Posted inଜାତୀୟ

ଗୋଟିଏ ବୋତଲ ରକ୍ତ ଦିଅ, ଏକ କିଲୋ ଚିକେନ ନିଅ

ମୁମ୍ବାଇ,୨୫ ।୧: ଶିବାସେନାର ସଂସ୍ଥାପକ ସ୍ୱର୍ଗତ ବାଲ ଠାକରେଙ୍କ ଜୟନ୍ତି ଅବସରରେ ମହାରାଷ୍ଟ୍ରର ଉହ୍ଲାସନଗରରେ ଦଳ ପକ୍ଷରୁ ଏକ ଅଦ୍ଭୁତ ଅଫର ଦିଆଯାଇଛି । ବାଲ ଠାକରେଙ୍କ ଜୟନ୍ତି ଅବସରରେ ଉହ୍ଲାସନଗରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏଠାରେ ଅଫର ରଖାଯାଇଥିଲା ଗୋଟିଏ ବୋତଲ ରକ୍ତ ଦିଅ ଏକ କିଲୋ ଚିକେନ ନିଅ ।
ସୂଚନାଯୋଗ୍ୟ, ୨୩ ଜାନୁୟାରୀରେ ବାଲ ଠାକରେଙ୍କର ୯୬ତମ ଜୟନ୍ତି ଥିଲା । ଏହି ଅବସରରେ ଉହ୍ଲାସନଗରରେ ଏହି ଶିବିରର ଆୟୋଜନ କରାଯାଇଥିଲା । ସ୍ଥାନୀୟ ନଗର ନିଗମରେ ଦଳର ନେତା ଧନଞ୍ଜୟ ବୋଡାରେ କହିଛନ୍ତି ଶିିବିରରେ ୬୫ ବୋତଲ ରକ୍ତ ସଂଗ୍ରହ କରାଯାଇଛି । ତେବେ ବ୍ଲଡ ବ୍ୟାଙ୍କର ସହଯୋଗରେ ଆୟୋଜିତ ଏହି ଶିବିରରେ ଭାଗ ନେଇଥିବା ସମସ୍ତ ରକ୍ତଦାତାଙ୍କୁ ଅଫର ଅନୁଯାୟୀ ୧ କିଲୋ ଚିକେନ ଦିଆଯାଇଛି । ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ବାଲ ଠାକରେଙ୍କ ଜୟନ୍ତିରେ ରକ୍ତଦାନ କଲେ ଏକ କିଲେ ଚିକେନ ଅବା ଏକ କିଲୋ ପନିର ଅଫର ଦିଆଯାଇଥିଲା । ଏଥିପାଇଁ ପୋଷ୍ଟର ମଧ୍ୟ ଲଗାଯାଇଥିଲା । ଆଉ ଆୟୋଜିତ ଶିବିରରୁ ୭୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ଦେଶରେ ସଫଳ ହେଲା ପ୍ଲାଜମା ଥେରାପି

ନୂଆଦିଲ୍ଲୀ,୨୧।୪: ଦକ୍ଷିଣ ଦିଲ୍ଲୀର ସକେତରେ ଥିବା ମାକ୍ସ ହସ୍ପିଟାଲରୁ ଆସିଛି ଖୁସି ଖବର। ଏଠାରେ କରୋନା ଭାଇରସରେ ପୀଡ଼ିତ ଜଣେ ବ୍ୟକ୍ତିଙ୍କ ଉପରେ କରାଯାଇଥିବା ପ୍ଲାଜମା...

ଯୋଗୀ ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

ରାଏବରେଲି,୨୨।୧୦: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ଉତ୍ତର ପ୍ରଦେଶରେ ଅପରାଧ...

ଚାଇନା ସବୁଠୁ ବଡ଼ ବିପଦ: ସିଡିଏସ୍‌

ନୂଆଦିଲ୍ଲୀ, ୧୩।୧୧: ଭାରତର ସୁରକ୍ଷା ପ୍ରତି ଚାଇନା ସବୁଠୁ ବଡ଼ ବିପଦ ଭାବେ ଉଭା ହୋଇଛି। ସେଥିପାଇଁ ଗତବର୍ଷ ଚାଇନା ସୀମାକୁ ଭାରତ ହଜାର ହଜାର...

ଛତ୍ରପତି ଶିବାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ମା ଭାରତୀଙ୍କ...

ମୁଲାୟମ ସିଂ ଯାଦବ ଅସୁସ୍ଥ

ଲକ୍ଷ୍ନୌ,୭।୮: ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡି ଯାଇଛି। ତାଙ୍କୁ ଲକ୍ଷ୍ନୌର ମେଦାନ୍ତ...

ଶେଷରେ ଭୁଲ୍‌ ବୁଝିପାରିଲେ କାନ୍ତା ପ୍ରସାଦ; ଗୌରବଙ୍କୁ ମାଗିଲେ କ୍ଷମା

ନୂଆଦିଲ୍ଲୀ,୧୩।୬: ବାବା କା ଢାବାର ମାଲିକ କାନ୍ତ ପ୍ରସାଦଙ୍କ ଭିଡିଓ ସୋସିଆଲ ମିଡିଆରେ ପୁଣି ଥରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କାନ୍ତ ପ୍ରସାଦ...

ଗିଲାନି: କଶ୍ମୀର ଯୁବକଙ୍କୁ ଆତଙ୍କବାଦୀ କରୁଥିବାବେଳେ ନିଜ ପିଲାଙ୍କୁ ବିଦେଶରେ ପଢ଼ାଉଥିଲେ

ଶ୍ରୀନଗର, ୧।୭: ହୁରିୟାତ୍‌ କନଫରେନ୍ସର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନି ନିଜର ସଦସ୍ୟତା ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ଜମ୍ମୁ-କଶ୍ମୀର...

ପୁଣି ଟଳିପାରେ ନିର୍ଭୟା ଦୋଷୀଙ୍କ ଫାଶୀ: କ୍ଷମାପ୍ରାର୍ଥନା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କଲେ ବିନୟ

ନୂଆଦିଲ୍ଲୀ,୨୯।୧: ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କ ଫାଶୀ ପୁଣି ଟଳିପାରେ। ଫାଶୀରୁ ବର୍ତ୍ତିବା ପାଇଁ ୪ଦୋଷୀଙ୍କ ମଧ୍ୟରୁ ଅନ୍ୟ ଦୋଷୀ ବିନୟ...

Advertisement
Archives

Model This Week