବ ୧୦ ଲକ୍ଷ ଟଙ୍କାର ସୁବିଧା

ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟର ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବାର୍ଷିକ ସ୍ବାସ୍ଥ୍ୟବୀମା ପରିମାଣକୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାକୁ ନେଇ ବାରମ୍ବାର ଦାବି ହେଉଥିବା...

ନିମ୍ନ ମାନର ରାସ୍ତା, ଭୁଶୁଡିଲା ପିଏମ୍‌ଜିଏସ୍‌ୱାଇ କଲଭର୍ଟ

ଫୁଲବାଣୀ/ଗୋଛାପଡା,୨୪।୯: (ରାକେଶ କୁମାର ରାଉତ/ରୋହିତ କହଁର): କନ୍ଧମାଳ ଜିଲାରେ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ହେଉଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଛି। ଦୀର୍ଘ ବର୍ଷ ଧରି...

Advertisement
Archives

Model This Week