Posted inଜାତୀୟ

ମୋଦିଙ୍କ ରାଲିରେ ୧୨ କୋଟି ଟଙ୍କାର କାର୍‌: ପ୍ରଶ୍ନ ଉଠାଇଲେ ସଞ୍ଜୟ

ମୁମ୍ବାଇ,୩ ।୧: ଉତ୍ତରପ୍ରଦେଶର ମୁରାଦାବାଦରେ ୫ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ନିଜକୁ ଫକିର ବୋଲି କହିଥିଲେ । ଏବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ସଞ୍ଜୟ ସାମନାରେ ସାପ୍ତାହିକ ରୋକ-ଟୋକ କଲମରେ ଲେଖିଛନ୍ତି, ୨୮ ଡିସେମ୍ବରରେ ଦେଶର ଗଣମାଧ୍ୟମ ପ୍ରଧାନମନ୍ତ୍ରୀଙ୍କ ଲାଗି କିଣାଯାଇଥିବା ଗାଡିର ଫଟୋ ଦେଖାଇଥିଲେ । ଯେଉଁ ଗାଡିର ଦାମ ଥିଲା ୧୨ କୋଟି ଟଙ୍କା । ନିଜକୁ ଫକିର କହୁଥିବା ଓ ଦେଶୀ ଜିନିଷ ବ୍ୟବହାର କରିବାକୁ କହୁଥିବା ମୋଦି କିଭଳି ୧୨ କୋଟି ଟଙ୍କାର ବିଦେଶି ଗାଡି ବ୍ୟବହାର କରୁଛନ୍ତି ବୋଲି ସଞ୍ଜୟ ପ୍ରଶ୍ନ ଉଠାଇଛନ୍ତି । ଏବେ ମୋଦି ନିଜକୁ ଫକିର ନ କୁହନ୍ତୁ ବୋଲି ସଞ୍ଜୟ କହିଛନ୍ତି ।
ଗୋଟିଏ ପଟେ ମେକ ଇନ୍ ଇଣ୍ଡିଆ, ଷ୍ଟାର୍ଟଅପ ଇଣ୍ଡିଆ, ସ୍ୱଦେଶୀ ଜିନିଷର ବ୍ୟବହାର କରିବାକୁ ପ୍ରଚାର କରୁଥିବା ମୋଦି ନିଜେ ବିଦେଶୀ ଗାଡି ବ୍ୟବହାର କରୁଛନ୍ତି । ଯାହା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି ସେ କହିଛନ୍ତି । ସଞ୍ଜୟ କହିଛନ୍ତି ପଣ୍ଡିତ ନେହେରୁ , ବାବା ସାହେବ ଆମ୍ବେଦକର ସବୁବେଳେ ଦେଶରେ ନିର୍ମିତ ଗାଡି ବ୍ୟବହାର କରୁଥିଲେ । ଯେତେବେଳେ ଦେଶ ଦୁଇଭାଗ ହୋଇଥିଲା ଓ ଏମାନଙ୍କ ଜୀବନ ପ୍ରତି ବିପଦ ଥିଲା ସେତେବେଳେ ସେମାନେ ଦେଶରେ ନିର୍ମାଣ କରାଯାଇଥିବା ଗାଡି ବ୍ୟବହାର କରୁଥିଲେ । ହେଲେ ଏବେ ନିଜକୁ ଫକିର କହୁଥିବା ମୋଦି ବିଦେଶୀ ଗାଡି ବ୍ୟବହାର କରୁଛନ୍ତି । ଏହାର ଉତ୍ତର ଦେବାକୁ ଅବଶ୍ୟ ଭାରତୀୟ ଜନତା ପାର୍ଟି(ଭାଜପା) ବେଶୀ ବିଳମ୍ବ କରି ନାହିଁ । ମହାରାଷ୍ଟ୍ରର ଭାଜପା ନେତା ଅତୁଲ ଭାତକାଲକର କହିଛନ୍ତି ମର୍ସିଡିଜ ଗାଡିରେ ମୋଦି ନୁହେଁ ବରଂ ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟବହାର କରାଯାଉଛି । ଆଉ ଏହା ଏସପିଜିଙ୍କ କହିବା ଅନୁଯାୟୀ କିଣାଯାଇଛି । ଏପଟେ ଭାଜପା କହିଛି ଗାଡିର ଦାମ ୧୨ କୋଟି ନୁହେଁ ୪ କୋଟିରେ ଏହାକୁ କିଣାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରଜପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇଲେ ମୋଦି

