Posted inଜାତୀୟ

ପଶ୍ଚିମବଙ୍ଗ ନିର୍ବାଚନ ଟିଏମ୍‌ସିକୁ ସମର୍ଥନ ଦେବ ଶିବସେନା

କୋଲକାତା, ୪।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସହ ଛିଡ଼ା ହେବ ଶିବସେନା। ଏ ନେଇ ଶିବସେନା ପକ୍ଷରୁ ଗୁରୁବାର ସ୍ପଷ୍ଟ କରିିଛି। ତେବେ ଶିବସେନା ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ିବ ନାହିଁ। ପୂର୍ବରୁ ଏହି ରାଜ୍ୟର ବିଧାନସଭା ନିର୍ବାଚନ ଲଢ଼ିବାକୁ କହିଥିଲା। ଏବେ ଟିଏମ୍‌ସିକୁ ସମର୍ଥନରେ ଛିଡ଼ା ହେବାକୁ ପ୍ରତିଶ୍ରୁତି ଦେଇଛି। ବରିଷ୍ଠ ଶିବସେନା ନେତା ତଥା ରାଜ୍ୟ ସଭା ସଦସ୍ୟ ସଞ୍ଜୟ ରାଉତ୍‌ ଟୁଇଟ୍‌ କରି ଏହା ଜଣାଇଛନ୍ତି। ଦଳ ଅଧ୍ୟକ୍ଷ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ପୂର୍ବରୁ ଆର୍‌ଜେଡି ଏବଂ ସମାଜବାଦୀ ପାର୍ଟି ମମତାଙ୍କ ଦଳକୁ ସମର୍ଥନ ଜଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା-ଜେଡିୟୁ ମିଶି ଜିତିବେ ୨ଶହ ଆସନ: ନୀତୀଶ

ପାଟନା,୨୦।୯: ବିହାରରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେଠାରୁ କିନ୍ତୁ ରାଜନୀତି ହେଲାଣି ସରଗରମ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି...

ଭାଜପାର କମ୍ ନୀତୀଶଙ୍କ ଅଧିକ ସହଯୋଗୀ ଥିଲେ ସୁଶିଲ ମୋଦି: ଶିବାନନ୍ଦ

ପାଟନା,୧୭ ।୧୧: ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱରେ ପୁଣିଥରେ ସରକାର ଗଠନ କରାଯାଇଛି । ହେଲେ ଏଥର ସରକାରରେ ସୁଶୀଲ କୁମାର ମୋଦିଙ୍କୁ ନିଆଯାଇ ନାହିଁ...

ଦିଲ୍ଲୀ ସରକାରଙ୍କ ବଡ ଘୋଷଣା: ୨୪ ଘଣ୍ଟା ପ୍ରତିଘରକୁ ଯୋଗାଇ ଦିଆଯିବ ପାଣି

ନୂଆଦିଲ୍ଲୀ,୨୬ ।୯: ଦିଲ୍ଲୀ ମୁଖ୍ୟମନ୍ତୀ ଅରବିନ୍ଦ କେଜରିୱାଲ ଶନିବାର ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଏବେ ଦିଲ୍ଲୀରେ ୨୪...

ଭାରତ ପାଇଁ ଆବଶ୍ୟକ ୧୦ ହଜାର ଅମ୍ବାନୀ-୨୦ ହଜାର ଆଦାନୀ…

ନୂଆଦିଲ୍ଲୀ,୯।୧୧ : ଭାରତର ଜି-୨୦ ଶେର୍ପା ଅମିତାଭ କାଣ୍ଟ କହିଛନ୍ତି ଯେ ଭାରତର ବିକାଶ ପାଇଁ ୧୦ ହଜାର ଅମ୍ବାନୀ ଏବଂ ୨୦ ହଜାର ଆଦାନୀ...

ହାଇଜାକ ହୋଇଛି କୃଷକ ଆନ୍ଦୋଳନ: କଂଗ୍ରେସ ଏମ୍‌ପି

ଲୁଧିଆନା,୧୫ ।୧୨: କେନ୍ଦ୍ରର କୃଷି ଆଇନକୁ ନେଇ ଚାଲିଥିବା କୃଷକ ଆନ୍ଦୋଳନ ଏବେ ଭିନ୍ନ ମୋଡ ନେବାରେ ଲାଗିଲାଣି । ଏହାକୁ ନେଇ ଏବେ ରାଜନୀତି...

ଚଳନ୍ତା ଟ୍ରେନରୁ ସ୍ତ୍ରୀକୁ ପକେଇ ହତ୍ୟା କରିଥିବା ସ୍ବାମୀ ଗିରଫ

ମୁମ୍ବାଇ,୧୩।୧: ସ୍ତ୍ରୀ ପୁନମ ଚୋହ୍ବାନଙ୍କ ହତ୍ୟା ମାମଲାରେ ସ୍ବାମୀ ଅନଓ୍ବର ଅଲି ଶେଖଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ୩୭ ବର୍ଷୀୟା ପୁନମଙ୍କୁ ଟ୍ରେନରୁ ଠେଲି...

ଜରୁରୀ ସହାୟତା ପାଣ୍ଠି ଗଠନ କଲେ ମୋଦି

ନୂଆଦିଲ୍ଲୀ,୨୯ା୩(ପି.ଟି.): କରୋନା ସଂକ୍ରମଣ ରୋକିବା ସହ ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜରୁରିକାଳୀନ ସହାୟତା ପାଣ୍ଠି ଗଠନ ଲାଗି ଶନିବାର ଘୋଷଣା...

ଇଡ଼ି-ଆୟକର-ସିବିଆଇ ଟିମ୍‌କୁ ଅଙ୍ଗୁଳିରେ ନଚାଉଛନ୍ତି ସରକାର: ରାହୁଲ

ନୂଆଦିଲ୍ଲୀ,୪।୩: ଇଡ଼ି, ଆୟକର ଏବଂ ସିବିଆଇ ଟିମ୍‌କୁ ସରକାର ଅଙ୍ଗୁଳିରେ ନଚାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନିର୍ଦ୍ଦେଶରେ ବଲିଉଡ୍‌ରେ ଜାଣିଶୁଣି ଆୟକର ଚଢ଼ାଉ କରାଯାଇଥିବା...

Advertisement
Archives

Model This Week