ନୂଆଦିଲ୍ଲୀ, ୧୪।୬: ରଜପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ, ରଜ ପର୍ବ ସମାଜରେ ଆନନ୍ଦ...

ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହେଲେ ଶିବକୁମାର

ନୂଆଦିଲ୍ଲୀ,୧୪।୧୧: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ସୋମବାର ଦିଲ୍ଲୀସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।...

ମହାରାଷ୍ଟ୍ର ରାଜନୀତି: ଉଦ୍ଧବଙ୍କ ହାତରେ କ୍ଷମତା ରିମୋର୍ଟ କଣ୍ଟ୍ରୋଲ; କହିଲା ଶିବସେନା

ମୁମ୍ବାଇ,୨୭।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଏବେ ସରକାର ଗଠନ ପାଇଁ ଭାଜପା-ଶିବସେନା ମଧ୍ୟରେ ଛକାପଞ୍ଝା ଜାରି ରହିଛି। ତେବେ ଉଦ୍ଧବ ଠାକ୍‌ରେଙ୍କ ହାତରେ କ୍ଷମତା...

୮୦ ଘଣ୍ଟା ହେବ ବୋର୍‌ଓ୍ବେଲରେ ଫସିଥିବା ଶିଶୁର ଜନ୍ମଦିନରେ ବି ଉଦ୍ଧାର କାର୍ଯ୍ୟ ଜାରି

ଚଣ୍ଡିଗଡ଼,୧୦।୬: ପଞ୍ଜାବର ସୁନମଠାରେ ପାଖାପାଖି ୧୫୦ ଫୁଟ ଗଭିର ବୋରଓ୍ବେଲରେ ଫସି ରହିଥିବା ୨ ବର୍ଷର ଶିଶୁର ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା ଜଣାପଡିଛି।...

ଏସବୁ ୫ ରାଜ୍ୟରେ ଜାରି ରହିଛି କରୋନା ମହାମାରୀ ତାଣ୍ଡବ

ନୂଆଦିଲ୍ଲୀ, ୬।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଦେଶର ୫ଟି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

ଦୁର୍ଗା ପେଣ୍ଡାଲରେ ଡ୍ୟାନ୍ସ କରି ଚର୍ଚ୍ଚାରେ ମହିଳା ଏମ୍‌ପି

କୋଲକତା,୨୬।୧୦: କରୋନା ସମୟରେ ସାରା ଦେଶରେ ସତର୍କତାର ସହିତ ଦୁର୍ଗା ପୂଜା ପାଳନ କରାଯାଉଛି। ଏଥି ସହ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ଏମ୍‌ପି ନୁସରତ...

୫ ହଜାର ତଳେ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ଶହେରୁ କମ୍‌…

ନୂଆଦିଲ୍ଲୀ, ୭।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

ସର୍‌ନେମ୍‌ ଯୋଗୁ ଏହି ମହିଳାଙ୍କୁ ମିଳୁନି ଚାକିରି, ଲୋକେ କରୁଛନ୍ତି ଉପହାସ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୩।୭: ଅନେକ ଲୋକ ସେମାନଙ୍କର ସରନେମ୍‌ ଦ୍ୱାରା ମଧ୍ୟ ଜଣାଶୁଣା ଥାନ୍ତି। ସରନେମ୍‌ ସେମାନଙ୍କୁ ଏକ ଲୋକଙ୍କୁ ଏକ ଭିନ୍ନ ପରିଚୟ ଦେଇଥାଏ। କିନ୍ତୁ ଏସବୁ...

Advertisement
Archives

Model This Week